Odisha news

ନବରାତ୍ରି ରେ କେଉଁ ଦିନ କେଉଁ ପୋଷାକ ପିନ୍ଧିବା ଶୁଭ : ଏହି ରଙ୍ଗର ପୋଷାକ ପିନ୍ଧି ମା ଦୁର୍ଗା ଙ୍କ ଆଶୀର୍ବାଦ ଲାଭ କରନ୍ତୁ

ଅକ୍ଟୋବର ମାସର ଦ୍ଵିତୀୟ ସପ୍ତାହରେ ଶାରଦୀୟ ନବରାତ୍ରୀ ପୂଜା ଆରମ୍ଭ ହୋଇଯିବ । ଚଳିତ ଥର ଦୁଇଟି ତିଥି ଗୋଟିଏ ଦିନରେ ପଡ଼ୁଥିବା କାରଣରୁ ନବରାତ୍ରି ୯ ଦିନ ପରିବର୍ତ୍ତେ ୮ ଦିନ ପାଳିତ ହେବ ।
ନବରାତ୍ରି ର ୯ଟି ଦିନରେ ଦୁର୍ଗା ଙ୍କ ର ଅଲଗା ଅଲଗା ରୂପକୁ ପୂଜା କରା ଯାଇଥାଏ । ମାନ୍ୟତା ଅନୁସାରେ ପ୍ରତିଦିନ ଶ୍ରଦ୍ଧାଳୁ ମାନେ ମା ଦୁର୍ଗା ଙ୍କୁ ପୂଜା କରିବା ପାଇଁ ଅଲଗା ଅଲଗା ରଙ୍ଗର ଶାଢ଼ୀ ପିନ୍ଧି ଆରାଧନା କରିବା ଦ୍ୱାରା ମିଳିଥାଏ ମା ଦୁର୍ଗା ଙ୍କ ଆଶୀର୍ବାଦ ।
– ନବରାତ୍ରୀ ର ପ୍ରଥମ ଦିନ ମାତା ଶୈଳ ପୁତ୍ରି ଙ୍କୁ ପୂଜା କରାଯାଏ । ମା ଶୈଳ ପୂତ୍ରି ଙ୍କୁ ହଳଦିଆ ରଙ୍ଗ ଖୁବ୍ ପସନ୍ଦ ତେଣୁ ଏହି ଦିନ ହଳଦିଆ ବସ୍ତ୍ର ପିନ୍ଧି ପୂଜା କଲେ ମା ହୋଇ ଥାଆନ୍ତି ସନ୍ତୁଷ୍ଟ ।
– ନବରାତ୍ରୀ ର ଦ୍ଵିତୀୟ ଦିନ ମାତା ବ୍ରହ୍ମଚାରିଣୀ ଙ୍କୁ ପୂଜା କରାଯାଏ । ମା ବ୍ରହ୍ମଚାରିଣୀ ଙ୍କୁ ସବୁଜ ରଙ୍ଗ ଖୁବ୍ ପସନ୍ଦ । ତେଣୁ ଏହି ଦିନ ମା ଙ୍କୁ ସବୁଜ ଓଢନୀ ଓ ସବୁଜ ବସ୍ତ୍ର ଅର୍ପଣ କରନ୍ତି , ତେଣୁ ଏହି ଦିନ ସବୁଜ ବସ୍ତ୍ର ଧାରଣ କରିବା ଉଚିତ୍ ।
– ନବରାତ୍ରୀ ର ତୃତୀୟ ଦିନ ଟି ହେଉଛି ମା ଚନ୍ଦ୍ରଘଣ୍ଟା ସ୍ୱରୂପ କୁ ପୂଜା କରାଯାଏ । ମା ଙ୍କ ର ଗାଢ଼ା ଖଇରିଆ ରଙ୍ଗ ପସନ୍ଦ । ତେଣୁ ଏହି ଦିନ ଭକ୍ତ ଗାଢ଼ା ଖଇରିଆ ରଙ୍ଗ ବସ୍ତ୍ର ପିନ୍ଧିବା ଶୁଭ ।
