ଭୁବନେଶ୍ୱର: ସାମାଜିକ ସଂଗଠନ ଭୁବନେଶ୍ୱର ବିକାଶ ସଂଗଠନ ପକ୍ଷରୁ ମଞ୍ଚେଶ୍ୱର ଅଞ୍ଚଳର ଲାଇନ୍ ବସ୍ତିରେ’ମୋ ଚାଟଶାଳୀ’ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି । ବିଶେଷ କରି ତାଲାବନ୍ଦ ସମୟରେ ବିଦ୍ୟାଳୟ ସ୍ବନ୍ଦ ହେତୁ ଶିକ୍ଷାରୁ ବଞ୍ଚିତ ହେଉଥିବା ଭୁବନେଶ୍ୱରବସ୍ତି ଅଞ୍ଚଳର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶିକ୍ଷାର ବ୍ଯବଧାନ କୁ ଦୂର କରିବାକୁଏହି ପ୍ରୟାସ ଆରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ତାଲିମପ୍ରାପ୍ତ ସ୍ବେଚ୍ଛାସେବୀଙ୍କମାନେ ବସ୍ତିର ପ୍ରାଥମିକ ଶ୍ରେଣୀର ପିଲାମାନଙ୍କୁ୧୦୦ ଦିନ ପାଇଁ ଓଡିଆ ଏବଂ ଗଣିତ ଉପରେ ପ୍ରତିକାରମୂଳକ ଶିକ୍ଷା ଦାନ କରିବେ ।
ଉଦ୍ଘାଟନୀ କାର୍ଯ୍ୟକ୍ରମରେ 50 ରୁ ଅଧିକ ସ୍କୁଲ ଯାଉଥିବା ପିଲା, ସେମାନଙ୍କ ପିତାମାତା, ବସ୍ତି ବାସିନ୍ଦା ଏବଂ ସଂଗଠନର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ। ଅତିଥିଭାବେ ମାତୃଶକ୍ତି ଫାଉଣ୍ଡେସନ ର ସମ୍ପାଦିକା ଶ୍ରୀମତୀ ପ୍ରଭାସିନୀ ମହାନ୍ତି, ସଦସ୍ୟା ମନୋଜା ମିଶ୍ର, ଆତ୍ମଶକ୍ତି ଟ୍ରଷ୍ଟ ର କାର୍ଯ୍ୟନିର୍ବାହୀ ଟ୍ରଷ୍ଟିଶ୍ରୀମତୀ ରୁଚି କାଶ୍ୟପ ଏବଂ ଓଡିଶା ଶ୍ରମଜୀବୀ ମଞ୍ଚ ର ଆବାହକ ଶ୍ରୀ ଅଞ୍ଜନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
ସଂଗଠନର ପ୍ରତିନିଧି ମାନଙ୍କ କହିବା ଅନୁସାରେ ଏହି ‘ମୋ ଚାଟଶାଳୀ’ କାର୍ଯ୍ୟକ୍ରମ ଅନ୍ୟ ବସ୍ତି ଅଞ୍ଚଳରେ ମଧ୍ୟ ଖୁବ ଶୀଘ୍ର ଆରମ୍ଭ କରାଯିବ।
Comments are closed.