Odisha news

୩ ଟ୍ରେନରେ ଓହ୍ଲାଇଲେ ୫ଶହ ପ୍ରବାସୀ; ବ୍ୟାସନଗରବାସୀଙ୍କ ଚିନ୍ତା ବଢିଲା

0

ବ୍ୟାସନଗର : ଗୋଟିଏ ଦିନରେ ୩ଟି ଟ୍ରେନ୍ରେ ୫ଶହ ପ୍ରବାସୀ ଯାଜପୁର ରୋଡ଼ ରେଳଷ୍ଟେସନରେ ଓହ୍ଲାଇଥିବା ବେଳେ ସେମାନଙ୍କୁ ଦାୟୀତ୍ୱରେ ଥିବା କୋଭିଡ଼-୧୯ ଅଧିକାରୀ ନିଜ ନିଜ ଅଞ୍ଚଳକୁ ପଠାଇ ଦେଇଛନ୍ତି । ଲଗାତାର ଭାବେ ଗତ କିଛି ଦିନ ହେଲା ୧୦ରୁ ଅଧିକ ଟ୍ରେନ୍ରେ ପ୍ରବାସୀ ଫେରିବା ଏବଂ ସମସ୍ତେ ଯାଜପୁର ରୋଡ଼ ଷ୍ଟେସନରେ ଓହ୍ଲାଇବା ଘଟଣାକୁ ନେଇ ବ୍ୟାସନଗର ପୈାରବାସୀଙ୍କ ମନରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । କରୋନା ଭୟରେ ଥିବା ପୈାରବାସୀ ପ୍ରବାସୀଙ୍କୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି ।

ଗତକାଲି ରାତି ଏବଂ ଆଜି ଦିନରେ ୨ଟିକୁ ମିଶାଇ ୩ଟି ଟ୍ରେନ ଲାଗିଥିବା ବେଳେ ଆସନ୍ତାକାଲି ମଧ୍ୟ ପ୍ରବାସୀଙ୍କୁ ନେଇ ଟ୍ରେନ ପହଁଚୁଥିବାର ଜଣାପଡ଼ିବା ପରେ ପୈାରବାସୀଙ୍କ ମନରେ ଅସନ୍ତୋଷ ବଢିବାକୁ ଲାଗିଛି । ଗତକାଲି ରାତିରେ ପ୍ରବାସୀଙ୍କ ନେଇ ସ୍ୱତନ୍ତ୍ର ଟ୍ରେନ ପହଁଚିବାଥିଲା । ବାଲେଶ୍ୱର ଅଭିମୁଖେ ଯିବାକୁ ଥିବା ଟ୍ରେନରୁ ୩୪୯ ପ୍ରବାସୀ ଓହ୍ଲାଇଥିଲେ । ସେଥିମଧ୍ୟରୁ ଯାଜପୁର ଜିଲାରୁ ୧୦୯, କେନ୍ଦ୍ରାପଡ଼ା ଜିଲାରୁ ୧୦୭, ଦେବଗଡ଼ରୁ ୨ ଓ କଟକରୁ ୧୩୧ ପ୍ରବାସୀ ଓହ୍ଲାଇଥିଲେ । ସେହିପରି ଦ୍ୱିତୀୟ ଟ୍ରେନ ସୁରତରୁ ଆସି ପହଁଚିଥିଲା । ଓହ୍ଲାଇଥିବା ୭୨ଜଣ ପ୍ରବାସୀଙ୍କ ମଧ୍ୟରୁ  ଯାଜପୁରରୁ ୩୫, ଭଦ୍ରକରୁ ୧୦, ବାଲେଶ୍ୱରରୁ ୫, ବରଗଡ଼ରୁ ୨, ମୟୁରଭଞ୍ଜରୁ ୧ ଓ ଢେଙ୍କାନାଳରୁ ୧୯ଜଣ ଓହ୍ଲାଇଥିଲେ । ତୃତୀୟ ଟ୍ରେନ ଦିବା ୪ଟା ବେଳେ ଲାଗିିଥିଲା ।

ଚେନାଇରୁ ଆସିଥିବା ଟ୍ରେନରୁ ୩୪ଜଣ ପ୍ରବାସୀ ଓହ୍ଲାଇଥିବା ବେଳେ ସମସ୍ତେ ଯାଜପୁର ଜିଲାର ରହିଥିଲେ । ପ୍ରବାସୀଙ୍କୁ ନିର୍ବାହୀ ଅଧିକାରୀ ଶୁଭେନ୍ଦୁ ଜେନା ସୂଚନା ଦେଇଛନ୍ତି । ପ୍ରବାସୀଙ୍କୁ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ର, ଦାନଗଦୀ ତହସିଲଦାର ନମ୍ରତା ମୋଦୀ, ଅତିରିକ୍ତ ତହସିଲଦାର ନାରାୟଣ ଦିକ୍ଷୀତ, ବ୍ୟାସନଗର ତହସିଲଦାର ଶରତ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ତହସିଲଦାର ରଶ୍ମିତା ସ୍ୱାଇଁ, ଆରପିଏଫ ଅଧିକାରୀ ରମାକାନ୍ତ ବାରିକ, ଯାଜପୁର ରୋଡ଼ ଏସଡ଼ିପିଓ ଚିନ୍ମୟ କୁମାର ନାୟକ, ଥାନା ଅଧିକାରୀ ଅନୀଲ କୁମାର ମହାନ୍ତି, ପୈାରପରିଷଦ କୋଭିଡ଼-୧୯ ଅଧିକାରୀ ମାଣିକ ରଂଜନ ନାୟକ, ଏସଆଇ ପବିତ୍ର ମହାରଣା, ରାଜେଶ ସେଠୀ, ସୁବାସ ମୁଦୁଲୀ, ମିନତୀ ବେହେରା, ମନୋଜ ବାରା, ଏଏସଆଇ ସୁବାସ ଦାସ, ଅନିରୁଦ୍ଧ ବିଶ୍ୱାଳ ପ୍ରମୂଖ ଉପସ୍ଥିତ ରହିଥିଲେ ।

Nalco

Leave A Reply