Odisha news

ଲାଞ୍ଜିଗଡ଼ରେ ହାତୀଙ୍କ ଉପଦ୍ରବ: ସାନ ଜାମକିହେଜୁ ଗାଁରେ ବ୍ୟାପକ କ୍ଷତି

ନର୍ଲା (ଦୀପକ କୁମାର ଠାକୁର) : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ଦୁର୍ଗମ ଅଞ୍ଚଳରେ ଜଙ୍ଗଲୀ ହାତୀଙ୍କ ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି। ବିଶ୍ଵନାଥପୁର ବନାଞ୍ଚଳ ଅଧିନରେ ଥିବା ସାନ ଜାମକିହେଜୁ ଗାଁରେ ୨୫ରୁ ଉର୍ଦ୍ଧ୍ବ ହାତୀ ରାତିରେ ଗାଁକୁ ପଶି ଲୋକଙ୍କ ଧନସମ୍ପଦରେ କ୍ଷତି ଘଟାଇଛନ୍ତି। ଏହି ଗାଁର ଚିନ୍ମୟୀ ହରିଜନ ଓ ବେଣୁଧର ମାଝୀଙ୍କ ଆବାସ ଗୃହ ସହ ଘରେ ସାଇତି ରଖିଥିବା ଧାନ, ଚାଉଳ, ହରଡ,ମକା ଆଦିକୁ ନଷ୍ଟ କରିଥିଲେ। ଗାଁର ରବୀନ୍ଦ୍ର ମାଝୀ,ଲଛମନ ମାଝୀ,ସାନ ମାଝୀଙ୍କ ଧାନ ଫସଲ ନଷ୍ଟ କରିଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି। ଖବର ପାଇ ବିଶ୍ୱନାଥପୁର ବନ ବିଭାଗର ଫରେଷ୍ଟର ସୁରେଶ ଚନ୍ଦ୍ର ରାଉତ ଓ ବନବିଭାଗ କର୍ମଚାରୀ ମାନେ ହାତୀପଲକୁ ଘଉଡ଼ାଇ ଥିଲେ। ବିଶ୍ୱନାଥପୁର ରେଞ୍ଜର ଲକ୍ଷ୍ୟ ମହାନନ୍ଦ ଗାଁକୁ ଯାଇ କ୍ଷତିଗ୍ରସ୍ତ ପରିବାରର କ୍ଷୟକ୍ଷତିର ଆକଳନ କରିଛନ୍ତି।

Ad2

Comments are closed.