ଆଶ୍ୱିନ ମାସର ଶୁକ୍ଳପକ୍ଷ ନବରାତ୍ରୀ ରେ ମା ଦୁର୍ଗା ଙ୍କର ବିଶେଷ ଭାବରେ ପୂଜା କରାଯାଇଥାଏ । ଏହି ସମୟରେ ସମଗ୍ର ପୃଥିବୀ ପୃଷ୍ଠରେ ଗୋଟିଏ ପବିତ୍ର ବାତାବରଣ ଦେଖିବାକୁ ମିଳିଥାଏ । କାରଣ ଚାରିଆଡେ ଗୋଟିଏ ସୁନ୍ଦର୍ ବାତାବରଣ ସୃଷ୍ଟି ହୋଇଥାଏ । ଆମ ହିନ୍ଦୁ ଧର୍ମରେ ନବରାତ୍ରୀ କୁ ବିଶେଷ ମାନ୍ୟତା ଦିଆଯାଇ ଜଗତ ଜନନୀ ମା ଦୁର୍ଗା ଙ୍କ ର ୯ଟି ରୂପକୁ ପୂଜା କରାଯାଇଥାଏ । ତେଣୁ ଶାସ୍ତ୍ର ଅନୁସାରେ ଏହି ୯ଦିନ ମା ଙ୍କୁ ୯ପ୍ରକାରର ଜିନିଷ ଅର୍ପଣ କରା ଯାଇଥାଏ । ଏହା ଅର୍ପଣ କରାଯିବାର ବିଶେଷ ମହତ୍ତ୍ଵ ମଧ୍ୟ ରହିଛି ।
ଆସନ୍ତୁ ଜାଣିବା କେଉଁ ଦିନ କଣ ଅର୍ପଣ କରାଯାଏ –
୧)ମା ଶୈଳପୁତ୍ରୀ ଙ୍କୁ ନବରାତ୍ରୀ ର ପ୍ରଥମ ଦିନରେ ପୂଜା କରାଯାଏ । ଏହି ଦିନ ମାଙ୍କ ଚରଣରେ ଶୁଧ ଦେଶୀ ଘିଅ ଅର୍ପଣ କରିବା ଦ୍ୱାରା ଆରୋଗ୍ୟ ଆଶୀର୍ବାଦ ମିଳିଥାଏ । ସମସ୍ତ ବ୍ୟାଧି ଦୁର ହୁଏ ।
୨)ନବରାତ୍ରୀ ର ଦ୍ଵିତୀୟ ଦିନ ମା ବ୍ରହ୍ମଚାରିଣୀ ଙ୍କୁ ପୂଜା କରାଯାଏ । ଏହି ଦିନ ମାଙ୍କ ନିକଟରେ ଚିନି ଅର୍ପଣ କରାଯାଏ । ଏହାକୁ ମା ଙ୍କୁ ଅର୍ପଣ କରିବା ପରେ ସମସ୍ତ ପରିବାର ସଦସ୍ୟ ମଧ୍ୟ ସେବନ କରିବା ଉଚିତ୍ । ଏହାଦ୍ବାରା ଆୟୁ ବୃଦ୍ଧି ହୋଇଥାଏ ।
୩) ନବରାତ୍ରୀ ର ତୃତୀୟ ଦିନ ମା ଚନ୍ଦ୍ରଘଣ୍ଟା ଙ୍କୁ ପୂଜା କରାଯାଏ । ଏହିଦିନ ମାଙ୍କ ନିକଟରେ ଦୁଗ୍ଧ କିମ୍ବା ଦୁଗ୍ଧ ରେ ପ୍ରସ୍ତୁତ ଖିରି ଭୋଗ କରି ଭୋକିଲା ଙ୍କୁ ଭୋଜନ କରାଇଲେ ସମସ୍ତ ଦୁଃଖ ରୁ ମୁକ୍ତି ମିଳିଥାଏ ।
୪) ମାଙ୍କ ନିକଟରେ ଚତୁର୍ଥ ଦିନ ମାଲପୁଆ ପ୍ରସାଦ ଲଗାଯାଏ । ଏହାକୁ ସମସ୍ତଙ୍କୁ ବାଣ୍ଟିବା ଦ୍ଵାରା ବୁଦ୍ଧି ଓ ସିଦ୍ଧି ର ବିକାସ ହୋଇଥାଏ ।
୫) ନବରାତ୍ରୀ ର ପଞ୍ଚମ ଦିନ ମାତା ସ୍କନ୍ଦ ମାତାଙ୍କୁ ପୂଜା କରାଯାଏ । ଏହିଦିନ ପାଚିଲା କଦଳୀ ଅର୍ପଣ କରିବା ଦ୍ୱାରା ଉତ୍ତମ ସ୍ବାସ୍ଥ୍ୟ ଓ ନିରୋଗୀ କାୟା ପ୍ରାପ୍ତି ହୋଇଥାଏ ।
୬) ନବରାତ୍ରୀ ର ଷଷ୍ଠ ଦିନ ମାଙ୍କ ନିକଟରେ ମହୁ ପ୍ରସାଦ ଭାବରେ ଅର୍ପଣ କରାଯାଏ । ମହୁ ଅର୍ପଣ କରିବା ଦ୍ୱାରା ଜୀବନରେ ମଧୁରତା ଆସିଥାଏ ।
୭) ନବରାତ୍ରୀ ର ସପ୍ତମ ଦିନ ରେ ମାଙ୍କ ନିକଟରେ ଗୁଡ ଅର୍ପଣ କରାଯାଏ । ଏହାକୁ ଅର୍ପଣ କରିବା ଦ୍ୱାରା ଆକସ୍ମିକ ଶୋକ ଦୁର ହୋଇଥାଏ ।
୮) ନବରାତ୍ରୀ ର ଅଷ୍ଟମ ଦିନରେ ମାଙ୍କୁ ନଡ଼ିଆ ଅର୍ପଣ କରାଯାଏ ଓ ନଡ଼ିଆ ଦାନ କରାଯାଏ । ଏପରି କରିବା ଦ୍ବାରା ସନ୍ତାନ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ ।
୯) ନବରାତ୍ରୀ ର ନବମ ଦିନରେ ମାଙ୍କ ନିକଟରେ ରାଶି ଭୋଗ ଲଗାଇ ବ୍ରାହ୍ମଣଙ୍କୁ ଦାନ ଦିଅନ୍ତୁ । ଏହାଦ୍ବାରା ମୃତ୍ୟୁ ଭୟ ଦୁର ହୋଇଥାଏ ଓ ଆସୁଥିବା ବିପଦ ଦୂରେଇ ଯାଇଥାଏ ।
Comments are closed.