Odisha news

ସ୍ୱଧିନତାର ୭୪ ବର୍ଷ ବିତିଯାଇ ଥିଲେ ହେଁ ରାକ୍ସି ଗ୍ରାମବାସୀ ପାଇ ନାହାନ୍ତି ପକ୍କା ରାସ୍ତା

ନର୍ଲା (ଦୀପକ କୁମାର ଠାକୁର) : କଳାହାଣ୍ଡି ନର୍ଲା ବ୍ଲକ ଅନ୍ତର୍ଗତ ଭାନପୁର ଗ୍ରାମ ପଞ୍ଚାୟତ ସ୍ଥିତ ରାକ୍ସି ଗ୍ରାମବାସୀ ପଞ୍ଚାୟତ କର୍ତ୍ତୃପକ୍ଷ ତଥା ବ୍ଲକ ପ୍ରଶାସନ ଓ ସ୍ଥାନୀୟ ବିଧାୟକ କୁ ବାରମ୍ବାର ପକ୍କା ରାସ୍ତା ଟିଏ ପାଇଁ ଅଭିଯୋଗ କରିଥିବା ବେଳେ ଭାନପୁର ରୁ ଯାଇଥିବା କଚ୍ଚା ରାସ୍ତା କାହାରି ନଜରକୁ ଆସିପାରିନାହିଁ । ଶେଷରେ ନୟାନ୍ତ ହୋଇ ରାକ୍ସି ଗ୍ରାମବାସୀ ତଥା ଯୁବକ ମାନଙ୍କ ଉଦ୍ୟମ ରେ ଘର ପିଛା ଚାନ୍ଦା କରି ଟ୍ରାକ୍ଟର ଯୋଗେ ଆଣି ପଥର ଗୁଣ୍ଡ ପକାଇ ଖାଲ ଗୁଡିକୁ ମରାମତି କରିଛନ୍ତି |ଗ୍ରାମବାସୀ କହିବା ଅନୁଯାୟୀ ରାକ୍ସି ଗ୍ରାମରେ ୩ଟି ଗ୍ରାମ ଯଥା -ଲମସିଂହା, ଜୁଡ଼ାବନ୍ଦ, ରାକ୍ସିରେ ୧୫୦୦ ଲୋକ ବସବାସ କରୁଥିବା ବେଳେ ଛତ୍ରଛାତ୍ରୀ ମାନେ ସ୍କୁଲ, କଲେଜ, ମେଡିକାଲ ଯିବା ଆସିବାରେ ରାସ୍ତାର ବଡ ବଡ଼ ଖାଲ ଓ ପାଣି କାଦୁଅ ରେ ରାସ୍ତା ଟି ମରଣ ଯନ୍ତା ପାଲଟିଛି । ଦୁଇ ଚକିଆ ଯାନ ଦୁର୍ଘଟଣା ମଧ୍ୟ ହେଉ ଥିବାର ଦେଖିବାକୁ ମିଳୁଛି |ଏହି ପରିସ୍ଥିତି ରେ ସରକାର ଆମ ଗ୍ରାମ ପାଇଁ ପକ୍କା ରାସ୍ତା ଟିଏ କରି ପାରୁ ନାହାନ୍ତି କାହିଁକି ବୋଲି ଲୋକେ ପ୍ରଶ୍ନ କରିଛନ୍ତି । ଏଥି ପାଇଁ
ସରକାର ଓ ପ୍ରଶାସନ କୁ ଦାୟୀ କରିଛନ୍ତି ରାକ୍ସି ଗ୍ରାମବାସୀ । ଏହି ଗ୍ରାମଟି ମୁଖ୍ୟ ରାସ୍ତା କଳାହାଣ୍ଡି ଜିଲ୍ଲା ସବଡ଼ିଭିଜନ ଭବାନୀପାଟଣା ରୁ ଭୁବନେଶ୍ୱର ରା଼ଜ ରାସ୍ତା କଡରୁ ଠାରୁ ପ୍ରାୟ ୩ କି. ମି ଦୂରତା ରହିଅଛି | ଏହି ଭାନପୁର ଗ୍ରାମରୁ ରାକ୍ସି ଗ୍ରାମ ପ୍ରଯ୍ୟନ୍ତ ଦେଢ଼ କି. ମି ରାସ୍ତାର ମରାମତି ପାଇଁ ପଞ୍ଚାୟତ ସମିତି ଅଧୀନରେ ଥିବା ବେଳେ ରାସ୍ତା ର ମରାମତି ପାଇଁ ସ୍ଥାନୀୟ ସରପଞ୍ଚ କୁ ଫୋନ ଯୋଗା ଯୋଗରେ କରିବାରୁ ପଞ୍ଚାୟତ ସ୍ତରରେ 2ରୁ 3ଲକ୍ଷ୍ୟ ଫଣ୍ଡ ଥିବା ବେଳେ ଆମେ ସେତିକି ହି ମୁରୁମ, ମେଟାଲ, କିମ୍ବା କଂକ୍ରିଟ କରିପାରିବୁ ଓ ଅଧିକ ଅର୍ଥ ରାଶି ର ଅନୁଦାନ ହେଲେ ହିଁ ପକ୍କା ରାସ୍ତା କରିହେବ ଯାହା ଆମ ପଞ୍ଚାୟତ ବାହାରେ ଵୋଲି ମତ ବ୍ୟକ୍ତ କରିଛନ୍ତି | ତଥାପି ଭାନପୁର ଗାଁ ଶେଷରେ 100ମିଟର କଂକ୍ରିଟ ରୋଡ ଓ ରାକ୍ସି ଗାଁ ର ପ୍ରଥମ ମୁଣ୍ଡରେ 100ମିଟର କଂକ୍ରିଟ କରଣ ମାନ ପଞ୍ଚାୟତ ସମିତି ଜରିଆରେ ହୋଇଥିବା ଦେଖିବାକୁ ମିଳୁଛି | ସେହିପରି ପଞ୍ଚାୟତ ସମିତି ରେ ମଧ୍ୟ10ଲକ୍ଷ ଅନୁଦାନ ରାଶି ପଡ଼ିଥିବା ର ସୂଚନା ମିଳିଛି | ବାକି ଆଉ 1କି.ମି 300ମିଟର ଥିବା ବେଳେ ଗତ 5ବର୍ଷ ମଧ୍ୟରେ 2ଥର ମୁରୁମ ଓ ମେଟାଲ ରେ କାମ ହେଇଅଛି । ରାସ୍ତା ଟି ଗାଡି ମଟର ଯାଇ ଅବସ୍ଥା ଶୋଚନୀୟ ହୋଇ ପଡିଛି |ରାସ୍ତା ପାଇଁ ଯେଉଁ ଅର୍ଥ ରାଶି ଦିଆଯାଉଛି ତାହା “ସମୁଦ୍ର କୁ ଶଙ୍ଖେ ପାଣି “କହିଲେ ଚଳେ । ରାକ୍ସି ଗ୍ରାମ ପାଇଁ ପିଚୁ ରାସ୍ତା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ରେ ଅନ୍ତର୍ଭୁକ୍ତ କରି ରାସ୍ତା ଟିଏ ନିର୍ମାଣ କରାଯାଉ ବୋଲି ଦାବୀ ହେଉଛି | ଏହି ପରିପ୍ରେକ୍ଷୀରେ ରାସ୍ତାର ଅବସ୍ଥାରେ ଶୋଚନୀୟ ହୋଇ ପଡିଥିବାବେଳେ କେବେ ପ୍ରଶାସନ ର ଚେତା ପଶିବ ? କେବେ ପିଚୁ ରାସ୍ତା ଟିଏ ପାଇବେ ରାକ୍ସି ଗ୍ରାମବାସୀ ତାହା ହିଁ ଦେଖିବାକୁ ବାକି ରହିଲା।

Comments are closed.