ବାରଙ୍ଗ ; କେତେ ସୁରକ୍ଷିତ ନନ୍ଦନକାନନ ସଫାରୀ । ତାହାକୁ ନେଇ ଉଠିଛି ଅନେକ ପ୍ରଶ୍ନ । ନନ୍ଦନକାନନ ଚିଡିଆଖାନାକୁ ପ୍ରତିଦିନ ଦେଶ ବିଦେଶରୁ ହଜାର ହଜାର ପ୍ରର୍ଯ୍ୟଟକ ବିରଳ ବନ୍ୟଜନ୍ତୁଙ୍କୁ ଦେଖିବା ପାଇଁ ଏଠାକୁ ଆସିଥାନ୍ତି । ସେଥିମଧ୍ୟରୁ ଅନେକ ପ୍ରର୍ଯ୍ୟଟକ ବନ୍ୟଜନ୍ତୁ ମାନଙ୍କୁ ଅତି ନିକଟରୁ ଦେଖିବା ପାଇଁ ସଫାରିରେ ବୁଲିବାକୁ ଟିକେଟ୍ କାଟିଥାନ୍ତି । ଅନ୍ୟପଟେ ଅଧିକ ରାଜସ୍ୱ ପାଇବା ଆଶାରେ ନନ୍ଦନକାନନ କର୍ତୁପକ୍ଷ ପାକିଁ,ସଫାରୀ ,ବେଟାରୀ ଚାଳିତଅଟୋ ଓ ବୋଟିଂକୁ ଘରୋଇକରଣରେ ଦେଇଛନ୍ତି ।ହେଲେ ଘରୋଇକରଣ ଦେଇଦେଇ ଥିଲେ ମଧ୍ୟ ତା ଉପରେ ଆଉ ନଜର ଦେଇନାହାନ୍ତି କର୍ତ୍ତୁପକ୍ଷ ।ଯାହାର ଜ୍ୱଳନ୍ତ ଉଦାହରଣ ସଫାରୀରେ ଚାଲିଥିବା ବସ କ୍ଷେତ୍ରରେ ଦେଖିବାକୁ ମିଳିଛି ।ବନ୍ୟଜନ୍ତୁଙ୍କୁ ଅତି ନିକଟରୁ ଦେଖିବା ପାଇଁ ସଫାରୀରେ ବୁଲିବାକୁ ଟିକେଟ୍ କାଟିଥାନ୍ତି ପର୍ଯ୍ୟଟକ। ହେଲେ ଏହି ଗାଡି ଗୁଡିକ କେତେ ଫିଟ୍ । ସଫାରୀ ଗାଡି କେତେ ସୁରକ୍ଷିତ ତାହା ନ ବୁଝି ନ ଜାଣି ଯାତ୍ରା କରିଥାନ୍ତି ପର୍ଯ୍ୟଟକ। ହେଲେ ନନ୍ଦନକାନନ ରେ ଚାଲୁଥିବା ୪ ସଫାରୀ ବସର ତଥ୍ୟ ଜାଣିଲେ ଆପଣ ମୁଣ୍ଡରେ ହାତ ଦେବେ । କାହିଁକି ନା କେଉଁ ଗାଡିର ଇନସୁରାନ୍ସ ନାହିଁ ତ ଆଉ କାହାର ପଲ୍ଲୁସନ ନାହିଁ ।
ଆଉ କିଏ ଟ୍ୟାକ୍ସ ଠିକିଚାଲିଛି । ଆଉ କେଉଁ ଗାଡି ୩ ବର୍ଷରୁ ଉର୍ଦ୍ଧ ବର୍ଷ ର ଗାଡି । ସବୁଠାରୁ ବଡକଥା ହେଲା ଟେଣ୍ଡର ସମୟରେ ନନ୍ଦନକାନନ ପକ୍ଷରୁ ରଖାଯାଇଥିବା ସର୍ତ ଅନୁଯାୟୀ ତିନଟି ବସର ବୟସ ୩ବର୍ଷରୁ ଉର୍ଦ୍ଧ ହୋଇଥିଲେ ମଧ୍ୟ ସେ ଏଠାରେ ଚାଲୁଛି । ହେଲେ ପର୍ଯ୍ୟଟକଙ୍କୁ ଧରି ବନ୍ୟଜନ୍ତୁଙ୍କୁ ଅତି ନିକଟରୁ ଦେଖିବାକୁ ଚାଲିଯାଉଛନ୍ତି । ସାଧାରଣତଃ ଗାଡିର କାଗଜ ପତ୍ର ଠିକ୍ ନଥିଲେ ଆଇନ୍ ଅନୁଯାୟୀ ଗାଡି ମାଲିକ ଦଣ୍ଡିତ ହୋଇ ରୋଜିମାନା ଦେବା କଥା