ନର୍ଲା୦୭/୧୦:- (ଦୀପକ କୁମାର ଠାକୁର)ଘଣ୍ଟା ଘଣ୍ଟା ଧରି ରୁପ୍ରାରୋଡ ଫାଟକ ବନ୍ଦ ରହୁଥିବାରୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ନର୍ଲା ଓ ରୁପ୍ରାରୋଡ ଅଞ୍ଚଳ ବାସି l ଏହା ଅଞ୍ଚଳବାସୀଙ୍କ ନୀତି ଦିନିଆ ସମସ୍ୟା ହୋଇ ଗଲାଣି l ଗତ କାଲି ରାତ୍ରୀ ୯ ଟା ସମୟରେ ଏକ ୧୦୮ ଆମ୍ବୁଲାନ୍ସ ପ୍ରାୟ ୪୦ ମିନିଟ ରୁ ଉର୍ଦ୍ଧ ସମୟ ରୁପ୍ରାରୋଡ ଫାଟକ ସମ୍ମୁଖରେ ଛିଡ଼ା ହେବାକୁ ପଡ଼ିଥିଲା l ଗୁରୁତର ଅବସ୍ଥାରେ ନେଇ ଯାଉଥିବା ରୋଗୀଙ୍କୁ ଦୀର୍ଘ ସମୟ ଫାଟକ ଖୋଲାହେବାର ଅପେକ୍ଷା କରିବାକୁ ପଡ଼ିଥିଲା l ଅନେକ ବାର ରୋଗୀ ମାନଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଯାଉଥିବା ସମୟରେ ଏଭଳି ସମସ୍ୟାର ସମୁଖୀନ ହେବାକୁ ପଡୁଛି l ଆମ୍ବୁଲାନ୍ସ ମାନ ଦୀର୍ଘ ସମୟ ଧରି ରୁପ୍ରାରୋଡ ରେଲୱେ ଫାଟକ ରେ ଅଟକ ରହିବା ଆଜିର ଘଟଣା ନୁହେଁ ବାରମ୍ବାର ଏଭଳି ଘଟଣା ଦେଖିବାକୁ ମିଳୁଛି l
ରୁପ୍ରାରୋଡ ରେଲୱେ ଫାଟକ ର ଉଭୟ ପାର୍ଶ୍ଵରେ ନର୍ଲା ଓ କାଣ୍ଡେଲ ଷ୍ଟେସନ ରହିଛି l କୌଣସି ମlଲ୍ ଗାଡ଼ି ଅବା ଏକ୍ସପ୍ରେସ ଟ୍ରେନ ଉଭୟ ଷ୍ଟେସନ ଅତିକ୍ରମ କରିବା ପୂର୍ବରୁ ରୁପ୍ରାରୋଡ ଫାଟକ କୁ ବନ୍ଦ କରି ଦିଆ ଜାଉଛି ଫଳରେ ପ୍ରତିଦିନ ଉକ୍ତ ରାସ୍ତା ଦେଇ ଅତି ଜରୁରୀ କାମ ରେ ଯାତାୟାତ କରୁଥିବା ହଜାର ହଜାର ସଂଖ୍ୟାର ଜନ ସାଧାରଣ ଅନେକ ସମସ୍ୟା ର ସମୁଖୀନ ହେଉଛନ୍ତି l ଟାଇ ଟାଇ ଖରା ହଉ ଅବା ପ୍ରବଳ ବର୍ଷା ଫାଟକ ନିକଟରେ ,ଆଶ୍ରୟ ନେବାକୁ ନିକଟରେ କୌଣସି ଆଶ୍ରୟ ସ୍ଥଳ ନାହିଁ ଫଳରେ ଖରା ହଉ ଅବା ବର୍ଷା ଲୋକଙ୍କୁ ସେଇ ଖରା ବର୍ଷା ଶୀତ ରେ ଲମ୍ବା ସମୟ ଧରି ଉକ୍ତ ଜାଗାରେ ଛିଡା ରହି ଫାଟକ ଖୋଲିବା ର ଅପେକ୍ଷା କରିବା କୁ ପଡୁଛି l ନିକଟରେ ତିନି ଗୋଟି ସ୍କୁଲ ରହିଅଛି l
ଫାଟକ ବନ୍ଦ ରହୁଥିବାରୁ କୁନି କୁନି ଛାତ୍ରଛାତ୍ରୀମାନେ ବେଳେ ବେଳେ ସ୍କୁଲ ସମୟରେ ପହଞ୍ଚି ପାରୁ ନ ଥିବା ଘଟଣା ଭି ନଜର କୁ ଆସୁଛି l ଏ ସବୁ ଅସୁବିଧା ନେଇ ବାରମ୍ବାର ଖବର ପ୍ରକାଶନ କରି ବିଭାଗୀୟ ଅଧିକାରୀ ମାନଙ୍କ ଦୃଷ୍ଟି ଆକର୍ଷଣ କରାଇବାକୁ ଚେଷ୍ଟା କରୁଥିଲେ ମଧ୍ୟ କୌଣସି ପ୍ରକାର ଓଭର ବ୍ରିଜ କିମ୍ବା ଅଣ୍ଡର ଗ୍ରାଉଣ୍ଡ ବ୍ରିଜ କରି ଯାତାୟାତକୁ ସୁଗମ କରାଇବାକୁ ଚିନ୍ତା କରୁ ନାହାନ୍ତି ରେଲୱେ କତୃପକ୍ଷ l ସୂଚନାଯୋଗ୍ୟ ଯେ କିଛି ଦିନ ତଳେ ଏକ ପ୍ରସୂତି ମହିଳାକୁ ଡାକ୍ତରଖାନା ନେଇ ଯାଉଥିବା ସମୟରେ ଦୀର୍ଘ ସମୟ ଫାଟକ ବନ୍ଦ ରହିବା କାରଣରୁ ଉକ୍ତ ମହିଳାଙ୍କ ଅବସ୍ଥା ଅତି ସାଙ୍ଘାତିକ ହୋଇ ଯାଇ ଥିଲା l ଗତ କାଲି ପୁନର୍ବାର ଏଭଳି ଘଟଣା ଦେଖିବାକୁ ମିଳିଛି l
Comments are closed.