Odisha news

ସ୍ଥଳସେନାର ୭୩ତମ ପ୍ରତିଷ୍ଠା ଦିବସରେ ୫ ବୀରଙ୍କୁ ପଦକ ପ୍ରଦାନ

0

ନୂଆଦିଲ୍ଲୀ: ଆଜି ସ୍ଥଳସେନାର ୭୩ତମ ପ୍ରତିଷ୍ଠା ଦିବସ। ଏହି ଅବସରରେ ଦିଲ୍ଲୀରେ ଭବ୍ୟ ପରେଡ୍‌ର ଆୟୋଜନ କରାଯାଇଛି। ଏହା ପୂର୍ବରୁ ସ୍ଥଳସେନାର ୭୩ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଥିଲେ।

ପରେଡ୍‌ରେ ପ୍ରଥମ ଥର ପାଇଁ ଭାରତୀୟ ସେନାର ଲଡୁଆ ଡ୍ରୋନ୍‌ ସାମିଲ୍‌ ହୋଇଥିବା ଜାଣିବାକୁ ମିଳିଛି। ସମସ୍ତେ ମୁହଁରେ ଫେସ୍‌ ମାସ୍କ ପିନ୍ଧି ଆବଶ୍ୟକୀୟ କୋଭିଡ-୧୯ ପ୍ରୋଟୋକଲ୍‌ ମାନି ପରେଡ୍‌ କରିଥିବା ସୂଚନା ରହିଛି। ପୂର୍ବରୁ ସିଡିଏସ୍‌ ଜେନେରାଲ୍‌ ବିପିନ ରାୱତ ଦିଲ୍ଲୀର ନେସ୍‌ନାଲ୍‌ ୱାର୍‌ ମେମୋରିଆଲ୍‌ରେ ବୀର ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସାରିଛନ୍ତି।

ସ୍ଥଳସେନା ଦିବସ ଅବସରରେ ଦିଲ୍ଲୀର କ୍ୟାରିଆପ୍ପା ଗ୍ରାଉଣ୍ଡ୍‌ରେ ସେନାଧ୍ୟକ୍ଷ ଜେନେରାଲ୍‌ ମନୋଜ ମୁକୁନ୍ଦ ନରାବଣେଙ୍କ ଦ୍ବାରା ୫ ଜଣ ସେନା ବ୍ୟକ୍ତିତ୍ବଙ୍କୁ ପଦକ ପ୍ରଦାନ କର‌ାଯାଇ ସମ୍ମାନିତ କରାଯାଇଛି।  ସେନାର ଭିନ୍ନ ଭିନ୍ନ ଅପରେସନ୍‌ରେ ସେମାନଙ୍କ ସଂପୃକ୍ତିକୁ ଦୃଷ୍ଟିରେ ରଖି ଏହି ପଦକ ପ୍ରଦାନ କରାଯାଇଥିବା ଜାଣିବାକୁ ମିଳିଛି।

ପଦକ ପାଉଥିବା ୫ ଜଣଙ୍କ ମଧ୍ୟରୁ ଅନ୍ୟତମ ସେନା ଯବାନ ପାରା ସ୍ପେସିଆଲ୍‌ ଫୋର୍ସର ନାୟକ ସନ୍ଦୀପ। ସେ ଜମ୍ମୁ-କଶ୍ମୀରରୁ ୨ ଜଣ ଆତଙ୍କବାଦୀଙ୍କୁ ନିପାତ କରି ସ୍କ୍ବାଡ୍‌ କମାଣ୍ଡର୍‌ଙ୍କ ଜୀବନ ବଞ୍ଚାଇଥିବା କାରଣରୁ ତାଙ୍କୁ ଏହି ପଦକ ପ୍ରଦାନ କରାଯାଇଛି।

ସିଡିଏସ୍‌ ଜେନେରାଲ୍‌ ବିପିନ ରାୱତ, ସେନାଧ୍ୟକ୍ଷ ଜେନେରାଲ୍‌ ମନୋଜ ମୁକୁନ୍ଦ ନରାବଣେଙ୍କ ବ୍ୟତୀତ ବାୟୁ ସେନା ମୁଖ୍ୟ ମାର୍ସଲ୍‌ ଆର୍‌କେଏସ୍‌ ଭଦୌରିଆ, ନୌସେନାର ମୁଖ୍ୟ ଆଡ୍‌ମିରାଲ୍‌ କରମବୀର ସିଂହ ମଧ୍ୟ ମେମୋରିଆଲ୍‌ରେ ସହିଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।

 

Nalco
Leave A Reply