Odisha news

ମଦ ପିଇବା ଦ୍ଵାରା କାହିଁକି ଓଜନ ବୃଦ୍ଧି ହୋଇଥାଏ : କଣ ରହିଛି ଏହା ପଛର କାରଣ

ଅଧିକାଂଶ ସମୟରେ ସପ୍ତାହନ୍ତ ରେ ଆମେ ମାନେ ବନ୍ଧୁ ମାନଙ୍କ ସହିତ କିଛି ଭୋଜି ଭାତ କରି ଖାଇଥାଉ । ଆଜିକାଲି ର ଚଳନି ଅନୁସାରେ କିଛି ବ୍ୟକ୍ତି ସେଥି ମଧ୍ୟରୁ ମଦ୍ୟପାନ ମଧ୍ୟ କରି ଥାଆନ୍ତି । ସେମାନେ ଯେଉଁ ସମୟରେ ମଦ୍ୟପାନ କରି ଥାଆନ୍ତି ସେତେବେଳେ କିଛି ଚିନ୍ତା କରି ନ ଥାଆନ୍ତି । ପର ଦିନ କିନ୍ତୁ ସାମାନ୍ୟ ପଶ୍ଚତାପ କରି ଥାଆନ୍ତି ।
କଣ ଆପଣ ଜାଣି ଛନ୍ତି କି ଏହି ମଦ୍ୟପାନ ଅଭ୍ୟାସ ଆମର ଓଜନ ବୃଦ୍ଧି କରିଥାଏ । ହଁ ଆଜ୍ଞା , ମଦ ରେ ଅଧିକ କ୍ୟାଲୋରୀ ରହିଛି । ଯାହା ଆମର ଓଜନ ବୃଦ୍ଧି କରିଥାଏ । ଯେଉଁ କାରଣରୁ ରକ୍ତ ଚାପ ସମସ୍ୟା ଦେଖା ଦେଇଥାଏ ।
ମଦ୍ୟପାନ କରିବା ସମୟରେ ନିଜର ଓଜନକୁ ନିୟନ୍ତ୍ରଣ କରିବା ପାଇଁ ନିଜ ଖାଦ୍ୟରେ କିଛିଟା ବିଶେଷ ପରିବର୍ତ୍ତନ ମଧ୍ୟ ଆବଶ୍ୟକ । ଯେଉଁ କାରଣରୁ ଓଜନ ବୃଦ୍ଧି କୁ ଅଟକା ଯାଇ ପାରିବ ।
* ଆଲକୋହଲ୍ ରେ ପୂର୍ବରୁ ଅଧିକ ମାତ୍ରାରେ କ୍ୟାଲୋରୀ ରହିଥାଏ । ଏମିତିରେ ଅଧିକ ସେବନ କରିବା ଦ୍ୱାରା ଆପଣଙ୍କ ଓଜନ ବୃଦ୍ଧି ହୋଇଥାଏ । ତେଣୁ କରି ମଦ ସହିତ ଛଣା ଜିନିଷ ଅଧିକ ମାତ୍ରାରେ ଖାଇବା ଉଚିତ୍ ନୁହେଁ। ଆପଣ ଯଦି ପାରିବେ ତେଲ ଜିନିଷକୁ ନିଜ ଠାରୁ ଦୂରେଇ ରୁହନ୍ତୁ ।
* ନିୟମିତ ମଦ୍ୟପାନ କାରଣରୁ ଓଜନ ବୃଦ୍ଧି ହୋଇଥାଏ । ତେଣୁ ମଦ୍ୟପାନ କରିବା ସମୟରେ ଫଳ କୁ ସାଲାଡ଼ କରି କିମ୍ବା ଗଜାମୁଗ ଗଜା ବୁଟ ସେବନ କରନ୍ତୁ ଓ ନିୟମିତ ମଦ୍ୟପାନ ଠାରୁ ଦୂରେଇ ରୁହନ୍ତୁ ।
* ଆପଣ ଜେବେବି ମଦ୍ୟପାନ କରୁଛନ୍ତି କେଉଁ ପାର୍ଟି ରେ ତେବେ ତା ପୂର୍ବରୁ କିଛି ଖାଦ୍ୟ ଖାଇ ନିଅନ୍ତୁ । କାରଣ ଖାଲି ପେଟରେ ତେଲ ଜିନିଷ ଖାଇ ମଦ୍ୟପାନ କରିବା ଦ୍ୱାରା ଓଜନ ଅଧିକ ବୃଦ୍ଧି ହୋଇଥାଏ । ତେଣୁ ଏହି ସବୁ କାରଣକୁ ଆଖି ଆଗରେ ରଖି ଆମେ ମଦ୍ୟପାନ କରିବା ସମୟରେ ସାମାନ୍ୟ ଚିନ୍ତା କରିବା ଆବଶ୍ୟକ ।
Nalco

Comments are closed.