ନର୍ଲା (ଦୀପକ କୁମାର ଠାକୁର) କଳାହାଣ୍ଡି ଜିଲ୍ଲା ନର୍ଲାର ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ତ୍ରିନାଥ ନାଏକଙ୍କ ମୃତ୍ୟୁ ହୋଇଯାଇଛି। ୭୫ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଥିବା ବେଳେ ମୃତ୍ୟୁ ପୂର୍ବରୁ ଶ୍ୱାସ ଜନିତ ରୋଗର ଚିକିତ୍ସା ପାଇଁ ପ୍ରଥମେ ଭବାନୀପାଟଣା ଓ ପରେ ବିଷମକଟକ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଇହଧାମ ତ୍ୟାଗ କରିଥିଲେ। ନର୍ଲା ବ୍ଳକ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମରେ ଜନ୍ମଗ୍ରହଣ କରି ସ୍ଵର୍ଗତ ନାଏକ ବିଜେପି ଦଳର ଜଣେ ବରିଷ୍ଠ ନେତୃତ୍ୱର ଅଧିକାରୀ ହୋଇ ସମସ୍ତଙ୍କ ପାଖରେ ଜଣାଶୁଣା ବ୍ୟକ୍ତିବିଶେଷ ହୋଇପାରିଥିଲେ। ସ୍ଵର୍ଗତ ନାଏକ, ନର୍ଲା ତହସିଲ ଓ ମ.ରାମପୁର କୋର୍ଟ ପରିସରରେ ଜଣେ ପିଟିସନ ରାଇଟର ଭାବେ ମଧ୍ୟ କାର୍ଯ୍ୟ କରୁଥିଲେ। ସ୍ଵର୍ଗତ ନାଏକ ମହିମା ଧର୍ମର ଭକ୍ତ ଭାବରେ ପରିଚିତ ଥିବାବେଳେ ତାଙ୍କ ମୃତ ଶରୀରକୁ ଜନ୍ମମାଟି ବୁଦେଲଗୁମା ଠାରେ ସମାଧି ଦିଆଯାଇଥିଲା। ତାଙ୍କ ମୃତ୍ୟୁ ପରେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତା ରାଣୀ ସାହୁ, ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ପ୍ରଦୀପ କୁମାର ନାଏକ, ନର୍ଲା ବିଧାୟକ ଭୂପିନ୍ଦର ସିଂ, ନର୍ଲା ବ୍ଳକ ଅଧ୍ୟକ୍ଷା ମନୋରମା ମହାନ୍ତି, ବ୍ଳକ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ନର୍ଲା ସରପଂଚ ଚିରଞ୍ଜିବୀ ଗୈାଡିଆ, ଜିଲ୍ଲା ପରିଷଦ ସଦସ୍ୟ ସରୋଜ ମାଝୀ, ରିନା ଭୋଇ, ନର୍ଲା ମଣ୍ଡଳ ବିଜେପି ସଭାପତି ପଦ୍ମଲୋଚନ ଜାଲ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ କୈ।ତୁକ ଖମାରୀ ସହ ମ.ରାମପୁର, ନର୍ଲା ଓ କର୍ଲାମୁଣ୍ଡା ବ୍ଳକର ବିଭିନ୍ନ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନର କର୍ମକର୍ତ୍ତାମାନେ ସ୍ଵର୍ଗତ ନାଏକଙ୍କ ମୃତ୍ୟରେ ଶୋକ ବ୍ୟକ୍ତ କରି ତାଙ୍କର ସ୍ମୃତି ଚାରଣ କରିଛନ୍ତି।
Comments are closed.