Odisha news

ତିନିଦିନିଆ ହୀରକ ଜୟନ୍ତୀ ବୌଦ୍ଧ ମହୋତ୍ସବ ପାଳିତ

0
କାକଟପୁର 19/5 : କାକଟପୁର ବ୍ଲକ ଅନ୍ତର୍ଗତ କୁରୁଜଙ୍ଗ  ପଞ୍ଚାୟତସ୍ଥିତ ଐତିହାସିକ ବୌଦ୍ଧପୀଠ କୁରୁମ ଠାରେ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ସହଯୋଗରେ କୁରୁମ ବୌଦ୍ଧପୀଠ ବିକାଶ ପରିଷଦ ଯମଧର୍ମ (ଚାରିଗାଁ ) ତରଫରୁ ହୀରକ ଜୟନ୍ତୀ ଅବସରରେ ତିନିଦିନିଆ “ବୁଦ୍ଧ ଜୟନ୍ତୀ “ଉତ୍ସବ ପାଳିତ ହୋଇଯାଇଛି l ରବିବାର ଉଦ୍ଘାଟନୀ
ସଞ୍ଜରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଉତ୍ସବକୁ ଉଦଘାଟନ କରି ଓଡିଶାର କଳା ଓ ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ପରିଷଦର ପ୍ରଚେଷ୍ଟା କୁ ପ୍ରଂଶସା କରିଥିଲେ l ଅଧିକରୁ ଅଧିକ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ପୀଠର ଆନୁସଙ୍ଗିକ ଉନ୍ନତି  ଓ ମିଳିଥିବା  ଦୁର୍ଲଭ ଜିନିଷଗୁଡିକର ସଂରକ୍ଷଣ ପାଇଁ ଏଠାରେ ଏକ କ୍ଷୁଦ୍ର ସଂଗ୍ରାହାଳୟ ପ୍ରତିଷ୍ଠା ଦିଗରେ ଓଡିଶା ସରକାରଙ୍କ ହସ୍ତକ୍ଷପ ଲୋଡିବେ ବୋଲି ମତ ବ୍ୟକ୍ତ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନୀତ ଅତିଥିଭାବେ କ୍ରୀଡା ଓ ଯୁବ ବ୍ୟାପାର  ମନ୍ତ୍ରୀ ତୁଷାରକାନ୍ତି ବେହେରା,
ପୁରୀ ଜିଲ୍ଲା ପରିଷଦର  ଉପାଧ୍ୟକ୍ଷ ସ୍ୱାଧୀନ କୁମାର ନାୟକ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ କୁମାର ବେହେରା, କୁରୁଜଙ୍ଗ ପଞ୍ଚାୟତ ସମିତି ସଭ୍ୟ କୈଳାଶ ଚନ୍ଦ୍ର ସେଠୀ, ମୁଖ୍ୟ ଉପଦେଷ୍ଟା ବ୍ରଜବନ୍ଧୁ ଦାଶ ଯୋଗଦେଥିଲେ l ସାମ୍ପ୍ରତିକ ବିଶ୍ୱର ଭୟାଭୟ ପରିସ୍ଥିତିରୁ ମୁକ୍ତି ପାଇଁ ବୁଦ୍ଧଙ୍କ ଅହିଁସା, ସତ୍ୟ, ପ୍ରେମ ଓ କରୁଣା ହିଁ ଏକ ମାତ୍ର ମାର୍ଗ ବୋଲି ସେମାନେ କହିବା ସହିତ ନିଜ ନିଜ ନିଜ କ୍ଷେତ୍ରରେ ଏଠା କଳା, ସଂସ୍କୃତିର ଅଭିବୃଦ୍ଧି ନିମନ୍ତେ ଚେଷ୍ଠା କରିବେ ବୋଲି ଘୋଷଣା କରିଥିଲେ l ସୋମବାର ସଞ୍ଜରେ ମୁଖ୍ୟ ଅତିଥି ଭାବେ ପୁରୀ ଜିଲ୍ଲାପରିଷଦର ଅଧ୍ୟକ୍ଷା ସ୍ୱପ୍ନାରାଣୀ ସ୍ୱାଇଁ, ସମ୍ମାନୀତ ଅତିଥି ଭାବେ କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦର ନଗରପାଳ ସଂଯୁକ୍ତା ତ୍ରିପାଠୀ, ଅବସରପ୍ରାପ୍ତ ଅଧ୍ୟକ୍ଷ ଗୋପୀନାଥ କର, ସମାଜସେବୀ ହରିତ୍ସନ୍ଦ୍ର ଦାଶ, ଆଇନଜୀଵୀ ହରେକୃଷ୍ଣ ସ୍ୱାଇଁ ଯୋଗଦେଇ ପୀଠର ସୁରକ୍ଷା ଓ କ୍ଷତିଗ୍ରସ୍ତ ବ୍ରାହ୍ମଣ ପରିବାରଙ୍କୁ  ସରକାରୀ କ୍ଷତିପୂରଣ ଦେବା ପ୍ରସଙ୍ଗରେ ଗୁରୁତ୍ୱାରୋପ  କରିଥିଲେ l ମୁଖ୍ୟବକ୍ତା ଗବେଷକ ଡ଼ଃ ସନ୍ତୋଷ କୁମାର ମିତ୍ର ପୀଠର ଐତିହାସିକ ତଥ୍ୟ ଓ ମାହାତ୍ମା ଉପରେ ସାରଗର୍ଭକ ମତ ରଖିଥିଲେ l ଉଦଯାପନୀ ସଞ୍ଜରେ ମୁଖ୍ୟ ଅତିଥି ଭାବେ କାକଟପୁର ବ୍ଲକ ଅଧ୍ୟକ୍ଷ ଶ୍ରୀଧର ନାୟକ ଯୋଗଦେଇ କୁରୁମ ବୌଦ୍ଧ ପୀଠର ବିକାଶ ପାଇଁ ସାମଗ୍ରୀକ ଉଦ୍ୟମ ଜରୁରୀ ବୋଲି କହିଥିଲେ l ରାଜ୍ୟ ଓ ଜିଲ୍ଲା ପର୍ଯ୍ୟଟନ ବିଭାଗ ମାଧ୍ୟମରେ ପ୍ରକଳ୍ପମାନ ମଞ୍ଜୁରୀ ନିମନ୍ତେ ବ୍ଲକ ପ୍ରଶାସନ ଚେଷ୍ଟା କରିବ ବୋଲି ଦୃଢ଼ ପ୍ରତିଶୃତି ଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ସଂସ୍କୃତି ଗବେଷକ ଶକ୍ତିଦେବ ଶତପଥୀ, କୁରୁଜଙ୍ଗ ପଞ୍ଚାୟତ ର ସରପଞ୍ଚ ରୁପାଲୀ କାଣ୍ଡି, କୁଣ୍ଢେଇ ପଞ୍ଚାୟତର ସମିତି ସଭ୍ୟ ପ୍ରମୋଦ କୁମାର ଦାସ, ଅଧ୍ୟାପକ ଲଲାଟେନ୍ଦୁ ସ୍ୱାଇଁ ଓ ସଭା ମୁଖ୍ୟ ଭାବେ ପ୍ରାଧ୍ୟାପକ ସୁଧୀର ଚନ୍ଦ୍ର ଭୂୟାଁ ଉପସ୍ଥିତ ଥିଲେ l ଯୁଦ୍ଧ, ହିଂସା ଓ ଆତଙ୍କବାଦର ପନ୍ଥା ପରିତ୍ୟାଗ କରି ପରମ କାରୁଣିକ ବୁଦ୍ଧଦେବଙ୍କର ନୀତି, ଆଦର୍ଶ ଓ ବାଣୀ ଆଜିର ଦିନରେ ମାନବ ସମାଜ ପ୍ରତି ଏକ ଆହ୍ୱାନ ବୋଲି ସେମାନେ ମତ ପୋଷଣ କରିଥିଲେ l ସମସ୍ତ ଅତିଥିମାନେ ପୀଠର ଖନନ କାର୍ଯ୍ୟ ଓ ବୁଦ୍ଧଦେବଙ୍କ ମୂର୍ତ୍ତି ଦର୍ଶନରେ ଅଭିଭୁତ ହୋଇପଡ଼ିଥିଲେ l ପ୍ରତ୍ୟହ ପରିଷଦର ସମ୍ପାଦକ ମଙ୍ଗରାଜ ବିଶ୍ୱାଳ ସମ୍ପାଦକୀୟ ବିବରଣୀ ପଠନ କଲାବେଳେ ସହ ସମ୍ପାଦକ ମେଘନାଦ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ l ଶିକ୍ଷାବିତ୍ ପ୍ରତାପ କୁମାର ରାଉତ ସଭା କାର୍ଯ୍ୟ ଓ ସାଂସ୍କୃତିକ କାର୍ଯ୍ୟକୁ ସଞ୍ଜୋଜନା  କରିଥିଲେ l ସବୁ ସଞ୍ଜରେ ସଭାକାର୍ଯ୍ୟ ପରେ ରାଜ୍ୟର ପ୍ରତିଷ୍ଠିତ କଳାକାରମାନଙ୍କ ଦ୍ଵାରା ଭଜନ, ଓଡିଶୀ, ସମ୍ବଲପୁରୀ ନୃତ୍ୟ, ଘୋଡାନାଚ, କୃଷ୍ଣ ଲୀଳା, ଦେଶାତ୍ମବୋଧକ ନାଚଗୀତ ଆଦି ପରିବେଷଣ କରାଯାଇ ଦର୍ଶକମାନଙ୍କ ମନ
ମୋହିଥିଲା l ଦ୍ୱିତୀୟ ଦିନ ପୂର୍ବାହ୍ନରେ ଅନୁଷ୍ଠିତ ସାହିତ୍ୟ ଆସର ଓ କବିତା ପାଠଉତ୍ସବକୁ ଶିଶୁ ସାହିତ୍ୟିକ ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ଖଟୋଇ ଉଦ୍ଘାଟନ କରି ଭଗବାନ ବୁଦ୍ଧଙ୍କ ଜୀବନୀ ଓ ତତ୍ତ୍ୱ  ଉପରେ ଆଲୋଚନା କରିଥିଲେ l ଏଥିରେ ପଚାଶରୁ ଉର୍ଦ୍ଧ କବି ସେମାନଙ୍କ ଦ୍ଵାରା ସ୍ୱରଚିତ କବିତାମାନ ପାଠ କରିଥିଲେ l ପରିଷଦ ତରଫରୁ ନବ ନିର୍ବାଚିତ ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡସଭ୍ୟାଙ୍କୁ ସମ୍ଭର୍ଧନା ସହିତ ଅନ୍ୟ ଆଠ  ଜଣ ବ୍ୟକ୍ତିଙ୍କୁ ହୀରକ ଜୟନ୍ତୀ ସମ୍ମାନ (ଦୁଇ ),ଚାରିଗାଁ ଶ୍ରୀ ସମ୍ମାନ,ଚାରିଗାଁ କଳାଶ୍ରୀ ସମ୍ମାନ, ଚାରିଗାଁ ସୁରଭି ସମ୍ମାନ (ଦୁଇ ), ହାଡିବନ୍ଧୁ ସ୍ୱାଇଁ ସ୍ମୃତି ସମ୍ମାନ ଓ ଅନନ୍ତ ଚରଣ ଭୂୟାଁ ସ୍ମୁତି ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା l ଏହି କାର୍ଯ୍ୟକ୍ରମକୁ ବିକାଶ ପରିଷଦର କର୍ମକର୍ତ୍ତା  ଗନ୍ଧର୍ବ ସେନାପତି, ନଟବର ସେନାପତି, କପିଳ ଭୂୟାଁ, ଶ୍ୟାମସୁନ୍ଦର କଅଁରା, ପ୍ରଫୁଲ କୁମାର ସେନାପତି, ଡ଼ଃ ଦିଲିପ କୁମାର ସେନାପତି, ବିଶ୍ଵନାଥ ପ୍ରଧାନ, କେଦାର କୁମାର ନାୟକ, ଜଟାଧାରୀ ବରାଳ, ପବିତ୍ର କୁମାର ପାଇଟାଳ ଓ ଅକ୍ଷୟ କୁମାର ବିଶ୍ୱାଳ ପରିଚାଳନା କରିଥିଲେ l ସର୍ବୋପରି ଅଭୟ, ପ୍ରସନ୍ନ , କିଶୋର, ସୁଶାନ୍ତ, ବାନାମ୍ବର, ଅଜୟ, ତପନ, ଅଜିତ, ଈଶ୍ଵର , ଦେବେନ୍ଦ୍ର, ଅରୁଣ, ହାପି, ମିଟୁ,ବାବୁ, କୃଷ୍ଣ,ତାପସ,ସନ୍ତୋଷ, ପ୍ରବୀଣ,ପ୍ରମୋଦ ପ୍ରମୁଖ ଅତିଥି ସେବା, ଜଳପାନ ଓ ଖାଦ୍ୟପେୟ ବଣ୍ଟନ କ୍ଷେତ୍ରରେ ସହଯୋଗ କରିଥିଲେ l
Leave A Reply

Your email address will not be published.