Odisha news

ସଡ଼କ ଦୁର୍ଘଟଣାରେ ଫୁଲବାଣୀ ବିଧାୟକ ଆହତ : ଡାକ୍ତରଖାନାରେ ଭର୍ତ୍ତି

କନ୍ଧମାଳ,୪/୧୦.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ସୋମବାର ଏକ ବାଇକ ଦୁର୍ଘଟଣାରେ ଆହତ ହୋଇଛନ୍ତି। ତାଙ୍କର ହାତ ଓ ଗୋଡ଼ରେ ଆଘାତ ଲାଗିଛି । ବିଧାୟକ ଅଙ୍ଗଦ କହଁର ବାଇକ ଯୋଗେ ନିଜ ଗ୍ରାମପକାରୀ ନିକଟରେ ଥିବା ମନ୍ଦିରକୁ ଦର୍ଶନ କରିବାକୁ ଯାଉଥିଲେ। ସାମନା ପଟୁ ଏକ ବାଇକ ଆସି ପିଟି ଦେଇଥିଲା। ତାଙ୍କୁ ଚିକିତ୍ସା ପାଇଁ ଫୁଲବାଣୀ ସଦର ମହକୁମା ଡାକ୍ତରଖାନାରେ ଭର୍ତ୍ତୀ କରାଯାଇଥିଲା। ସୂଚନା ମୁତାବକ, ପ୍ରତ୍ୟେକ ସୋମବାର ଭଳି ବିଧାୟକ ଆଜି ମଧ୍ୟ ନିଜ ଗ୍ରାମ ପକାରୀ ଠାରୁ ଏକ କିଲୋମିଟର ଦୂର ବ୍ରୁଡିପଡାରେ ଥିବା କାମନା ମନ୍ଦିରକୁ ଦର୍ଶନ ପାଇଁ ଏକ ବାଇକରେ ଯାଉଥିଲେ ।

ରାସ୍ତାରେ ସାମନା ପଟୁ ଅନ୍ୟ ଏକ ବାଇକରେ ଦ୍ରୁତ ଗତିରେ ଆସୁଥିବା ଦୁଇଜଣ ଯୁବକ ତାଙ୍କୁ ମୁହାଁମୁହିଁ ଧକ୍କା ଦେଇଥିଲେ । ଫଳରେ ବିଧାୟକ ଗାଡିରୁ ଛିଟିକି ପଡିଥିଲେ । ପାଖରେ ଥିବା ଗ୍ରାମବାସୀ ତାଙ୍କୁ ସଙ୍ଗେ ସଙ୍ଗେ ଘରକୁ ନେଇ ଥିଲେ । ସ୍ଥାନୀୟ ଆଶାକର୍ମୀ ସୀତା ସାହୁ ଘରେ ପହଞ୍ଚି ତାଙ୍କର ପ୍ରାଥମିକ ଚିକିତ୍ସା କରିବା ପରେ ଜିଲ୍ଲା ଯୁବ ବିଜେଡି ସଭାପତି ବିଷ୍ଣୁ ଚରଣ ମଲିକ ଓ ଗ୍ରାମବାସୀ ଅଜୟ ସାହୁ ବିଧାୟକଙ୍କୁ ଫୁଲବାଣୀ ଆଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ବିଧାୟକଙ୍କ ଗୋଟିଏ ହାତ ଭାଙ୍ଗି ଯାଇଥିବା ବେଳେ ଗୋଡରେ ମଧ୍ୟ ଆଘାତ ଲାଗିଛି । ତେବେ ତାଙ୍କ ଅବସ୍ଥା ଠିକ ଥିବା ଜଣାପଡିଛି । ଦୁର୍ଘଟଣା ଘଟାଇଥିବା ଯୁବକମାନେ ମଧ୍ୟ ଏଥିରେ ଆହତ ହୋଇଛନ୍ତି ।

Comments are closed.