କିନ୍ତୁ ନନ୍ଦନକାନନରେ ଏହି ବସ ଗୁଡିକ ପର୍ଯ୍ୟଟକଙ୍କୁ ଧରି ରାସ୍ତାରେ ଗଡୁଛି । ଏଠି ତ ଆଇନ୍ କୁ ନାଲି ଆଖି ଦେଖାଇ ପ୍ରର୍ଯ୍ୟଟକଙ୍କ ଜୀବନ ସହ ଖେଳ ଖେଳୁଛନ୍ତି ନନ୍ଦନକାନନ କର୍ତ୍ତୁପକ୍ଷ । ଏଠାରେ ପ୍ରଶ୍ନ ଉଠେ କଣ ପାଇଁ ଏହି ଗାଡିଗୁଡିକର କାଗଜପତ୍ର ଯାଞ୍ଚ କରାଯାଉନାହିଁ । ଯଦି କିଛି ଅଘଟଣ ଘଟେ ଏଥିପାଇଁ ଦାୟୀ କିଏ ରହିବେ । ବସ୍ ମାଲିକ ନା ନନ୍ଦନକାନନ କର୍ତ୍ତୁପକ୍ଷ ନା ରାଜ୍ୟ ସରକାର । ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ନନ୍ଦନକାନନର ରାଜସ୍ୱ ବୃଦ୍ଧି କର୍ତୁପକ୍ଷ ଆଖିବୁଜିଦେଇଥିବାବେଳେ ଏହି ସୁଯୋଗରେ ବସମାଲିକମାନେ ପରିବହନବିଭାଗକୁ ଆଖିଠାରମାରି ଗାଡି ଚଳାଇ ବେଶ ଲାଭବାନ ହେଉଛନ୍ତି ।
ପ୍ରକାସ ଯେ,ଗତବର୍ଷ ଏପ୍ରିଲମାସରେ ୪ଟି ସଫାରୀ ପାଇଁ ଟେଣ୍ଡର ହୋଇଥିଲା ।ଜୈନିକ ଠିକାଦାର ଏହାକୁ ଗୋଟେ ବର୍ଷପାଇଁ ମାସିକ୬ଲକ୍ଷ୫୦ହଜାରେ ଟଙ୍କାଦେବା ଚୁକ୍ତିରେ ନେଇଥିଲେ । ଟେଣ୍ଡର ପେପରରେ ସଫାରୀ ପାଇଁ ବ୍ୟବହାର ହେବାକୁଥିବା ବସର ବୈଧ କାଗଜପତ୍ର ଫିଟନେସ,ପଲ୍ୟୁସନ.ଟ୍ୟାକ୍ସ,ଇନସୁରା ନ୍ସ ଆଦି କାଗଜପତ୍ର ପୈଠ କରିବାକୁ କୁହାଯାଇଥିଲା ।ସବୁଠାରୁ ବଡକଥାହେଲା ଚାଲିବାକୁ ଥିବା ବସଗୁଡିକ ୩ବର୍ଷ ମଧ୍ୟରେ ହୋଇଥିବାର ମଧ୍ୟ ଉଲ୍ଲେଖ ହୋଇଥିଲା ।କିନ୍ତୁ ଏବେ ଚାଲିଥିବା ୪ଟି ବସ ମଧ୍ୟରୁ ୩ଟି ୩ବର୍ଷରୁ ଉର୍ଦ୍ଧ ହୋଇଥିବାର ଜଣାପଡିଛି ।ନନ୍ଦନକାନନକୁ ପ୍ରଦ୍ୟୁଷଣମୁକ୍ତ କରିବାପାଇଁ ଦୀର୍ଘଦିନହେବ ନନ୍ଦନକାନନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିଲେ ମଧ୍ୟ ଚାଲିଥିବା ବସଗୁଡିକ ଏଥିପାଈଁ ବାଧକ ସାଜିଛନ୍ତି ।