Odisha news

‘ମୋବାଇଲ୍ ଫୋନ୍ ହସ୍ତାନ୍ତର ମେଳା’ ଜବତ ମୋବାଇଲ୍ ଫେରିପାଇଲେ ଲୋକେ

0

ଭୁବନେଶ୍ୱର,(ନି.ପ୍ର): ଶହୀଦନଗର ପୋଲିସ ତରଫରୁ ସୋମବାର “ମାବାଇଲ ଫୋନ ହସ୍ତାନ୍ତର ମେଳା’ ଆୟୋଜନ କରାଯାଇ ୧୫ ଜଣ ଅଭିଯୋଗକାରୀ ତଥା ପ୍ରକୃତ ମାଲିକମାନଙ୍କୁ ସେମାନଙ୍କର ଚୋରୀ ହୋଇଥିବା କିମ୍ୱା ହଜିଯାଇଥିବା ମୋବାଇଲ ଫୋନ ହସ୍ତାନ୍ତର କରାଯାଇଛି । ଉଦ୍ଧାର ହୋଇଥିବା ମୋବାଇଲ ଗୁଡିକ ମଧ୍ୟରୁ ୪ ଟି ଛିନତାଇ ମାମଲା, ୩ ଟି ଚୋରୀ ମାମଲା ଅନ୍ତର୍ଭୁକ୍ତ ହୋଇଥିବାବେଳେ ୮ଟି ମୋବାଇଲ ହଜିଯାଇଥିବାର ଅଭିଯୋଗକାରୀ ମାନେ ଅଭିଯୋଗ କରିଥିଲେ ।
ପ୍ରକାଶଯୋଗ୍ୟ ଯେ, ଭୁବନେଶ୍ୱର ସହରାଞ୍ଚଳ ଜିଲ୍ଲାର ପ୍ରତି ଥାନାରେ ଥିବା ପିଓପିଡି ଟିମ୍, ଡିସିପି ଅଫିସର ଟିମ୍- ୬୦ ଏବଂ ତଦନ୍ତକାରି ଅଫିସର ମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରାଯାଇ ତୁରନ୍ତ ଅପରାଧୀମାନଙ୍କୁ କାବୁ କରାଯାଇ ଏହିସବୁ ମୋବାଇଲ ଗୁଡିକ ଉଦ୍ଧାର କରାଯାଇପାରିଥିଲା । ମୋବାଇଲ ଗୁଡିକ ଫେରିପାଇବା ପରେ ସମସ୍ତ ବ୍ୟକ୍ତି କମିଶନରେଟ୍ ପୋଲିସକୁ ଧନ୍ୟବାଦ ଅର୍ପଣ କରିଛନ୍ତି । ପ୍ରକାଶଥାଉ କି, ଜନସାଧାରଣଙ୍କୁ ଉତ୍ତମ ସେବା ଯୋଗାଇବାର ଲକ୍ଷ୍ୟ ସହ ସେମାନଙ୍କର କ୍ଷତିଗ୍ରସ୍ତ ଚାରା କିମ୍ୱା ହଜିଯାଇଥିବା ସାମଗ୍ରୀ ଉଦ୍ଧାର କରି ଫେରାଇବାପାଇଁ କମିଶନରେଟ୍ ପୋଲିସର ଏହି ପ୍ରୟାସ ନିରନ୍ତର ଜାରି ରହିବ ।

Ad2
Leave A Reply