Odisha news

ପ୍ରବାସୀଙ୍କ ନିମ୍ନମାନର ଖାଦ୍ୟ ପ୍ରଦାନ କୁ ନେଇ ଜିଲ୍ଲା ପ୍ରଶାସନର କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରିଛନ୍ତି ପାରଳାଖେମୁଣ୍ଡି ବିଧାୟକ

0

ପାରଳଖେମୁଣ୍ଡି : ଭାରତ ବର୍ଷର ବିଭିନ୍ନ ରାଜ୍ୟରୁ ଗଜପତି ଜିଲ୍ଲାକୁ ଫେରୁଥିବା ପ୍ରବାସୀ ଓଡ଼ିଆ ମାନଙ୍କ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯା ଉଥିବା ବିଭିନ୍ନ ପଦକ୍ଷେପକୁ ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ ଅସନ୍ତୋଷ ପ୍ରକାଶ କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟ ଶୈଳୀକୁ ନେଇ ଖୁବ୍ ବର୍ଷିଛନ୍ତି l ପ୍ରବାସୀ ମାନେ ରହୁଥିବା ସଂଘରୋଧ କେନ୍ଦ୍ର ଗୁଡିକରେ ନିମ୍ନ ମାନର ଖାଦ୍ୟ ଦିଆ ଯାଉଥିବା ବେଳେ ସଂଘରୋଧ କେନ୍ଦ୍ର ପରିସରରେ ଥିବା ପାଇଖାନା ଗୁଡ଼ିକ ସଫା ସୁତୁରା ନଥିବା ସେ ଅଭିଯୋଗ କରିଛନ୍ତି l

ତାଙ୍କ ପାରଳାଖେମୁଣ୍ଡିବିଧାନ ସଭା ନିର୍ବାଚନ ମଣ୍ଡଳୀ  ଅନ୍ତର୍ଗତ ବିଭିନ୍ନ ସଂଘରୋଧ କେନ୍ଦ୍ର ପରିଦର୍ଶନ କରି ଦେଖିବା ପରେ ଏହି ଅଭିଯୋଗ ଆଣିଛନ୍ତି ବୋଲି କହିଛନ୍ତି l ସଂଘରୋଧ କେନ୍ଦ୍ରରେ ଦିଆଯାଉଥିବା ଖାଦ୍ୟ ଅତି ନିମ୍ନ ମାନର ହୋଇଥିବା ଏବଂ ପାଇଖାନା ଗୁଡ଼ିକ ନିୟମିତ ସଫା କରାଯାଉନଥିବା ନେଇ ବିଧାୟକ ଶ୍ରୀ ରାଓ ସେ ଗୁଡ଼ିକ ର ଭିଡ଼ିଓ ଓ ଫୋଟୋ ଗୁଡିକୁ ସାମ୍ବାଦିକ ମାନଙ୍କୁ ଦେଖାଇ ଥିଲେ l ସଂଘରୋଧ କେନ୍ଦ୍ରକୁ ଖାଦ୍ୟ ଜଗାଉଥିବl ସେ ଅଞ୍ଚଳ ର ମହିଳା ସଂୟ ସହାୟକ ଗଷ୍ଟିକୁ ଖାଦ୍ୟ ବାବଦରେ ଅର୍ଥ ପ୍ରଦାନ କରାଯାଇନାହିଁ ବୋଲି ଅଭିଯୋଗ କରିଛନ୍ତl ସେ ଅଭିଯୋଗ ଆଣିଥିବା ବିଷୟ ଗୁଡ଼ିକର ପ୍ରତିକାର ନ କଲେ ବି ଜେ ପି ରାଜ ରାସ୍ତା କୁ ଓହ୍ଲାଇବ ବୋଲି କହିଛନ୍ତି l

Nalco

Leave A Reply