ବାସୁଦେବପୁର : କରୋନା ଯୋଦ୍ଧା ଭାବେ ଲଢୁଥିବା ବାସୁଦେବପୁର ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ତାପସ କୁମାର ଯେନା ଡାକ୍ତରଖାନାରେ ଭର୍ତ୍ତି । ଦେହ ଅସୁସ୍ଥ ହୋଇ ପଡିବାରୁ ତାଙ୍କର ଚିକିସିା ପାଇଁ ବାସୁଦେବପୁର ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ବାସୁଦେବପୁରରେ ମହାମାରୀ କରୋନା ଭୂତାଣୁ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଭଦ୍ରକ ଜିଲ୍ଲାର ବାସୁଦେବପୁର ଏବେ ନମ୍ବର ଓ୍ୱାନ ତାଲିକାରେ ରହିଛି । ପୌରପାଳିକାର ୫ଟି ଚିହ୍ନଟ ହୋଇଛି ।
ପୌରପାଳିକା ମଧ୍ୟରେ ଅଟଳ ବିହାରୀ ହାଇସ୍କୁଲ ଓ ମନ୍ଦାରୀ କଲେଜକୁ କ୍ୱରେଣ୍ଟାଇନ୍ ସେଣ୍ଟର ଭାବେ ବ୍ୟବହାର କରାଯାଉଛି । ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ତାପସ କୁମାର ଯେନା ଦିନ ରାତ୍ରି କରୋନା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହି ପ୍ରବାସୀ ଓଡିଆଙ୍କ କଥା ବୁଝାବୁଝି କରି ଆସୁଥିଲେ । କାର୍ଯ୍ୟନିର୍ବାହୀ ଅଧିକାରୀ ରେଷ୍ଟ ନପାଇବାରୁ ସେ ହଠାତ୍ ଅସୁସ୍ଥ ହୋଇ ପଡିଥିଲେ । ଟିଏମସିରୁ ତାଙ୍କୁ ଆଣି ଚିକିସିା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବାସୁଦେବପୁର ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡାକ୍ତର ସୁଶାନ୍ତ କୁମାର ସାମନ୍ତ ଚିକିସିା କରିଥିଲେ ।