– ନବରାତ୍ରୀ ର ଚତୁର୍ଥ ଦିନ ମା କୁଷ୍ମାଣ୍ଡ ଙ୍କୁ ପୂଜା କରାଯାଏ । ମା ଙ୍କୁ ନାରଙ୍ଗୀ ରଙ୍ଗ ଖୁବ୍ ପସନ୍ଦ । ମା ଙ୍କ ର ସମସ୍ତ ଶୃଙ୍ଗାର ନାରଙ୍ଗୀ ରଙ୍ଗ ରେ କରାଯାଏ । ତେଣୁ ଏହି ଦିନ ନାରଙ୍ଗୀ ରଙ୍ଗ ବସ୍ତ୍ର ପରିଧାନ କରିବା ଶୁଭ ଅଟେ ।
– ନବରାତ୍ରୀ ର ପଞ୍ଚମ ଦିନରେ ମାତା ସ୍କନ୍ଦ ଙ୍କୁ ପୂଜା କରାଯାଏ । ମାତା ସ୍କନ୍ଦମାତା ଧଳାରଙ୍ଗ ଖୁବ୍ ପସନ୍ଦ । ତେଣୁ ଏହି ଦିନ ମା ଙ୍କୁ ଧଳା ରଙ୍ଗର ବସ୍ତ୍ର ରେ ଶୃଙ୍ଗାର କରାଯାଇ ଥାଏ । ତେଣୁ ଏହି ଦିନ ବ୍ରତ ଧାରୀ ଧଳା ବସ୍ତ୍ର ପରିଧାନ କରିବା ଶୁଭ ଅଟେ ।
– ନବରାତ୍ରୀ ର ଷଷ୍ଠ ଦିନଟି ମାତା କାତ୍ୟାୟନୀ ଙ୍କୁ ପୂଜା କରାଯାଏ । ମାନ୍ୟତା ରହିଛି ଯେ ମାତା କାତ୍ୟାୟନୀ ଙ୍କୁ ନାଲି ରଙ୍ଗ ଖୁବ୍ ପସନ୍ଦ । ଏହିଦିନ ମାତା ଙ୍କର ନାଲି ରଙ୍ଗରେ ଶୃଙ୍ଗାର କରାଯାଏ । ତେଣୁ ଏହିଦିନ ଭକ୍ତ ମନେ ନାଲି ରଙ୍ଗର ବସ୍ତ୍ର ପରିଧାନ କରନ୍ତି ।
– ନବରାତ୍ରୀ ର ସପ୍ତମ ଦିନ ଟି ମା କାଳ ରାତ୍ରୀ ଙ୍କୁ ପୂଜା କରାଯାଏ । ମା ଙ୍କୁ ନୀଳ ରଙ୍ଗ ଖୁବ୍ ପସନ୍ଦ ଅଟେ । ତେଣୁ ଏହିଦିନ ନୀଳରଙ୍ଗର ଶୃଙ୍ଗାର କରାଯିବା ସହ ଭକ୍ତମାନେ ମଧ୍ୟ ନୀଳ ରଙ୍ଗର ବସ୍ତ୍ର ପରିଧାନ କରନ୍ତି ।
– ନବରାତ୍ରୀ ର ଅଷ୍ଟମ ଦିନରେ ମଆ ମହାଗୌରୀ ଙ୍କୁ ପୂଜା କରାଯାଏ । ମା ଙ୍କ ର ଗୋଲାପି ରଙ୍ଗ ଖୁବ୍ ପସନ୍ଦ । ତେଣୁ ଏହିଦିନ ଗୋଲାପି ରଙ୍ଗ ର ବସ୍ତ୍ର ଧାରଣ କରିବା ଶୁଭ ଅଟେ ।
– ନବରାତ୍ରୀ ର ନବମ ଦିନଟି ରେ ମା ସିଦ୍ଧି ଦତ୍ରୀ ଙ୍କୁ ପୂଜା କରାଯାଏ । ମା ଙ୍କୁ ବାଇଗଣୀ ରଙ୍ଗ ଖୁବ୍ ପସନ୍ଦ ଅଟେ । ତେଣୁ ଏହିଦିନ ଭକ୍ତମାନେ ବାଇଗଣୀ ରଙ୍ଗର ପୋଷାକ ପିନ୍ଧିବା ଶୁଭ ଅଟେ ।

Comments are closed.