Odisha news

ଗଜା ମୁଗ ଖାଇବାର ଅଦ୍ଭୁତ ଲାଭ : ଆସନ୍ତୁ ଜାଣିବା

ଗଜାମୁଗ ଖାଇବାକୁ ପ୍ରାୟ ସମସ୍ତେ ଭଲ ପାଇ ଥାଆନ୍ତି । ଗଜା ମୁଗ ରେ ଅନେକ ପୋଷାକ ତତ୍ତ୍ଵ ରହିଥାଏ । ଏହା ପେଟକୁ ସମସ୍ତ ପ୍ରକାର ସଂକ୍ରମଣ ରୁ ଦୂରେଇ ରଖିଥାଏ ଓ ଶରୀରକୁ ସୁସ୍ଥ ରଖେ । ଶରୀରର ସମସ୍ତ ଅଙ୍ଗ ଠିକ୍ ଭାବରେ କାର୍ଯ୍ୟ କରିବା ପାଇଁ ଅଧିକ ପ୍ରୋଟିନ ର ଆବଶ୍ୟକତା ରହିଥାଏ ।
 * ଗଜାମୁଗ ରେ ରହିଥିବା ପୋଷାକ ତତ୍ତ୍ଵ – ଅଙ୍କୁରିତ ମୁଗ ରେ ରହିଥିବା ପୋଷାକ ତତ୍ତ୍ଵ ଗୁଡ଼ିକ ହେଲା ପ୍ରୋଟିନ , ଆଇରନ , କ୍ୟାଲସିୟମ , କାର୍ବୋହାଇଡ୍ରେଟ ଓ ଭିଟାମିନ ର ମାତ୍ରା ଭରି ରହିଥାଏ ।
* ଚିକିତ୍ସକ ମାନଙ୍କ ମତରେ ଗଜା ମୁଗ ରେ ଗ୍ଲୁକୋଜ ସ୍ତର ଖୁବ୍ କମ୍ ରହିଥାଏ , ଯେଉଁ କାରଣରୁ ମଧୁମେହ ରୋଗୀ ମାନଙ୍କ ପାଇଁ ଖୁବ୍ ହିତକର ଅଟେ । ଯାହା ଶରୀରର ପ୍ରତିରକ୍ଷା ପ୍ରଣାଳୀ କୁ ଠିକ୍ ରଖିଥାଏ ।
ଗଜା ମୁଗ ଖାଇବାର ଲାଭ –
– ଏଥିରେ ଥିବା ସଲ୍ୟୁବଲ୍ ଫାଇବର ଆପଣଙ୍କ ଓଜନ କୁ ନିୟନ୍ତ୍ରଣ କରିଥାଏ ।
– ଏଥିରେ ଆଇରନ ମାତ୍ରା ଅଧିକ ରହିଥିବା କାରଣରୁ ଆପଣଙ୍କ ଶରୀରକୁ ଓ ତ୍ୱଚା କୁ ଚମକ୍ ମିଳିଥାଏ ।
– ଏହାକୁ ଖାଇବା ଦ୍ଵାରା ଶରୀରକୁ ଭରପୁର ମାତ୍ରାରେ ଫାଇବର ମାତ୍ରା ମିଳିଥାଏ ଓ ପେଟ ସଫା ରହିଥାଏ ।
– ଗଜା ମୁଗ ହାଡ ଜନିତ ବିଭିନ୍ନ ସମସ୍ୟା କୁ ଦୁର କରିଥାଏ । ଯେଉଁ କାରଣରୁ ଶରୀରକୁ ଭରପୁର କ୍ୟାଲସିୟମ ମିଳେ ।
– ଜିମ୍ ଯାଉଥିବା ବ୍ୟକ୍ତିମାନେ ଗଜା ମୁଗ ଖାଇବା ଦ୍ବାରା ତାଙ୍କ ମାଂସପେଶୀ ସୁଦୃଢ ହୋଇଥାଏ ।
Nalco

Comments are closed.