ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ପ୍ରତ୍ୟେକ ମାସର ପୂର୍ଣ୍ଣମୀ ଦିନ ଗୋଟିଏ ମାସର ଶେଷ ଦିନ ଅଟେ । ତେଣୁ ଚଳିତ ଥର ମାର୍ଚ୍ଚ ୭ତାରିଖ ଦିନ ଫାଲଗୁନ ମାସ ର ଶେଷ ଦିନ ଅଟେ ଓ ଚୈତ୍ର ମାସ ବୁଧବାର ମାର୍ଚ୍ଚ ୮ତାରିଖ ରୁ ଆରମ୍ଭ ହେବାକୁ ଯାଉଛି । ଚୈତ୍ର ମାସ ରେ ମା ଦୁର୍ଗତିନାଶିନି ଙ୍କୁ ବିଶେଷ ପୂଜାର୍ଚ୍ଚନା କରାଯାଇ ଥାଏ । ମାସ ସାରା ପ୍ରାୟ ସମସ୍ତେ ମାଙ୍କୁ ପଣା ଅର୍ପଣ କରନ୍ତି । ଏହାଛଡା କୁହାଯାଏ ଯେ ଚୈତ୍ର ମାସର ପ୍ରତିପଦ ଠାରୁ ନୂଆ ହିନ୍ଦୁ ବର୍ଷର ଆରମ୍ଭ ହୋଇଥାଏ ।
ସେହିଭଳି ଆମ ହିନ୍ଦୁ ଧର୍ମରେ ମଧ୍ୟ ଚୈତ୍ର ନବରାତ୍ରୀ ର ଅନେକ ମହତ୍ତ୍ଵ ରହିଛି । ମା ଦୂର୍ଗାଙ୍କ ପୂଜା ବର୍ଷକୁ ୨ଟି ମାସର ନବରାତ୍ରି ରେ ବିଶେଷ ଭାବରେ କରାଯାଇ ଥାଏ । ଗୋଟିଏ ହେଲା ଆଶ୍ୱିନ ମାସରେ ଶାରଦୀୟ ଦୁର୍ଗାପୂଜା ସମୟରେ ନବରାତ୍ରି ଓ ଆଉ ଗୋଟିଏ ହେଲା ଚୈତ୍ର ମାସ ରେ ନବରାତ୍ରି । ଏହି ଦୁଇଟି ନବରାତ୍ରି ଅନେକ ମହତ୍ତ୍ଵ ରହିଛି ।
ଚଳିତ ଥର ଚୈତ୍ର ନବରାତ୍ରି ମାର୍ଚ୍ଚ ୨୨ତାରିଖ ରୁ ଆରମ୍ଭ ହେବାକୁ ଯାଉଛି ଓ ମାର୍ଚ୍ଚ ୩୦ ତାରିଖ ରାମ ନବମୀ ରେ ଏହା ସମାପ୍ତ ହେବ । ଚଳିତ ବର୍ଷ ଚୈତ୍ର ନବରାତ୍ରି ରେ ମା ନୌକା ରେ ବିରାଜମାନ କରି ପୃଥିବୀ ପୃଷ୍ଠକୁ ଆସିବେ । ଏହା ଖୁବ୍ ଶୁଭ ସଂକେତ ବୋଲି ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି । ମାନ୍ୟତା ଅନୁସାରେ କୁହାଯାଇଛି ଯେ ଯଦି ମା ନୌକା ଉପରେ ବିରାଜମାନ କରି ଆସନ୍ତି ତେବେ ପୃଥିବୀ ଶସ୍ୟ ଶ୍ୟାମଳ ହୋଇ ଉଠିଥାଏ ।
* ମା ଦୁର୍ଗା ପ୍ରଥମ ଦିନ ଶୈଳ ପୁତ୍ରୀ ରୂପରେ ଆସିବେ
* ଦ୍ଵିତୀୟ ଦିନ ମା ବ୍ରହ୍ମଚାରିଣୀ ରୂପରେ ବିରାଜମାନ କରିବେ
* ତୃତୀୟ ଦିନରେ ମା ଚନ୍ଦ୍ର ଘଣ୍ଟା ରୂପରେ
* ଚତୁର୍ଥ ଦିନ ମା କୁସ୍ମାଣ୍ଡା ଭାବରେ ପୂଜା ପାଇବେ
* ପଞ୍ଚମ ଦିନରେ ମା ସ୍କନ୍ଦ ମାତା
* ଷଷ୍ଠ ଦିନରେ ମା କାତ୍ୟାୟନୀ ଭାବରେ ବିରାଜମାନ କରିବେ
* ସପ୍ତମ ଦିନରେ ମା କାଳରାତ୍ରୀ
* ଅଷ୍ଟମ ଦିନ ରେ ମା ମହାଗୌରୀ
* ଓ ଶେଷ ଦିନରେ ମା ସିଦ୍ଧିଦାତ୍ରୀ ଭାବରେ ପୂଜା କରାଯାଇ ଥାଏ ।
