ନୂଆଦିଲ୍ଲୀ : ପଡୋଶୀ ଙ୍କ ବ୍ୟତୀତ ଅନେକ ଦେଶର ମୁଣ୍ଡବ୍ୟଥାର କାରଣ ହୋଇଛି ଚୀନ ର ଅମାନବନୀୟ କାର୍ଯ୍ୟକଳାପ l ଉଇଗର ମୁସଲମାନ ଙ୍କ ବ୍ୟତୀତ ଅନ୍ୟକିଛି ଜାତୀୟ ଅଳ୍ପସଂଖ୍ୟ ଙ୍କ ଉପରେ ଅତ୍ୟାଚାର ଖବର ସାଧାରଣ ଭାବରେ ଚୀନ ର ଜାଣିବାକୁ ମିଳିଥାଏ l ଉଇଗର ମୁସଲମାନ ମାନଙ୍କୁ ନିର୍ଯ୍ୟାତନା ଆଜି ବିଶ୍ୱକୁ ଭାବିବାକୁ ବାଧ୍ୟ କରିଛି l ଅନେକ ଗଣମାଧ୍ୟମ ରିପୋର୍ଟ ରେ ଏହାର ଆଲୋଚନା ହୋଇଛି କି ଚୀନ ଉଇଁଗର ମୁସଲମାନ ଙ୍କ ଜୀବନ ଦୁର୍ବିସହ ହୋଇ ଯାଇଛି l
ସିନଜିୟାଙ୍ଗ ପ୍ରାନ୍ତ ରେ ତାଙ୍କ ସହିତ ତାଲିବାନୀ ମାନଙ୍କ ଭଳି ଅତ୍ୟାଚାର କରାଯାଉଛି l ସେଠାକୁ ଗୋତି ଖଟିବାକୁ ଶ୍ରମିକ ମାନେ ଯାଇ ଥାଆନ୍ତି l ସଂଯୁକ୍ତ ରାଷ୍ଟ୍ର ମାନବାଧିକାର ବିଶେଷଜ୍ଞ ମାନେ ଚୀନ ରେ ଉଇଗର ମୁସଲମାନ ଙ୍କୁ କଥିତ ଭାବରେ ବନ୍ଦୀ କରିବା ଓ ଜବରଦସ୍ତି ଖଟିବା ପାଇଁ ବାଧ୍ୟ କରଯାଉଛି l
ସଂଯୁକ୍ତ ରାଷ୍ଟ୍ର ଚୀନ କୁ ନେଇ ମାନବାଧିକାର କୁ ଗମ୍ଭୀର ଭାବରେ ଉଲଂଘନ ର ଆରୋପ ଲଗାଇଛନ୍ତି l ରିପୋର୍ଟ ରେ ଦାବି କରାଯାଇଛି ଯେ ଚୀନ ରେ ଉଇଗର ମୁସଲମାନ ଙ୍କ ସହିତ ଅତ୍ୟାଚାର କରାଯାଉଛି l ଚୀନ ଏହାକୁ ନେଇ ସବୁବେଳେ ନିଜର ଦୋଷ ଛଡାଇ ଥାଏ l ଚୀନ ରେ ବିଶେଷ ଭାବରେ ଉଇଗର ମୁସଲମାନ ଙ୍କୁ ଯାତନା ଦିଆଯାଇ ଥାଏ l
ଉଇଗର ମୁସଲମାନ କିଏ ?
ଚୀନ ରେ ଯେଉଁ ଉଇଗର ମୁସଲମାନ ରହୁଛନ୍ତି ବାସ୍ତବରେ ଅଳ୍ପସଂଖ୍ୟକ ତୁର୍କ ଜାତୀୟ ସମୂହ ରୁ ସମ୍ବନ୍ଧ ରଖିଛନ୍ତି l କୁହାଯାଏ ଯେ ଏମାନେ ମୁଖ୍ୟତଃ ଭାବରେ ମଧ୍ୟ ଓ ପୂର୍ବ ଏସିଆ ରେ ରହୁଥିବା ଜାଣିବାକୁ ମିଳିଛି l ତୁର୍କୀ ମୂଳ ର ଉଇଗର ମୁସଲମାନ ଚୀନ ର ଶିନଜୀୟାଙ୍ଗ ପ୍ରାନ୍ତ ରେ ଅଧିକ ରହିଛନ୍ତି । ଚୀନ ରେ ଯେଉଁ ୫୫ ଅଳ୍ପସଂଖ୍ୟକ ସମୁଦାୟ ଙ୍କୁ ଅଧିକାରୀକ ଭାବରେ ମାନ୍ୟତା ମିଳିଛି, ସେହି ସମୁଦାୟ ମାନଙ୍କ ମଧ୍ୟରୁ ଉଇଗର ଗୋଟିଏ ।
ମାନବାଧିକାର ଙ୍କ ଅନୁମାନ ଅନୁସାରେ କେବଳ ଉତ୍ତର ପୂର୍ବ ଚୀନ୍ ର ସିନଜିୟାଙ୍ଗ ୧୦ ଲକ୍ଷରୁ ଅଧିକ ଉଇଗର୍ ମୁସମନ୍ ଙ୍କୁ ବନ୍ଦୀ କରାଯାଇ ରଖା ଯାଇଛି ଓ ଅନେକ ଯାତନା ଦିଆ ଯାଉଛି । ସଂଯୁକ୍ତ ରାଷ୍ଟ୍ର ଚୀନ ର ଏଭଳି ମନୋମୁଖୀ କାର୍ଯ୍ୟ ଉପରେ ଲଗାମ ଲଗାଇବାର ଅପିଲ କରିଛି ।
ଚୀନ ରେ ଉଇଗାର ମୁସଲମାନ ମାନଙ୍କୁ ଅମାନବୀୟ ଭାବରେ ଅତ୍ୟାଚାର କରାଯାଇ ଥାଏ । ସେଠାରେ ମୁସଲମାନ ମାନଙ୍କୁ ଦାଢ଼ି ରଖିବାକୁ ବାରଣ କରାଯାଏ , ନମାଜ ପଢ଼ିବା ଓ ରୋଜା ରଖିବାରେ ପ୍ରତିବନ୍ଧକ ଲଗାଯାଏ କେବେବି ସେମାନେ ଚୀନ୍ ନୀତିର ବିରୋଧ କରନ୍ତି ସେମାନଙ୍କୁ ଯନ୍ତ୍ରଣା ଦିଆଯାଏ ।
ଚୀନ ସଂଯୁକ୍ତ ରାଷ୍ଟ୍ରରେ ଏଭଳି ରିପୋର୍ଟ କୁ ଫେରାଇ ନେବାକୁ ଅପିଲ କରିଛି , କିନ୍ତୁ ସଂଯୁକ୍ତ ରାଷ୍ଟ୍ର ମନା କରିଛି ।
