*”ନାଲସା” ର ୨୫ ବର୍ଷ ପୂର୍ତ୍ତି ଅବସରରେ ତାଲୁକ ଆଇନ ସେବା ପ୍ରାଧିକରଣ କୋଣାର୍କ ଦ୍ୱାରା ମାଗଣା ଆଇନ ସେବା ପାଇଁ କୋଣାର୍କ ରେ ସହର ପରିକ୍ରମା କରି ଦେଲେ ସଚେତନତା ବାର୍ତା, ଗରିବ ଲୋକ ପାଇବେ ମାଗଣା ଆଇନି ସହାୟତା
କୋଣାର୍କ:-୨/୧୦ ସମାଜର ଦୁର୍ବଳ ବର୍ଗଙ୍କୁ ମାଗଣା ଆଇନ ସେବା ସହାୟତା ଯୋଗାଇବା ତଥା ବିବାଦର ସମାଧାନ ପାଇଁ ଲୋକ ଅଦାଲତ ସଂଗଠିତ କରିବା ପାଇଁ ଆଇନ ସେବା ପ୍ରାଧିକରଣ ଅଧିନିୟମ, ୧୯୮୭ ଅନୁଯାୟୀ ଜାତୀୟ ଆଇନ ସେବା ପ୍ରାଧିକରଣ ଗଠନ କରାଯାଇଛି। ପ୍ରତ୍ୟେକ ରାଜ୍ୟରେ, “ନାଲସା” ର ନୀତି ଏବଂ ନିର୍ଦ୍ଦେଶନାମାକୁ ପ୍ରଭାବିତ କରିବା ଏବଂ ଲୋକମାନଙ୍କୁ ମାଗଣା ଆଇନ ସେବା ଯୋଗାଇବା ଏବଂ ରାଜ୍ୟରେ ଲୋକ ଅଦାଲତ ପରିଚାଳନା କରିବା ପାଇଁ ରାଜ୍ୟ ଆଇନ ସେବା ପ୍ରାଧିକରଣ ଗଠନ କରାଯାଇଛି।
ଅନରୂପ ଭାବେ ପ୍ରତ୍ୟେକ ଜିଲ୍ଲାରେ ଆଇନ ସେବା କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଗଠନ କରାଯାଇଛି।ଆଜି “ନାଲସା” ର ଏହି ୨୫ ବର୍ଷ ପୂର୍ତ୍ତି ଆରମ୍ଭ ଓ ଭାରତ କା ଅମୃତ ମହୋତ୍ସବ ଅବସରରେ କୋଣାର୍କ ଆଇନ ସେବା ପ୍ରାଧିକରଣ ପକ୍ଷରୁ କୋଣାର୍କ ସହର ପରିକ୍ରମା କରାଯାଇ ସାଧାରଣ ଲୋକ ଙ୍କୁ ଏନେଇ ବାର୍ତା ପ୍ରଦାନ କରାଯାଇଛି।ସାଧାରଣ ଗରିବ ଶ୍ରେଣୀର ଲୋକେ ଏହି ସେବା ପାଇପାରିବେ ଯେଉଁମାନଙ୍କ ବାର୍ଷିକ ଆୟ ୩ ଲକ୍ଷ ରୁ କମ ଥିବ,ତୃତୀୟ ଲିଙ୍ଗୀ, ମହିଳା ଓ ଶିଶୁ ଏବଂ ଷାଠିଏ ବର୍ଷ ରୁ ଉର୍ଦ୍ଧ୍ବ ବୟସ୍କ ବ୍ୟକ୍ତି ମଧ୍ୟ ଏହି ସେବା ପାଇ ପାରିବେ।ଏହା ସହ ଏଚଆଇଭି ପୀଡିତ ବ୍ୟକ୍ତି ମଧ୍ୟ ଏହି ସେବା ଅନ୍ତର୍ଭୁକ୍ତ ଅଟନ୍ତି।ଧାରା ୧୨ ଅନୁସାରେ ତଫସିଲ ଭୁକ୍ତ ଜାତି/ଉପଜାତି ସଭ୍ୟ ଏବଂ ମାନସିକ ବିକାର ଗ୍ରସ୍ଥ ଏହି ସେବା ପାଇଁ ଯୋଗ୍ୟ ଅଟନ୍ତି।ମାନବ ଚାଲାଣ ଅପରାଧ ରେ ଶିକାର ବ୍ୟକ୍ତି ବା ସମ୍ବିଧାନ ର ଧାରା ୨୩ ମୁତାବକ ଭିକ୍ଷୁକ ମାଗଣା ସେବା ଆଇନ ପାଇବା ପାଇଁ ଉପଯୁକ୍ତ ଅଟନ୍ତି।ଶିଳ୍ପ ଶ୍ରମିକ, ଶିଳ୍ପ ଦୁର୍ଘଟଣା ଗ୍ରସ୍ଥ ବ୍ୟକ୍ତି ଓ ହାଜତ ରେ ଥିବା ବ୍ୟକ୍ତି, ବିଚାରାଧୀନ ବନ୍ଦୀ ଏହି ସେବା ର ଲାଭ ଉଠାଇ ପାରିବେ।ଆଜିର ଏହି କାର୍ଯ୍ୟକ୍ରମ କୁ କୋଣାର୍କ ରେ ତାଲୁକ ଆଇନ ସେବା ପ୍ରାଧିକରଣ କୋଣାର୍କ ପକ୍ଷରୁ କୋଣାର୍କ କୋର୍ଟ ର ଜଜ ଶ୍ରୀମତୀ ଇପ୍ସି ମହାନ୍ତି ଙ୍କ ନେତୃତ୍ୱରେ କୋଣାର୍କ ବାର ଆସୋସିଏସନ ର ସଭାପତି ଶ୍ରୀ ଶ୍ରୀଜୟ ବରାଳ, ଆଇନଜୀବୀ ବିଜୟ କୁମାର ମହାନ୍ତି, ସତ୍ୟଭାମା ରଥ, ଭଗବାନ ମହାପାତ୍ର, ରାଜନନ୍ଦିନୀ ମହାପାତ୍ର, ଅଜୟ କୁମାର ସେଠୀ, ଦେବରାଜ ଦାସ, ସୁରେଶ କୁମାର ସ୍ୱାଇଁ ,ସବିତା ମିଶ୍ର, ବନିତା ପାତ୍ର ଙ୍କ ସହ ସ୍ବେଚ୍ଛାସେବୀ ରାମକୃଷ୍ଣ ମହାନ୍ତି ପ୍ରମୁଖ ଉପସ୍ଥିତ ରହି କୋଣାର୍କ ସହର ପରିକ୍ରମା ପୂର୍ବକ ବିଭିନ୍ନ ବର୍ଗ ର ଗରିବ ଲୋକମାନଙ୍କୁ ମାଗଣା ଆଇନି ସେବା କିପରି ପାଇପାରିବେ ସେ ନେଇ ସଚେତନତା ବାର୍ତା ବୁଝାଇ ଥିଲେ ।ଏହି କାର୍ଯ୍ୟ କ୍ରମ ଏକ ସପ୍ତାହ ଧରି ରବିବାର ଠାରୁ କୋଣାର୍କ ଅଂଚଳ ଓ ଏହାର ନିକଟବର୍ତ୍ତୀ ଗ୍ରାମ ଗୁଡିକରେ କୋଣାର୍କ ତାଲକୁ ଆଇନ ସେବା ପ୍ରାଧିକରଣ ପକ୍ଷରୁ ଲୋକମାନ ଙ୍କୁ ସଚେତନତା କରାଇବା ପାଇଁ କାର୍ଯ୍ୟକ୍ରମ ଜାରି ରହିବ ବୋଲି ସୂଚନା ମିଳିଛି । ।

Comments are closed.