ଜଗତସିଂହପୁର :ସମ୍ଭାବ୍ୟ ବାତ୍ୟାକୁ ମୁଖ୍ୟମନ୍ତ୍ରୀ ବାତ୍ୟାପ୍ରଭାବିତ ହେବାକୁ ଥିବା ଜିଲ୍ଲାପାଳମାନଙ୍କ ସହିତ ଭିଡିଓ କନଫେରେନସି ମାଧ୍ୟମରେ ଆଲୋଚନା କରିଥିଲେ ।ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବାତ୍ୟା ମୁକାବିଲା ନିମନ୍ତେ ସମସ୍ତ ପ୍ରସ୍ତୁତି କରାଯାଇଛି ।ପାନୀୟ ଜଳ ନିମନ୍ତେ ଓଭର ହେଡ ଟାଙ୍କି,ସିନଟେକ୍ସ ଟାଙ୍କି,ଜେନେରେଟର ବ୍ୟବସ୍ଥା କରାଯାଇଛି ।ସେସୁ ତରଫରୁ ପର୍ଯ୍ୟାପ୍ତ ବିଦ୍ୟୁତ ଖୁଣ୍ଟ,ଗ୍ୟାଙ୍ଗ ମ୍ୟାନ ପ୍ରସ୍ତୁତ ଅଛନ୍ତି ।ଜିଲ୍ଲାରେ ଗୋଟିଏ ଏନଡିଆରଏଫ ଟିମ ପାରାଦ୍ୱୀପରେ ପହଞ୍ଚି ସାରିଛନ୍ତି ଓ ଓଡ୍ରାଫ ଟିମ ମଧ୍ୟ ପାରାଦ୍ୱୀପକୁ ପଠାଯାଇଛି ।
ଜିଲ୍ଲାରେ ଅଗ୍ନିଶମ ବାହିନୀ ପାଖରେ ପର୍ଯ୍ୟାପ୍ତ ସଂଖ୍ୟକ ଗଛକଟା ଯନ୍ତ ମଧ୍ୟ ରହିଛି ।ବାତୟା ହେଲେ ତୁରନ୍ତ ରାସ୍ତାରେ ପଡିଥିବା ଗଛ ଗୁଡିକୁ କାଟି ସଫା କରିବା ପାଇଁ ପ୍ରସ୍ତୁତ ଅଗ୍ନିଶମ ବିଭାଗକୁ କୁହାଯାଇଛି ।ଗର୍ଭବତୀ ମହିଳା,ବୃଦ୍ଧବୃଦ୍ଧା,କଚା ଘରେ ରହୁଥିବା ଲୋକମାନଙ୍କୁ ଆସନ୍ତାକାଲି ବାତୟାର ଗତିପଥ ଦେଖି ସ୍ଥାନାନ୍ତରିତ କରିବାକୁ ବିଡିଓ ମାନଙ୍କୁ ନିଦେ୍ର୍ଦଶ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।ସେମାନଙ୍କୁ ପାଖ ବାତ୍ୟା ଆଶ୍ରୟସ୍ଥଳିକୁ ସ୍ଥାନାନ୍ତରିତ କରାଯିବ ।ଜିଲ୍ଲାରେ ୪୨ଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଓ ୫୬୨ଟି ସ୍କୁଲ ଗୃହ ରହିଛି ।ଜିଲ୍ଲାବାସୀ ଏହି ବାତ୍ୟାକୁ ନେଇ କେହି ଆତଙ୍କିତ ନହେବାକୁ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଅନୁରୋଧ କରିଛନ୍ତି ।ଆସନ୍ତାକାଲି ଠାରୁ କୁଜଙ୍ଗ,ଏରସମା,ବାଲିକୁଦା ଅଞ୍ଚଳରେ ଆବଶ୍ୟକତା ଅନୁଯାୟୀ ମାଇକ ମାଧ୍ୟମରେ ସଚେତନ କରାଯିବ ।
ଏତତ ବ୍ୟତୀତ ଶୁଖିଲା ଖାଦ୍ୟ,ଅତ୍ୟାବଶ୍ୟକୀୟ େଓøଷଧ,ଆସ୍କା ଲାଇଟ,ଜେସିବି ମେସିନ,.ଗଛ କଟା ଯନ୍ତ୍ର ଆଦି ପ୍ରସ୍ତୁତ ରଖିବାକି ଜିଲ୍ଲାପାଳ ସଂପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିଦେ୍ର୍ଦଶ ଦେଇଥିଲେ ।ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ନିବେଦିତା ମିଶ୍ର,ପ୍ରକଳ୍ପ ନିଦେ୍ର୍ଦଶକ ସରୋଜକାନ୍ତ ମହାନ୍ତି,ସିଡିଏମଓ ଡାକ୍ତର ବିଜୟା ପଣ୍ଡା,ଯୋଗାଣ ଅଧିକାରୀ,ସେସୁ ନିର୍ବାହୀ ଯନ୍ତ୍ରୀ,ଜଳ ଯୋଗାଣ ଓ ପରିମଳ ନିର୍ବାହୀ ଯନ୍ତ୍ରୀ,ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ ।