Odisha news

ସମାଜ ସେବି ତଥା ଘୁମୁସର ବିଜେପି ଉପ ସଭାପତି ଙ୍କ ରୋଗୀଣା ଙ୍କୁ ସାହାଯ୍ୟ

ପୋଲସରା :2/10/21(ରଞ୍ଜୟ ପାଣିଗ୍ରାହୀ )ପୋଲସରା ବ୍ଲକ ଅନ୍ତର୍ଗତ ଜକର ଗ୍ରାମର ବଡ ଦାଣ୍ଡ ସାହିରେ ବାସ କରନ୍ତି ଉକ୍ତ ଗ୍ରାମର ବିପିନି ମହାପାତ୍ର ବୟସ ମାତ୍ର 48. ନିଜର ବୋଇଲେ କେହିନାହାନ୍ତି l ମାତ୍ର କହିବାକୁ ଗଲେ ତାଙ୍କର ଗୋଟାଏ ପୁଅ ଅଚ୍ଛି କିନ୍ତୁ ସେ ବାପାଙ୍କ ପାଖାରେ ନରହି ରୁହନ୍ତି ବୋଉ ଙ୍କ ଗ୍ରାମରେ ତଥା କବିସୂର୍ଯ୍ୟନଗର ବ୍ଲକର ବରିଡା ଗ୍ରାମରେ ଦୁଃଖର ବିଷୟ ବିପିନି ଙ୍କ ସ୍ତ୍ରୀ ମଧ୍ୟ ବହୁଦିନ ଧରି ମରିଯାଇଥିବା ହେତୁ ସେ ହୋଇଯାଇଛନ୍ତି ଆଜି ଏକୁଟିଆ,ତଥାପି ମନ ବଳକୁ ଦୃଢ କରି ଦାଦନ ଖଟିବାକୁ ସୁ ଦୂର ସହର   ବେଙ୍ଗଳର କୁ ଯାଇ ବହୁତ ଦିନ କଟାଇଦେଇଥିଲେ  l
କିନ୍ତୁ ଦଇବ ତାଙ୍କୁ ସାହା ଦେଲନି କାରଣ  ତାଙ୍କୁ ବହୁଦିନଧରି ଟିଭି ରୋଗ ଗ୍ରାସ କରିନେଇସାରିଲାଣି ସେ ସେଠାରେ ଆହୁ ଅଧିକଦିନ ନରହି ନିଜ ଗ୍ରାମକୁ ଆଜକୁ ଦୁଇମାସ ହେବ ଆସି ନିଜର ଥାଇ ବି ନଥିଲାଭଳି ଗ୍ରାମରେ ପଡି ଦୁଃଖ ଯନ୍ତ୍ରଣା କୁ ଛାତିରେ ଚାପି ସହି ଚାଲିଛି l କିନ୍ତୁ ସାହି ଲୋକ ଏ ସବୁ ଜାଣିଲାପରେ କିଛି ଦିନ ତାର ଵେବସ୍ତା କରୁଥିଲେ l
ଉକ୍ତ ରୋଗ ଯୋଗୁ ତାହାର ଔଷଧ ବାବଦରେ ଅର୍ଥ ର ଅଭାବ ମାଡିଆସିଲା କିନ୍ତୁ ଔଷଧ ନଖାଇ ଯନ୍ତ୍ରଣା ପଡି ଛଟପଟ ହେଉଥିବାର ଖବର ଶୁଣି ଏହି ଅଂଚଳର ଜଣା ଶୁଣା ସମାଜସେବୀ ତଥା ବିଜେପି ଘୁମୁସର ଜିଲ୍ଲା ର ଉପ ସଭାପତି ପ୍ରଭାକର ପଣ୍ଡା ଆଜି ଶନିବାର ସନ୍ଧ୍ୟା ରେ ଉକ୍ତ ଗ୍ରାମର ବିପିନି ମହାପାତ୍ର ଙ୍କୁ ଭେଟି ସୁଖ, ଦୁଃଖ ବୁଝି ତାଙ୍କୁ ଔଷଧ କିଣିବା ପାଇଁ କିଛି ଆର୍ଥିକ ସହଯୋଗ ତାଙ୍କୁ ପ୍ରଦାନ କରିବା ସହ ପୋଲସରା ପ୍ରଶାସନ ଙ୍କୁ ଉକ୍ତ ବିପିନିଙ୍କୁ ତୁରନ୍ତ ସରକାରୀ ସ୍ତରରେ ସାହାଯ୍ୟ ଓ ସହଯୋଗ କରିବାକୁ ଅନୁରୋଧ କରିବା କହି ଫେରି ଆସିଥିଲେ l ସମାଜସେବୀଙ୍କ ଏପରି ମହାନତା ପାଇଁ ଉକ୍ତ ଗ୍ରାମର ଉପସ୍ଥିତ ଥିବା ବୟସ୍କ ବୃଦ୍ଧା, ଯୁବକ ମାନେ ଏପରି କର୍ଯ୍ୟ ପାଇଁ ପ୍ରଶଂସା କରିଥିଲେ l କିନ୍ତୁ ଏ ଠା ରେ ଦେଖିବାକୁ ରହିଲା ଉକ୍ତ ବିପିନି ର ଏ ପରି ଅସୁବିଧା ସ୍ଥଳରେ ପ୍ରଶାସନ କେତେ ଶୀଘ୍ର ପଂହଁଚି ସହଯୋଗ କରୁଛି  l
Shares