ମନୋଜ କୁମାର ଗତ ଗୁରୁବାର ଅପ୍ରେଲ ୪ତାରିଖ ଦିନ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି, ଦେଶଭକ୍ତି ଚଳଚିତ୍ର କୁ ନିଖୁଣ ଭାବରେ ଅଭିନୟ କରି ଦର୍ଶକ ଙ୍କ ମନକୁ ଟାଣି ନେଉଥିଲେ ସେଥିପାଇଁ ସେ ଭାରତ କୁମାର ଭାବରେ ସଭିଙ୍କ ନିକଟରେ ପରିଚିତ ଥିଲେ l ବଲିଉଡ ଜଗତ ରେ ମନୋଜ କୁମାର ଙ୍କ କ୍ୟାରିଅର ଖୁବ ଉଜ୍ଜଳ ରହିଥିଲା, ସେଥିପାଇଁ ସେ ଅନେକ ଜାତୀୟ ସମ୍ମାନ ପ୍ରାପ୍ତ କରିଥିଲେ l ମନୋଜ କୁମାର କେବଳ ଗୋଟିଏ କଳାକାର ନଥିଲେ , କଳାକାର ଭାବରେ ଦର୍ଶକ ଙ୍କ ନିକଟରେ ଅଭିନୟ ଦ୍ୱାରା ଦେଶ ପ୍ରତି କର୍ତବ୍ୟ କୁ ପ୍ରତିପାଦନ କରିପାରୁଥିଲେ l
ମନୋଜ କୁମାର ଙ୍କ ଅନ୍ତିମ ଦର୍ଶନ ପାଇଁ ବଲିଉଡ ର ଅନେକ ଭେଟେରାନ କଳାକାର ଙ୍କର ତାଙ୍କ ବାସଭବନ ରେ ଭିଡ଼ ଜମିଥିଲା, ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା, ସେ ୨ରୁ୩ ସପ୍ତାହ ହେଲାଣି ଅସୁସ୍ଥ ହୋଇ ମୁମ୍ବାଇ ର କୋକିଲାବେନ ହସ୍ପିଟାଲ ରେ ଭର୍ତି ହୋଇ ଚିକିତ୍ସିତ ହେଉଥିଲେ ବୋଲି ତାଙ୍କ ପୁତ୍ର କୁନାଲ ଗୋସ୍ୱାମୀ ସୂଚନା ଦେଇଥିଲେ, ମନୋଜ କୁମାର ଙ୍କୁ ରାଜକୀୟ ସମ୍ମାନ ର ସହିତ ଅନ୍ତିମ ସଂସ୍କାର କରାଯାଇଥିଲା l
ତାଙ୍କ ପ୍ରତିବ ଶରୀର କୁ ତ୍ରିରଙ୍ଗା ରେ ଘୋଡାଇ ୨୧ ଟି ତୋପ ର ସଲାମି ଦିଆଯାଇଥିଲା l ଏହି ସମୟ ଟି ବେଶ ଭାବମୟ ହୋଇଥିଲା l ତାଙ୍କ ଅନ୍ତିମ ସଂସ୍କାର ରେ ଅମିତାଭ ବଚନ, ପ୍ରେମ ଚୋପ୍ରା, ଅନୁପମ ଖେର, ନିର୍ଦେଶକ ସୁଭାଷ ଘାଇ, ଲେଖକ ସଲିମ ଖାନ ଙ୍କ ସହିତ ଅନେକ କଳାକାର ଉପସ୍ଥିତ ରହିଥିଲେ l ତାଙ୍କ ଅନ୍ତିମ ବିଦାୟ ତାଙ୍କ ବାସଭବନ ରେ ଦିଆଯାଇଥିଲା l