ନର୍ଲା/ସକାଳ ଖବର (ଦୀପକ କୁମାର ଠାକୁର) ନର୍ଲା ଥାନା ଅନ୍ତର୍ଗତ ପଲସାପଡା ଗ୍ରାମର ସୁରଭି ବାଗ ୨୦୧୭ ମସିହାରେ ନବମ ଶ୍ରେଣୀରେ ଅଧ୍ୟୟନ କରୁଥିଲେ। ସେହି ସମୟରେ ପିପଲପଡା ଗ୍ରାମର ଘନଶ୍ୟାମଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ସୁଦୃଢ ହୋଇଥିଲା। ତେଣୁ କିଛି ଦିନ ଅନ୍ତରରେ ସୁରଭିଙ୍କୁ ଧରି ପ୍ରେମିକ ଘନଶ୍ୟାମ ରାଜକୋଟକୁ ଚମ୍ପଟ ମାରିଥିଲା। ସେଠାରେ ତିନି ବର୍ଷ ଧରି ସ୍ଵାମୀ ଓ ସ୍ତ୍ରୀ ଭାବରେ ରହି କାମଧନ୍ଦା କରି କିଛି ଟଙ୍କା ରୋଜଗାର କରିଥିଲେ।
କରୋନା ମହାମାରୀ ସମୟରେ କାମଧନ୍ଦା ନପାଇ ନିଜ ଘରକୁ ସେମାନେ ଫେରି ଆସିଥିଲେ। ସ୍ତ୍ରୀ ସୁରଭି ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିବା ବେଳେ ଛୋଟ ଶିଶୁ ଓ ସ୍ତ୍ରୀକୁ ଘନଶ୍ୟାମ ବିଧବା ଶାଶୁଙ୍କ ପାଖରେ ଛାଡି ସଞ୍ଚିତ ୧୫୦୦୦ ଟଙ୍କା ସହ କୁଆଡେ ଫେରାର ହୋଇଥିଲେ। ଦୀର୍ଘ ଏକମାସ ଧରି ସ୍ତ୍ରୀ ସହ କୈାଣସି ଯୋଗାଯୋଗରେ ନ ରହିବା ଯୋଗୁଁ ବିଧବା ମା ଲଲିତା ଓ ଝିଅ ସୁରଭି ନର୍ଲା ଥାନାରେ ଘନଶ୍ୟାମ ନାଁରେ ଅଭିଯୋଗ ଆଣିଛନ୍ତି। ମା ଲଲିତା ଏବେ ଝିଅ ସୁରଭି ଓ ଶିଶୁ କନ୍ୟାକୁ ଲାଲନ ପାଳନ କରୁଥିବା ବେଳେ ମୁଁ ଏକ ଗରିବ ବିଧବା ଲୋକ କେମିତି ଏହି ପରିବାରକୁ ପୋଷିବି ମୋତେ ନ୍ୟାୟ ମିଲୁ ବୋଲି ଗଣମାଧ୍ୟମ ଆଗରେ ଜଣାଇଛନ୍ତି।
Comments are closed.