ବସ ଚାଲିବା ପୁର୍ବରୁ ନନ୍ଦନକାନନ ପକ୍ଷରୁ କରାଯାଇଥିବା ନୀୟମାନୁସାରେ ସଫାରୀ କାମରେ ନିୟୋଜିତ ଥିବା ୩ବର୍ଷ୫ମାସର ଏହି ଓଡି୦୨-ଏଏଚ୍-୫୧୦୧ନଂ ବସଟିର ପଲ୍ୟୁସନ ନାହିଁ । ୩ବର୍ଷ୨ମାସର ଓଡି୦୨-ଏଏଚ୍-୬୬୨୬ନଂ ବସଟି ଚାଲୁଛି ହେଲେ ଏହାର ମଧ୍ୟ ପଲ୍ଲୁସନ ଗତ ଫେବ୍ରୁଆରୀ ମାସରୁ ସରିଯାଇଛି । ସେହିପରି ଓଡି୦୨-ଏଜେଡ୍-୨୭୪୭ନଂ ବସଟି ୩ ବର୍ଷ ୬ ମାସ ହୋଇଥିବା ବେଳେ ଜାନୁୟାରୀମାସଠାରୁ ଟ୍ୟାକ୍ସ , ପଲ୍ଲୁସନ ଓ ଇନସୁରାନ୍ସ ନାହିଁ ।ସେହିଭଳିଭାବେ ଓଡି୦୨-ବିଏଚ୍-୦୩୪୩ନଂ ବସଟିର କାଗଜପତ୍ର ସଠିକଥିବାର ପରିବହନ ବିଭାଗ ପକ୍ଷରୁ କରାଯାଇଥିବା ବାହନ ଆପଦ୍ୱାରା ଏହା ଜଣାପଡିଛି ।
ନିତୀନିୟମକୁ ଜଳାଞ୍ଜଳି ଦେଇ ବସ ମାଲିକମାନେ ନିଜ ସ୍ୱାର୍ଥ ତଥା ଲାଭପାଇଁ ପର୍ଯ୍ୟଟକମାନଙ୍କ ଜୀବନ ସହ ଖେଳ ଖେଳୁଥିଲେ ମଧ୍ୟ ନନ୍ଦନକାନନ କର୍ତୁପକ୍ଷଙ୍କ ପାଖରେ ଏହି ଖବର ନଥିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।ଏବିଷୟରେ ନନ୍ଦନକାନନ ଉପ-ନିର୍ଦ୍ଦେଶକ ଡ.ସଞିତକୁମାରଙ୍କୁ ପଚାରିବାରୁ ସେକହିଲେ ଯେ,ଠିକାଦାର ଦାୟିତ୍ୱ ନେବାପୁର୍ବରୁ ସମସ୍ତବସର ବୈଧ କାଗଜପତ୍ର ପ୍ରଦାନ କରବାକୁ କୁହାଯାଇଥିଲା ।ଯଦି ଚାଲୁଥିବା ବସଗୁଡିକର ଶଠିକକାଗଜପତ୍ର ନାହିଁ ସେମାନେ ପରିବହନବିଭାଗକୁ ଠକିବା ସହ ଆମ୍ଭ ଚୁକ୍ତିକୁ ଖିଲାପ କରୁଛନ୍ତି ସେଥିପାଇଁ ଆମେ ଠିକାଦାରକୁ ଚିଠିକରିବୁ ।ଏହାସହ ଟେଣ୍ଡର ସମୟରେ ବସ ପାଇଁ ହୋଇଥିବା ନିତୀନୀୟମାନୁସାରେ ଆବଶ୍ୟକତାଥିବା ବୈଧ କାଗଜପତ୍ର ଯାଂଚ କରିବୁ ।ଯଦି ସେଭଳି ଜଣାପଡେ ତୁରନ୍ତ ସେହିଗାଡିଗୁଡିକୁ ପରିବର୍ତନ ପାଇଁ କହିବୁ ବୋଲି କହିଥିଲେ । ଏଠାରେ ପ୍ରଶ୍ନ ଉଠେ ଗଣମାଧ୍ୟମ ପ୍ରତିନିଧି ମାନେ ପ୍ରଶ୍ନ ପଚାରିବାରୁ କର୍ତ୍ତୁପକ୍ଷ ତତ୍ପରତା ଦେଖେଇଥାନ୍ତି ହେଲେ ପୂର୍ବରୁ କାହିଁକି ନୁହେଁ । ନା ସଲାସୁତୁରାରେ ଏଭଳି କାର୍ଯ୍ୟ ଚାଲୁଛି । ଯେଉଁଥି ପାଇଁ ସବୁ ଜାଣି ଚୁପ୍ ରହୁଛନ୍ତି କର୍ତ୍ତୁପକ୍ଷ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି
