ଭୁବନେଶ୍ୱର,ତା.୨୦/୧୨/୨୦୨୩: ଅଖିଳ ଭାରତୀୟ ସଦଭାବନା ସହପ୍ରମୁଖ ଶ୍ରୀ ଗୋପାଳ ପ୍ରସାଦ ମହାପାତ୍ର ତଥା ବିଜେପି ରାଜ୍ୟ ଉପସଭାପତି ଶ୍ରୀ ଗୋଲକ ପ୍ରସାଦ ମହାପାତ୍ରଙ୍କ ପିତା ରାମକୃଷ୍ଣ ମହାପାତ୍ରଙ୍କ ଗତ ୧୮ ତାରିଖ ଦିନ ଭୁବନେଶ୍ୱରସ୍ଥିତ ବାସଭବନରେ ଦେହାନ୍ତ ଘଟିଥିଲା । ଓଡିଶା ଗସ୍ତରେ ଥିବା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ ଶ୍ରୀ ମୋହନ ରାଓ ଭାଗବତ ଜୀ ଆଜି ତାଙ୍କ ବାସଭବନକୁ ଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଶ୍ରୀ ଭାଗବତ ଦିବଙ୍ଗତ ମହାପାତ୍ରଙ୍କ ପରିବାର ସଦସ୍ୟଙ୍କ ସହ ଆଲୋଚନା କରି ସମବେଦନା ଜଣାଇଛନ୍ତି ।