Odisha news

ବାସୁଦେବପୁର ବ୍ଲକରେ ବିଧାୟକଙ୍କ ସମୀକ୍ଷା ବୈଠକ

0

ବାସୁଦେବପୁର :  କରୋନା ମହାମାରୀ ଭୂତାଣୁ ସଂକ୍ରମଣ ରୋକିବା ପାଇଁ ବାସୁଦେବପୁର ବ୍ଲକ କନଫ୍ରେନ୍ସ ହଲ ପରିସର ମଧ୍ୟରେ ଏକ ସମୀକ୍ଷା ବୈଠକ ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ଆୟୋଜିତ ସମୀକ୍ଷା ବୈଠକରେ ବିଡିଓ ପ୍ରଣବ କୁମାର ବେହେରା,ତହସିଲିଦାର ସୌମ୍ୟଶ୍ରୀ ପାଣିଗ୍ରାହୀ,ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡାକ୍ତର ସୁଶାନ୍ତ କୁମାର ସାମନ୍ତ,ସିଡିପିଓ ଜାନକୀ ଦାସ,ଥାନା ଅଧିକାରିଣୀ ଇନ୍ସପେକଫର ମଧୁମିତା ମହାନ୍ତି,ବିଧାୟକଙ୍କ ପ୍ରତିନିଧି ଅସିତ୍‍ କୁମାର ଦାସ,ଓଡିଶା ଜୀବିକା ମିଶନର ବିପିଏମଓ ବୀଣାପାଣି ପଣ୍ଡା ପ୍ରମୁଖ ଯୋଗଦେଇଥିଲେ ।

ବାସୁଦେବପୁର ବ୍ଲକର ସର୍ବାଧିକ ପ୍ରବାସୀ ଓଡିଆ ଘର ବାହୁଡା ହେଉଥିବାରୁ ଭୂତାଣୁ ସଂକ୍ରମଣ ଅଧିକ ଯୋଗୁଁ ସଂଖ୍ୟା ୨୩ ରେ ପହଞ୍ଚିଛି । ତେଣୁ ଆମକୁ ସତର୍କ ଓ ଦାୟିତ୍ୱର ସହିତ ସମସ୍ତ କାର୍ଯ୍ୟ କରିବାକୁ ପଡିବ । ଫେରୁଥିବା ଆମର ଭାଇ,ଭଉଣୀ,ବନ୍ଧୁ,ପଡୋଶୀଙ୍କ ପ୍ରତି ଆମର ସହଯୋଗ ରହିବ । ସବୁ ଗାଁର ରାସ୍ତା,ବଜାର,କ୍ୱାରେଣ୍ଟାଇନ୍‍ ସେଣ୍ଟର,ପୌରପାଳିକାର ସହର,ରାସ୍ତାକୁ ସାନିଟାଇଜର କରାଯିବା ପାଇଁ ଆବଶ୍ୟକ ଅର୍ଥ ବିଧାୟକଙ୍କ ଆଞ୍ଚଳିକ ପା=ିରୁ ଯୋଗାଇ ଦିଆଯିବ । ଦରକାର ପଡିଲେ ବ୍ୟକ୍ତିଗତ ଭାବେ ଆର୍ଥିକ ସହାୟତା ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିଲେ ।

କ୍ୱାରେଣ୍ଟାଇନ୍‍ କେନ୍ଦ୍ରକୁ ଅଧିକ ବେଡ ପକାଇବା ପାଇଁ ସ୍କୁଲ କଲେଜକୁ ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ । କ୍ୱାରେଣ୍ଟାଇନ୍‍ କେନ୍ଦ୍ରରେ ଜୀବନକୁ ବାଜି ଲଗାଇ କାର୍ଯ୍ୟ କରୁଥିବା ଯୋଦ୍ଧାଙ୍କୁ ଦୁଇ ସେଟ୍‍ କରି ପିପି କିଟ୍‍ ଯୋଗଇ ଦେବାକୁ ବିଧାୟକ ଶ୍ରୀ ରାଉତରାୟ ଘେଷଣା କରିଥିଲେ । ଫେରୁଥିବା ପ୍ରବାସୀ ସମସ୍ତ ଓଡିଆଙ୍କର ସ୍ୱାବ କଲେକ୍ସନ କରିବାକୁ ଗୁରୁତ୍ୱ ଦେଇଥିଲେ । କରୋନା ଯୋଦ୍ଧା ସାଜିଥିବା ସମସ୍ତ ସାମ୍ବାଦିକମାନଙ୍କୁ ଏନ-୯୫ ମାସ୍କ ବଣ୍ଟନ କରିଥିଲେ । ଶେଷରେ ବାତ୍ୟା ଅମ୍ପାନକୁ ମୁକାବିଲା କରିବା ପାଇଁ ସବୁ ବାତ୍ୟା ଆଶ୍ରୟ ସ୍ଥଳୀର ସମ୍ପାଦକ ଓ ସିଏସଏମଏମସି ଓ ଟାର୍ସଫୋର୍ସ ସଦସ୍ୟଙ୍କୁ ସଜାଗ ରଖି କାର୍ଯ୍ୟ କରିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ।

Govt
Leave A Reply