Odisha news

କାହିଁକି ସ୍ୱାସ୍ଥ୍ୟ ପାଇଁ ହିତକର ଘିଅ ଓ ଲହୁଣୀ , ଆସନ୍ତୁ ଜାଣିବା

0

ଆଜିକାଲିର ସମସ୍ତ ବ୍ୟକ୍ତି ନିଜ ସ୍ୱାସ୍ଥ୍ୟକୁ ନେଇ ଖୁବ ସଚେତନ ରହୁଛନ୍ତି l କଣ ଖାଇବେ କଣ ନଖାଇବେ ତାହାକୁ ନେଇ ଅଧିକାଂଶ ସମୟ ଦ୍ୱନ୍ଦ୍ୱ ରେ ପଡୁଛନ୍ତି l ନିକଟରେ ହୋଇଥିବା ଗୋଟିଏ ଗବେଷଣା ଅନୁସାରେ ତେଲ ଅପେକ୍ଷା ଲହୁଣୀ ନା ଘିଅ କଣ ଖାଇବା ହିତକର , ଏହାକୁ ନେଇ ହୋଇଥିବା ଗବେଷଣା ରେ ଜଣା ପଡିଥିଲା ଯେ ତେଲ ଅପେକ୍ଷା ଲହୁଣୀ ଓ ଘିଅ କେତେ ହିତକର l

ଆସନ୍ତୁ ଆଜି ଜାଣିବା ଘିଅ ଓ ଲହୁଣୀ ଖାଇବା କାହିଁକି ହିତକର –

– ପ୍ରତିଦିନ ଅଳ୍ପ ମାତ୍ରାରେ ଘିଅ କିମ୍ବା ଲହୁଣୀ ଖାଇବା ଦ୍ୱାରା ହୃଦଘାତ ଆଶଙ୍କା କମି ଯାଇଥାଏ l ଘିଅ ଖାଇବା ଦ୍ୱାରା ପ୍ରିକାର୍ଡିଓ ମେମ୍ବ୍ରେନ ଉପରେ ଗୋଟିଏ ଅସ୍ତରଂ ହୋଇ ଯାଇଥାଏ , ଯାହା ହୃଦଘାତ ଠାରୁ ରକ୍ଷା କରିଥାଏ l

– ଧଳା ଲହୁଣୀରେ କୋଲେଷ୍ଟ୍ରଲ ମାତ୍ରା ଖୁବ କମ ରହିଥାଏ l ଯାହା ବ୍ରେନ କୁ ଡେଭେଲପମେଣ୍ଟ କରିବାରେ ସାହାଯ୍ୟ କରିଥାଏ l ହାଡ଼କୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ଧଳା ଲହୁଣୀ l

– ଛୋଟ ପିଲାଙ୍କୁ ନିୟମିତ ଲହୁଣୀ ଓ ଘିଅ ଖାଇବାକୁ ଦେବା ଆବଶ୍ୟକ l ଗର୍ଭବତୀ ମହିଳା ମାନେ ନିୟମିତ ୨ରୁ୩ ଚାମଚ ଘିଅ ଖାଇବା ଉଚିତ l ଗର୍ଭରେ ଶିଶୁକୁ ସମ୍ପୂର୍ଣ ପୋଷଣ ମିଳିଥାଏ ଓ ଭିଟାମିନ ଡି ମିଳିଥାଏ l

– ତ୍ୱଚା ଓ କେଶ ପାଇଁ ଦେଶୀ ଘିଅ ଖୁବ ଉପକାରୀ l ଗରମ ଦିନରେ ଘିଅ ପାଦ ତଳେ ଲଗାଇବା ଦ୍ୱାରା ଲୁ ଠାରୁ ଆମ ଶରୀରକୁ ଦୁରେଇ ରଖିଥାଏ l ଘରେ ପ୍ରସ୍ତୁତ ଘିଅ ଶରୀର ପାଇଁ ଖୁବ ହିତକର l

– ଦେଶୀ ଘିଅ ଶରୀରରେ ପିତ ଦୋଷକୁ କମ କରିଥାଏ ଓ ଶରୀରର ଇମ୍ୟୁନିଟି ବୃଦ୍ଧି କରିଥାଏ l ଘିଅ ପାଚନ କ୍ଷମତା କୁ ବୃଦ୍ଧି କରିବା ସହିତ ସ୍ମରଣ ଶକ୍ତି ବଢ଼ାଇଥାଏ l ଖାଦ୍ୟରେ ବ୍ୟବହାର ହେଉଥିବା ସମସ୍ତ ଫ୍ୟାଟ୍ସ ମଧ୍ୟରୁ ଘିଅ ସବୁଠୁ ଉତ୍ତମ ଅଟେ l

IEC 2 years
Leave A Reply