ଜମନକିରା,୨୦/୫: ଗୁରୁବାର ଦିନ ଜମନକିରା ବ୍ଲକ ଅଧିନସ୍ଥ ଗୌଡପାଲି ପ୍ରାଣୀଧନ ନିରୀକ୍ଷକ କେନ୍ଦ୍ରରେ କୁଚିଣ୍ଡା ଉପଖଣ୍ଡ ଅଧିନସ୍ତ ସମସ୍ତ ପ୍ରାଣୀଚିକିତ୍ସା ବିଭାଗର କର୍ମଚାରୀଙ୍କୁ ନେଇ ଏକ ଲିଙ୍ଗ ନିରୁପିତ ଶୁକ୍ରାଣୁ ଦ୍ଵାରା କୃତିମ ପ୍ରଜନନ କର୍ଯ୍ୟଶଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ମୁଖ୍ୟ ଅତିଥଭାବେ ଡା. ଦିନବନ୍ଧୁ ମିଶ୍ର, ମୁଖ୍ୟ ପ୍ରାଣୀଜିଲ୍ଲା ଚିକିତ୍ସା ଅଧିକାରୀ ଡ଼ା. ସଞ୍ଜୀବ ପଟେଲ , ଉପଖଣ୍ଡ ପ୍ରାଣୀଚିକିତ୍ସା ଅଧିକାରୀ, ଅତିରିକ୍ତ ଜିଲ୍ଲା ପ୍ରାଣୀଚିକିତ୍ସା ଅଧିକାରୀ ଡ଼ା. ଆନନ୍ଦ ଦାସ ଯୋଗଦେଇଥିଲେ। ଏଥିରେ ଡ଼ା. ଦିନବନ୍ଧୁ ମିଶ୍ର କାର୍ଯ୍ୟଶାଳର ମହତ୍ୱ ଉଦ୍ଦେଶ୍ଵ ବିଷୟରେ ଆଲୋକପାତ କରିଥିଲେ। ଲିଙ୍ଗ ନିରୂପିତ ଶୁକ୍ରାଣୁ ଦ୍ଵାରା କୃତିମ ପ୍ରଜନନ କରାଗଲେ କେବଳ ଗାଈ ବାଛୁରୀ ଜନ୍ମ ହୋଇପାରିବେ ଯାହା ଦ୍ୱରାକି ଚାଷୀର ଉନ୍ନତି ହେବାସହ କ୍ଷୀର ଉତ୍ପାଦନକୁ ବୃଦ୍ଧି କରାଯାଇପାରିବ। ଗୌଡପାଳିର ଆସିଥିବା ବିଭିନ୍ନ ଗାଈମାନଙ୍କର ଯୋନେନ୍ଦ୍ରୀୟ ଯିନିତ ରୋଗ ବିଷୟରେ ଚିକିତ୍ସା କରିବାସହ କିପରି ଲିଙ୍ଗ ନିରୁପିତ ଶୁକ୍ରାଣୁ ଦ୍ଵାରା କୃତିମ ପ୍ରଜନନ କରାଯାଇପାରିବ ତାହା ମଧ୍ୟ ସମସ୍ତ କର୍ମଚାରୀଙ୍କୁ ବୁଝାଇଥିଲେ। ଏହି କାର୍ଯ୍ୟକ୍ରମକୁ ପ୍ରଣିଧିନ ନିରିକ୍ଷୀକ ଜିତେନ୍ଦ୍ର ବାରିକ ପରିଚାଳନା କରିଥିଲେ।
