ଅନୁଗୁଳ: କରୋନା ସମୟରେ ନିଜ ଜୀବନକୁ ବାଜି ଲଗାଇ କରେନାକୁ ଭୟ ନକରି ସମାଜ ପାଇଁ କାର୍ଯ୍ୟ କରୁଥିବା ସାମ୍ବାଦିକ ମାନଙ୍କୁ ଢ଼େଙ୍କାନାଳ ସାଂସଦ ମହେଶ ସାହୁ ରବିବାର ଦିନ ସମ୍ବର୍ଦ୍ଧିତ କରିଛନ୍ତି । ସାଂସଦ ଶ୍ରୀ ସାହୁ ରବିବାର ଦିନ ପୂର୍ବାହ୍ନରେ ସ୍ଥାନୀୟ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଅନୁଗୁଳ ସଦର ମହକୁମାରେ କାର୍ଯ୍ୟ କରୁଥିବା ପ୍ରାୟ ୨୦ ଜଣରୁ ଉଦ୍ଧ୍ୱର୍ ସାମ୍ବାଦିକ ଙ୍କୁ ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ ।
ଏହି ଅବସରରେ ଶ୍ରୀ ସାହୁ ତାଙ୍କର ବକ୍ତବ୍ୟରେ କହିଥିଲେ ଯେ, କରୋନା ଭଳି ଏକ ମାରାତ୍ମକ ମହାମାରୀ ସମୟରେ ନିଜ ଜୀବନକୁ ବିପନ୍ନ କରି ପୁଲିସ, ସ୍ୱାସ୍ଥ୍ୟ କର୍ମୀ ଓ ପ୍ରଶାସନିକ ଅଧିକାରୀ ମାନଙ୍କ ଭଳି ସାମ୍ବାଦିକ ମାନେ କରୋନା ସଚେତନ ପାଇଁ ଯେଉଁଭଳି ଭାବେ ନିଜର ସମ୍ବାଦ ପତ୍ର ମାଧ୍ୟମରେ ଖବର ପରିବେଷଣ କରୁଛନ୍ତି ତାହା ଏକ ବଡ ପ୍ରଶଂସନୀୟ କାର୍ଯ୍ୟ ।
ସାମ୍ବାଦିକଙ୍କର ଏହି ମହତ୍ କାର୍ଯ୍ୟ ପାଇଁ ଯେତେ ପ୍ରଶଂସା କଲେ ମଧ୍ୟ ତାହା କମ୍ ପଡିଯିବ । ଶ୍ରୀ ସାହୁ ସାମ୍ବାଦିକ ମାନଙ୍କର ପ୍ରଶ୍ନର ଉତର ଦେଇ କହିଥିଲେ ଯେ, କରୋନା ଭଳି ଏହି ମାରାତ୍ମକ ମହାମାରୀ ସମୟରେ ଓଡିଶା ସମେତ ସାରା ବିଶ୍ୱରେ ରଥଯାତ୍ରା ବନ୍ଦ କରାଯିବା ଦରକାର । ଜଗନ୍ନାଥଙ୍କୁ ଘରେ ରହି ଆରଧନା କଲେ ପ୍ରଭୂ ନିଶ୍ଚୟ ଆଶୀର୍ବାଦ କରିବେ । ଶ୍ରୀ ସାହୁ ପୁଣି କହିଥିଲେ ପ୍ରଧାନମନ୍ତ୍ରୀ ଓ ଓଡିଶାର ସୁନାମଧନ୍ୟ ମୁଖ୍ୟମନ୍ତ୍ରୀ ଙ୍କର ଆହ୍ୱାନକୁ ସମସ୍ତେ ପାଳନ କରିବା ସହ ଏହି କରୋନା ରୋଗକୁ ହରାଇବା ପାଇଁ ସମସ୍ତେ ସାମାଜିକ ଦୂରତ୍ୱ ଅନୁସରଣ କରିବା ସହ ମାସ୍କ ପିନ୍ଧିବା ପାଇଁ ଅନୁରୋଧ କରିଥିଲେ ।
ଏହି ସମ୍ବର୍ଦ୍ଧନା ସଭାରେ ବରିଷ୍ଠ ସାମ୍ବାଦିକ ସଂଗ୍ରାମ ଦାସ, ସୁବାଷ ସାହୁ, ପ୍ରତାପ ବିଶ୍ୱାଳ, ଭୀକାରୀ ମହାନ୍ତି, ସମରେଶ ନାଥ, ରତ୍ନାକର ଭୋଇ, ସଂଗ୍ରାମ ନାଥ, ଶୁଭ୍ରରଂଜନ ଦାସ, ଶୁଭ୍ରାଂଶୁ ପ୍ରଧାନ, ବିଶ୍ୱରଂଜନ ପଟ୍ଟନାୟକ, ସଂଜୟ ଦାସ, ପର୍ଶୁରାମ ଦାସ, ରଘୁନାଥ ସାହୁ, ସୁବ୍ରତ କୁମାର ତ୍ରିପାଠୀ ପ୍ରମୁଖଙ୍କ ସମେତ ପ୍ରାୟ ୨୦ରୁ ଉଦ୍ଧ୍ୱର୍ ସାମ୍ବାଦିକ ଉପସ୍ଥିତ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ନଗରପାଳ ଭକ୍ତି ପ୍ରସାଦ ଦାସ, ବ୍ଲକ ଅଧ୍ୟକ୍ଷ ନିରଜଂନ ଦେହୁରୀ, ବ୍ଲକ ଉପାଧ୍ୟକ୍ଷା ମମତା ପ୍ରଧାନ, ହିନେ୍ଦାଳ ବ୍ଲକ ଅଧ୍ୟକ୍ଷ ପ୍ରୀତିରଜଂନ ମାହୁନ୍ତ, ବିଜୁ ଯୁବ ଜନତା ଜିଲ୍ଲା ସଭାପତି ଦିନେଶ ପ୍ରଧାନ,ବିଜୁ ଛାତ୍ର ସଭାପତି ରାଜୀବ ଲୋଚନ ଦାସଙ୍କ ସମେତ ବହୁ ବିଜେଡି କର୍ମୀ ଉପସ୍ଥିତ ଥିଲେ ।