ଭୁବନେଶ୍ୱର/ପୁରୀ : ନାଲକୋ ମହିଳା ସମିତିର ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା ପାତ୍ରଙ୍କ ନେତୃତ୍ୱରେ ସମିତିର ସଦସ୍ୟାମାନେ ଆଜି ପୁରୀସ୍ଥିତ ଗାନ୍ଧୀ ପାର୍କଠାରେ ପଥପ୍ରାନ୍ତ ନାଟକ (ନୁକ୍କଡ୍ ନାଟକ-2020) ପ୍ରଦର୍ଶନ କରିଥିଲେ । ଏହି ନୁକ୍କଡ୍ ନାଟକ ଲୋକମାନଙ୍କ ମଧ୍ୟରେ କୋଙିଡ୍-19 ଏବଂ ସ୍ୱଚ୍ଛତା ବିଷୟରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ଆୟୋଜିଦ ହୋଇଥିଲା । ଏହା ପୂର୍ବରୁ ସମିତିର ସଦସ୍ୟାମାନଙ୍କ ଦ୍ୱାରା ଗତ ସପ୍ତାହରେ ଭୁବନେଶ୍ୱରର ନାଲକୋ ଛକ ଏବଂ ଶ୍ରୀ ଲିଙ୍ଗରାଜ ମନ୍ଦିର ନିକଟରେ ଏହି ନୁକ୍କଡ୍ ନାଟକ ପ୍ରଦର୍ଶିତ ହୋଇଥିଲା ।