Odisha news

ଜମି ଜାଲିଆତି ଘଟଣାରେ ନ୍ୟାୟ ପାଇଁ ଏସ୍ପିଙ୍କ କାର୍ଯ୍ୟଳୟରେ ଫେରାଦ ହେଲେ ଅବସରପ୍ରାପ୍ତ ସେନା କର୍ମଚାରୀ

0
ପାଣିକୋଇଲି,୨୮।୨: ଦଶରଥପୁର ଥାନା ଅଞ୍ଚଳର ଜୈନେକ ଅବସରପ୍ରାପ୍ତ ସେନା କର୍ମଚାରୀ ଜମି କିଣିବା ପାଇଁ ବିକ୍ରେତା ଙ୍କୁ ଟଙ୍କା ଦେବା ପରେ ଜମି କିଣାର କାଗଜପତ୍ର ନକଲି ବୋଲି ଜାଣିବା ପରେ ବିକ୍ରେତା ଜଣଙ୍କୁ ଟଙ୍କା ଫେରସ୍ତ ମାଗିବାକୁ ଯାଇ ଅଶ୍ଳୀଳ ଗାଳିଗୁଲଜ ସହ ହତ୍ୟା ଧମକ ର ସମ୍ମୁଖୀନ ହୋଇ ଶେଷରେ ପାଣିକୋଇଲି ସ୍ଥିତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ ଦ୍ଵାରସ୍ଥ ହୋଇ ନ୍ୟାୟ ଭିକ୍ଷା କରିଛନ୍ତି। ସୂଚନା ମୁତାବକ ଦଶରଥପୁର ଥାନା ଅନ୍ତର୍ଗତ ପାଇକସାହି ଗ୍ରାମର ଅବସରପ୍ରାପ୍ତ ସେନା କର୍ମଚାରୀ ବିଶ୍ଵନାଥ ରାଉତ(୬୫) ଙ୍କ ଅଭିଯୋଗ ମୁତାବକ ଯାଜପୁର ତହସିଲ ଅଧିନରେ ଥିବା ଆଙ୍କୁଲା ମୌଜା ର କିଛି ଜମି କିଣିବା ପାଇଁ ବିକ୍ରେତା ମଙ୍ଗଳପୁର ଥାନା ଅନ୍ତର୍ଗତ ବିରୁଆଁ ଗ୍ରାମର ପ୍ରଦୀପ ଦାଶ ଙ୍କ ସହ ତାଙ୍କର ଏଗ୍ରିମେଣ୍ଟ ହେବା ପରେ ଏଗ୍ରିମେଣ୍ଟ ଅନୁସାରେ ଏକ କୋଟି ଚଉତିରିଶି ଲକ୍ଷ ଅଡଷଠି ହଜାର ଟଙ୍କା ସେ ପ୍ରଦୀପ ଦାଶ ଙ୍କୁ ପ୍ରଦାନ କରିଥିବା ସହ ପ୍ରଦୀପ ମଧ୍ୟ ଜମିର ଅରିଜିନାଲ ଖତିୟାନ,ଦାଖଲ କରିଥିବା ଚାଲାଣର ନକଲ ମଧ୍ୟ ବିଶ୍ଵନାଥ ଙ୍କୁ ଦେଇଥିଲେ। ପରେ ଜମିର ଖତିୟାନ ଉପରେ ବିଶ୍ଵନାଥ ଙ୍କ ସନ୍ଦେହ ହେବାରୁ ପ୍ରଦୀପ ପ୍ରଦାନ କରିଥିବା ଜମିର ଖତିୟାନ ନକଲି ସହ ଯାଜପୁର ଆଡିସନାଲ ସବ-କଲେକ୍ଟର ଙ୍କ ନକଲି ଷ୍ଟାମ୍ପ ଲଗାଯାଇଥିବା ମଧ୍ୟ ବିଶ୍ଵନାଥ ଜାଣିବାକୁ ପାଇଥିଲେ। ଏହା ଜାଣି ବିଶ୍ଵନାଥ ଏବଂ ତାଙ୍କ ପତ୍ନୀ ପ୍ରଦୀପ ଙ୍କ ଘରକୁ ଯାଇ ଟଙ୍କା ଫେରସ୍ତ ମାଗିଥିଲେ। ଫଳରେ ପ୍ରଦୀପ ଉତକ୍ଷିପ୍ତ ହୋଇ ବିଶ୍ଵନାଥ ଏବଂ ତାଙ୍କ ପତ୍ନୀ ଙ୍କୁ ଅଶ୍ଳୀଳ ଭାଷା ରେ ଗାଳିଗୁଲଜ କରିବା ସହ ବିଶ୍ଵନାଥ ଙ୍କ ପତ୍ନୀ ଙ୍କ ବେକରୁ ୩୦ ଗ୍ରାମର ସୁନା ହାର ଟିକୁ ଟାଣିନେଇ ଘର ଭିତରକୁ ପଳାଇଯିବା ସହ ଘର ଭିତରୁ ଏକ କତା ଧରି ଆସି ବିଶ୍ଵନାଥ ଙ୍କୁ ଗୋଇଠା ମାରିବା ସହ ହତ୍ୟା ଧମକ ଦେଇଥିଲା। ଏହି ଘଟଣାକୁ ନେଇ ବିଶ୍ଵନାଥ ଥାନାର ଦ୍ୱାରସ୍ତ ହୋଇଥିଲେ ମଧ୍ୟ କୌଣସି ସୁଫଳ ତାଙ୍କୁ ମିଳିନଥିଲା।ପରେ ଶେଷରେ ଏନେଇ ବିଶ୍ଵନାଥ ଏବଂ ତାଙ୍କ ପତ୍ନୀ ନିରୁପାୟ ହୋଇ ଆଜି ପାଣିକୋଇଲି ସ୍ଥିତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ କାର୍ଯ୍ୟାଳୟରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ବିନିତ ଅଗ୍ରୱାଲଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିବା ସହ ନ୍ୟାୟ ଭିକ୍ଷା ପାଇଁ ଆକୁଳ ନିବେଦନ କରିଛନ୍ତି।
Nalco
Leave A Reply