Odisha news

ଅବ୍ୟବସ୍ଥାରେ ବିଜେଡ଼ିର କର୍ମୀ ସମ୍ମିଳନୀ, ରାଜନୈତିକ ସଭାରେ ଓମିକ୍ରନକୁ ନିମନ୍ତ୍ରଣ

0

ନର୍ଲା (ଦୀପକ କୁମାର ଠାକୁର) ନର୍ଲା ବ୍ଳକ ଅନ୍ତର୍ଗତ ସର୍ଗିଗୁଡା ପଂଚାୟତ ନିକଟସ୍ଥ ରେଳୱ ପଡିଆଠାରେ ବିଜେଡ଼ିର ପଞ୍ଚାୟତ ସ୍ତରୀୟ କର୍ମୀ ସମ୍ମିଳନୀ ଅବ୍ୟବସ୍ଥା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ଓମିକ୍ରନର ପ୍ରଭାବ ସତ୍ତ୍ୱେ ଗାଇଡ ଲାଇନର ଖୋଲାଖୋଲି ଉଲଂଘନ କରି ବିଜେଡ଼ି ମନ୍ତ୍ରୀ ଓ କର୍ମୀମାନେ ଏକାଠି ହୋଇଥିବା ନିଜରକୁ ଆସିଥିଲା। ଗତ ୬ ଓ ୭ ତାରିଖ ଦୁଇ ଦିନ ଧରି ପଞ୍ଚାୟତ ସ୍ତରୀୟ ଏହି କର୍ମୀ ସମ୍ମିଳନୀରେ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ, ରାଜ୍ୟ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ରାଜ୍ୟସଭା ସାଂସଦ ସୁଜିତ କୁମାର, ନର୍ଲା ବିଧାୟକ ଭୂପିନ୍ଦର ସିଂ, ବିଜେଡି ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ, ଜିଲ୍ଲା ସଭାନେତ୍ରୀ ଲଲିତା ପଧାନ, ଜିଲ୍ଲା ଉପ ସଭାପତି ଚିତ୍ତରଞ୍ଜନ ମଣ୍ଡଳ, ବ୍ଳକ ସଭାପତି ପରେଶ ପଧାନଙ୍କ ଉପସ୍ଥିତିରେ ଏହି କର୍ମୀ ସମ୍ମିଳନୀମାନ ଅନୁଷ୍ଠିତ ହୋଇଛି। ତେବେ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ କରୋନା ପଜିଟିଭ ଚିହ୍ନଟ ଯୋଗୁଁ ଏବେ ଉପସ୍ଥିତ ନେତାମାନଙ୍କ ମନରେ ଛନକା ପଶିଯାଇଛି। ନର୍ଲା,ରୁପ୍ରାରୋଡ କର୍ମୀ ସମ୍ମିଳନୀରେ ବିଜେଡି କର୍ମୀମାନେ ଏକାଠି ଠୁଲ ହୋଇ କୋଭିଡ ନିୟମକୁ ଉଲ୍ଲଂଘନ କରି ମାସ୍କ ପରିଧାନ ନ କରି , ସାମାଜିକ ଦୂରତାକୁ ଭୁଲି ରୁଣ୍ଡ ହୋଇଥିବା ଦେଖିବାକୁ ମିଳିଥିଲା। ଆଗାମୀ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ୨୬ ଗୋଟି ପଞ୍ଚାୟତରୁ ରୁପ୍ରାରୋଡ,ସର୍ଗିଗୁଡା,ଘୋଡାବନ୍ଦ,ଭାନପୁର,କୁରମେଲ,ବାଲସିଙ୍ଗା,ତୁଲାପଡା,ସେରଗଡ ମାନଙ୍କରେ ଟେଣ୍ଡ ଓ ଜଳପାନ ପାଇଁ ୭୦ରୁ ୮୦ ହଜାର ଟଙ୍କା ବିଜେଡି ଦଳ ତରଫରୁ ମଞ୍ଜୁରୀ ହୋଇଥିବା ଜଣାଯାଏ। ତେବେ ୧୨ ଗୋଟି ପଞ୍ଚାୟତର କର୍ମୀ ସମ୍ମିଳନୀରେ ଜଳପାନର ଅବ୍ୟବସ୍ଥା ଯୋଗୁଁ ଅନେକ କର୍ମୀ ଅସନ୍ତୋଷ ପ୍ରକାଶ କରିବା ସହ କର୍ମୀ ମାନଙ୍କ ଅଜାଣତରେ ସମ୍ମିଳନୀ ହୋଇଥିବା ନର୍ଲା ବିଜେଡି ମଧ୍ୟରେ ବେଶ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସହ ଅସନ୍ତୋଷ ପ୍ରକାଶ ପାଇଛି। ରାଜନୈତିକ କାର୍ଯ୍ୟକ୍ରମରେ ୧୦୦ଜଣକୁ ନେଇ ସଭା କାର୍ଯ୍ୟର ନିଷ୍ପତ୍ତି ସତ୍ତ୍ୱେ ୨୦୦ରୁ ଉର୍ଦ୍ଧ୍ବ ଜନ ସମାଗମ ହୋଇଥିଲା। ପୁଣି ପଶ୍ଚିମ ଓଡ଼ିଶାରୁ ଜଣେ ମହିଳା ଓମିକ୍ରନରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିବା ସାରା ଓଡ଼ିଶାରେ ହଇଚଇ ସୃଷ୍ଟି ହୋଇଛି। ଏଣୁ ବିଜେଡି ଏହି କର୍ମୀ ସମ୍ମିଳନୀ କରି ଓମିକ୍ରନକୁ ଆମନ୍ତ୍ରଣ କରୁଛି ବୋଲି ଚର୍ଚ୍ଚା ହେଉଛି।

Ad2
Leave A Reply