ମାର୍ଚ୍ଚ ୨୦୦୪ ର କଥା, ସନ୍ଧ୍ୟା ସମୟ, ଜାମୁ କାଶ୍ମୀର ଶୋପିୟାଂ ଜିଲ୍ଲାରେ ଆତଙ୍କବାଦୀ ଗୋଟିଏ ଗୁପ୍ତ ଆଡା ରେ ଭାରତୀୟ ସେନାଙ୍କୁ ଆକ୍ରମଣ କରିବା ପାଇଁ ଚାଲିଥିଲା ଗୁପ୍ତ ବୈଠକ, ଏହି ବୈଠକ ରେ ଆତଙ୍କବାଦୀ ଙ୍କ ବ୍ୟତୀତ ଜଣେ ଏଭଳି ବ୍ୟକ୍ତି ସାମିଲ ଥିଲେ ଯିଏକି ସେନା ଉପରେ ଆକ୍ରମଣ କରିବା ପାଇଁ ନକ୍ସା ପ୍ରସ୍ତୁତି କରିଥିଲେ l ଏହି ଆଡା ଟି ଥିଲା ହ୍ୱିଜେବୁଲ ମୁଜାଇଦିନ ର ଗୁପ୍ତ ଆଡା , ଯେଉଁଠି ଭାରତୀୟ ସେନା କୁ ଆକ୍ରମଣ କରିବା ପାଇଁ ନିୟମିତ ହୋଇଥାଏ ପ୍ଲାନ l ଏହି ଆତଙ୍କବାଦୀ ସଂଗଠନ ରେ ଦୁଇ ଆତଙ୍କବାଦୀ କମାଣ୍ଡର ଥିଲେ, ଜଣେ ହେଲେ ଆବୁ ତୋରାର ଓ ଅନ୍ୟ ଜଣେ ହେଉଛି ସରବାଜ l
ଏହି ଦୁଇ ଆତଙ୍କବାଦୀ ଙ୍କ ନିକଟତର ହୋଇଥିଲେ ଇଫତୀଖାର ଭଟ , ଯିଏକି ନିଜକୁ ଜଣେ ସାଧାରଣ ବ୍ୟକ୍ତି ଭାବରେ ଆତଙ୍କବାଦୀଙ୍କ ନିକଟରେ ଉପସ୍ଥାପନ କରିଥିଲେ ଓ କହିଥିଲେ ଯେ ଭାରତୀୟ ସେନା ମୋ ଭାଇକୁ ମାରିଚି ଏବଂ ମୁଁ ତାର ପ୍ରତିଶୋଧ ନେବାକୁ ତୁମ ନିକଟକୁ ଆସିଛି l ଇଫତୀଖାର ଭଟ ଙ୍କ ଉଚତା ଥିଲା ୬ ଫୁଟ ୨ ଇଞ୍ଚ ଏବଂ ଲମ୍ବା ଦାଢ଼ି ସହିତ ଲମ୍ବା କେଶ l ଯିଏ କେହିବି ତାଙ୍କୁ ଦେଖୁନ କାହିଁକି କିଛି ସମୟ ପାଇଁ ଭୟଭୀତ ହୋଇଯିବ l
ଇଫତୀଖାର ଭଟ କିଏ –
ଇଫତୀଖାର ଭଟ ର କାହାଣୀ ଆରମ୍ଭ ହୁଏ ୨୦୦୧ ରୁ, ସେ ଶୋପିୟାଂ ନିକଟରେ ଥିବା ଗୋଟିଏ ଗ୍ରାମ ର ସାଧାରଣ ଯୁବକ ଥିଲା,ଏବଂ ଏକଦା ଭାରତୀୟ ସେନା ଦ୍ୱାରା ତାର ଭାଇର ମୃତ୍ୟୁ ହୋଇଗଲା, ଏହାପରେ ସେ ହ୍ୱିଜେବୁଲ ମୁଜାଇଦିନ ର ସାହାଯ୍ୟ ନେଇଥିଲା ନିଜ ଭାଇମୃତ୍ୟୁ ର ପ୍ରତିଶୋଧ ପାଇଁ ବୋଲି ଆତଙ୍କବାଦୀ ସଂଗଠନ ଏହି କାହାଣୀ ଜାଣିଥିଲା l
କିନ୍ତୁ ଏହି ଇଫତୀଖାର ଭଟ ପଛରେ ରହିଥିଲା ଗୋଟିଏ ଦୀର୍ଘ କାହାଣୀ, ତାହା ଥିଲା ନିଜ ଜନ୍ମ ମାଟିର ସୁରକ୍ଷା l ସେଥିପାଇଁ ଇଫତୀଖାର ଭଟ କୁ ମଧ୍ୟ ଆତଙ୍କବାଦୀ ଙ୍କ ସନ୍ଦେହ ର ଶିକାର ହେବାକୁ ପଡିଥିଲା , କିନ୍ତୁ ନିଜ ଜୀବନ ହାରିବା ପୂର୍ବରୁ ୨୦୦୪ ମାର୍ଚ୍ଚ ରେ ଇଫତୀଖାର ଭଟ ନିଜ ରାଇଫଲ ରେ ଦୁଇ ଆତଙ୍କବାଦୀ କମାଣ୍ଡର ଙ୍କ ଜୀବନ ନେଇ ଯାଇଥିଲେ, ଏବଂ ଏହାପରେ ସେ ଆସି ଥିଲେ ନିଜ ଅସଲ ରୁପକୁ , ସେ ଥିଲେ ମେଜର ମୋହିତ ଶର୍ମା ପାରା ସ୍ପେଶାଲ ଫୋର୍ସ l
ହଁ ମୋହିତ ଶର୍ମା ସେହି ବ୍ୟକ୍ତି ଯିଏକି ନିଜ ଜୀବନ କୁ ବାଜୀ ଲଗାଇ ଦୀଘଁଦିନ ପର୍ଯ୍ୟନ୍ତ ଗୋଟିଏ ଆତଙ୍କବାଦୀ ସଂଗଠନ ସହିତ ରହିଥିଲେ ଓ ଗୋଟିଏ ମିଛ କାହାଣୀ ଗଢି ହିଜବୂଲ ମୁଜାଇଦିନ ଆତଙ୍କବାଦୀ ସଂଗଠନ ର ନିକଟତର ହୋଇଥିଲା, ଏବଂ ଆତଙ୍କବାଦୀ ଙ୍କ କ୍ୟାମ୍ପ ରେ ପଶି ୨ କୁଖ୍ୟାତ ଆତଙ୍କବାଦୀ ଙ୍କୁ ହତ୍ୟା ମଧ୍ୟ କରିଥିଲେ l ସେଥିପାଇଁ ଯେପରି ଗୋଟିଏ ମୁସଲମାନ ଭଳି ଦେଖାଯିବେ ସେଥିପାଇଁ ଲମ୍ବା ଦାଢ଼ି ସହିତ ଲମ୍ବା କେଶ ମଧ୍ୟ ବଢ଼ାଇ ଦେଇଥିଲେ , ଏବଂ ପ୍ରତ୍ୟେକ ଦିନ ନମାଜ ମଧ୍ୟ ପଢିବାକୁ ଅନ୍ୟ ମୁସଲମାନ ଙ୍କ ଭଳି ସାଥି ଆତଙ୍କବାଦୀ ଙ୍କ ସହିତ ଏକାଠି ବସୁଥିଲେ l ଏହି ସ୍ପେଶାଲ ମିଶନ ସମୟରେ ତାଙ୍କର ନିଜ ପରିବାର ସହିତ କୌଣସି ସମ୍ପର୍କ ନଥିଲା l
ଏହାପରେ ୨୦୦୯ ମାର୍ଚ୍ଚ ୨୧ ତାରିଖ , ମେଜର ମୋହିତ ଶର୍ମା ଖବର ପାଇଲେ ଯେ ଆତଙ୍କବାଦୀ ହଫରିଦା ଜଙ୍ଗଲ ରେ ଲୁଚି ରହିଛନ୍ତି, ଏହାପରେ ସେ ନିଜ ଟିମ କୁ ନେଇ ବାହାରି ଯାଇଥିଲେ ସ୍ପେଶାଲ ମିଶନ ରେ , ଏହି ସମୟରେ ତାଙ୍କ ଟିମ ଉପରେ ଆତଙ୍କବାଦୀ ମାନେ ଆକ୍ରମଣ କରିଦେଲେ, ଏଥିରେ ତାଙ୍କର ୪ଜଣ ସାଥି ଗମ୍ଭୀର ଆହତ ହୋଇଥିଲେ, ସେ ନିଜ ଜୀବନ କୁ ଖାତିର ନକରି ଗ୍ରନେଦ ସାହାଯ୍ୟ ରେ ଆତଙ୍କବାଦୀ ଙ୍କୁ ମାରିଥିଲେ, ଏହି ସମୟରେ ଗୋଟିଏ ଗୁଳି ତାଙ୍କ ଛାତିରେ ବାଜିଥିଲା ଏବଂ ସେ ସହୀଦ ହୋଇ ଯାଇଥିଲେ l ତାଙ୍କର ଅଦମ୍ୟ ସାହସ ପାଇଁ ତାଙ୍କ ଅଶୋକ ଚକ୍ର ରେ ସମ୍ମାନିତ କରାଯାଇଥିଲା l
