ଭାରତୀୟ ମାନଙ୍କ ରୋଷେଇ ଘରେ ବ୍ୟବହୃତ ହେଉଥିବା ମସଲା ମାନଙ୍କ ଭିତରୁ ଶୋରିସର ବ୍ୟବହାର ଅଧିକ ହୋଇଥାଏ l ଖାସ କରି ପଶ୍ଚିମ ବଙ୍ଗ ଓ ଓଡ଼ିଶାର ଲୋକମାନଙ୍କ ପାଖରେ ଶୋରିସର ଚାହିଦା ଅଧିକ ଦେଖିବାକୁ ମିଳେ l ଆମିଷ ହେଉ କି ସାଧା ହେଉ ଶୋରିସକୁ ଗୋଟିଏ ମସଲା ଭାବରେ ବ୍ୟବହାର କରିଥାନ୍ତି l ଗରମ ତେଲରେ ଯେତେବେଳେ ଶୋରିସ ଦାନl କିଛି ପଡେ ତାର ସୁଗନ୍ଧ ମନମୁଗ୍ଧ କର l ଶୋରିସ ସହିତ ଶୋରିସ ତେଲ ମଧ୍ୟ ଅତ୍ୟନ୍ତ ସ୍ୱାଦ ପୂର୍ଣ୍ଣ l ଶୋରିସ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହିତକର l
* ଶୋରିସରେ ଏମିତି କିଛି ଗୁଣ ମିଳିଥାଏ ଯାହା କ୍ୟାନ୍ସର ପରି ମାରତ୍ମକ ରୋଗ ପାଇଁ ଲାଭଦାୟକ ହୋଇଥାଏ l ଏକ ବୈଜ୍ଞାନିକ ଅଧୟନ ଅନୁସାରେ ଦେଖା ଯାଇଛି କି ଶୋରିସ ତେଲରେ ଥିବା ଓ଼ମେଗl-୩ ପଲି ଅନ ସାଚୁରେଟେଡ଼ ଫ୍ୟାଟି ଏସିଡ କୋଲନ କ୍ୟାନ୍ସର ଠାରୁ ଦୁରେଇ ରଖେ l
* ଶୋରିସରେ ମହଜୂତ ଥିବା ଔଷଧୀୟ ଗୁଣ ଶ୍ୱାସ ରୋଗ ପାଇଁ ଲାଭ ଦାୟକ l ଏକ ବୈଜ୍ଞାନିକ ଅଧୟନ ଅନୁସାରେ ଏହା ଦେଖା ଯାଇଛି ଯେ ଶୋରିସ ମଞ୍ଜିରେ ସାଇନପାଇନ ନାମକ କାରବନୀକ ଯୌଗିକ ମିଳିଥାଏ l ଏହା ମାଂସ ପେଶୀକୁ ସକ୍ରିୟ କରିବା ସହିତ ଫୁସଫୁସର କାର୍ଯ୍ୟ କ୍ଷମତାକୁ ବଢ଼ାଇ ଶ୍ୱାସକୁ ଠିକ କରିବାରେ ସାହାଯ୍ୟ କରେ l
* ମlଇଗ୍ରେନର ସମସ୍ୟାରେ ଯଦି ଆପଣ କଷ୍ଟ ପାଉଛନ୍ତି ତେବେ ଆପଣଙ୍କ ଘରେ ଥିବା ଶୋରିସ ଏହି ସମସ୍ୟା କୁ ଦୂର କରିବ ଏକ ବୈଜ୍ଞାନିକ ତଥ୍ୟ ଅନୁସାରେ ଶୋରିସ ମଞ୍ଜିରେ ରିବୋଫ୍ଲେବିନ ନାମକ ଭିଟାମିନ ଅଛି, ଯାହା ମlଇଗ୍ରେନକୁ କମ କରିବାରେ ସାହାଯ୍ୟ କରିବ l ଶୋରିସର କିଛି ମଞ୍ଜିକୁ ପାଣିରେ ବତୁରାଈ ଚୋବାଇ ଖାଇଲେ ମlଇଗ୍ରେନର ଦୂର ହେବ l
* ଶୋରିସରେ ଥିବା ଔଷଧୀୟ ଗୁଣ ଉଚ ରକ୍ତଚାପକୁ କମ କରିବାରେ ସାହାଯ୍ୟ କରେ l ଶୋରିସରେ ପୋଟାସିୟମ ,କ୍ୟାଲସିୟମ ଓ ମ୍ୟାଗନେସିୟମ ପର୍ଯ୍ୟାପ୍ତ ମାତ୍ରାରେ ମହଜୂତ ଅଛି l ଏକ ବୈଜ୍ଞାନିକ ଅଧୟନ ଅନୁସାରେ ଏହା କୁହାଯାଇଛି କି ପୋଟାସିୟମ ,କ୍ୟାଲ୍ସିଅମ ଓ ମ୍ୟାଗନେସିୟମ ଉଚ ରକ୍ତଚାପକୁ କମ କରିଥାଏ l
* ଜ୍ୱର ଓ ଥଣ୍ଡା ପାଇଁ ଶୋରିସ ଲାଭ ଦାୟକ ଏକ ବୈଜ୍ଞାନିକ ଅଧୟନ ଅନୁସାରେ ହଳଦୀ କାମଳ ଜ୍ୱର ପାଇଁ ଶୋରିସର କିଛି ମଞ୍ଜିକୁ ନେଇ ଗରମ ପାଣିରେ ଫୁଟାଇ ସାରି ସେହି ମଞ୍ଜିକୁ ପୀଡିତ ଲୋକର ପାଦତଳେ ଘସିଲେ ଜ୍ୱର କମି ଯାଇଥାଏ l ସାଧାରଣ ଜ୍ୱର ସମୟରେ ପେଟର ନାଭି ଉପରେ ଶୋରିସର ଲେପ ଦେଲେ ଜ୍ଵାରରୁ ଆରାମ ମିଳେ l ଶୋରିସରେ ଭିଟାମିନ-ସି ଥିବା ହେତୁ ଥଣ୍ଡା ଧରିଥିବା ସମୟରେ ଏକ ଚାମଚ ଶୋରିସ ତେଲକୁ ପିଇବା ଦ୍ୱାରା ଥଣ୍ଡାର ସମସ୍ୟାରୁ ଆରାମ ମିଳିବ l
* ଆଜିର ବ୍ୟସ୍ତ ବହୁଳ ଜୀବନରେ ପିଠି ଓ ମାଂସପେଶୀ ଯନ୍ତ୍ରଣା ପ୍ରାୟ ସମସ୍ତଙ୍କ ପାଖରେ ଦେଖାଯାଉଛି l ଏହି ସମୟରେ ଶୋରିସର ବ୍ୟବହାର ଲାଭ ଦେଇଥାଏ l ଶୋରିସରେ କ୍ୟାଲସିୟମ ଥିବା ହେତୁ ଏହା ପିଠି ଓ ମାଂସପେଶୀ ଯନ୍ତ୍ରଣାକୁ ଦୂର କରିବାରେ ସାହାଯ୍ୟ କରେ l ପ୍ରତେକ ଦିନ ଶୋରିସର କିଛି ଗୁଣ୍ଡ ଖାଇ ଉଷୁମୁ କ୍ଷୀର ପିଇଲେ ଏହି ଯନ୍ତ୍ରଣା କମ ହୋଇଥାଏ l
