Odisha news

ସାଲେପୁର ଅଞ୍ଚଳରେ ପହଞ୍ଚିଲେ ୬ଜଣ ପ୍ରବାସୀ ଓଡ଼ିଆ, ପଂଜିକରଣ ପରେ ରହିଲେ କ୍ୱାରେଣ୍ଟାଇନ୍ ସେଣ୍ଟରରେ

0

ସାଲେପୁର : ଆଜି ଦିନ ପ୍ରାୟ ୧ଟା ସମୟରେ ସ୍ୱତନ୍ତ୍ର ବସ୍ ଯୋଗେ ସାଲେପୁର ବ୍ଲକ୍ର ୪ଟି ପଞ୍ଚାୟତର ୬ଜଣ ପ୍ରବାସୀ ଓଡ଼ିଆ ସାଲେପୁର ଅଞ୍ଚଳରେ ପହଞ୍ଚôଛନ୍ତି । ସେମାନଙ୍କୁ କେରଳ ରାଜ୍ୟରୁ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଓଡ଼ିଶାକୁ ଅଣାଯାଇ ଖୋର୍ଦ୍ଧା ରେଳ ଷ୍ଟେସନ୍ରେ ପହଞ୍ଚିଲେଥିଲେ । ସେଠାରୁ ସେମାନଙ୍କୁ ସ୍ୱତନ୍ତ୍ର ବସ୍ ଯୋଗେ କଟକ ମେଡ଼ିକାଲକୁ ଅଣାଯାଇ ସେଠାରେ ସେମାନଙ୍କ ସ୍ୱାବ୍ ସଂଗ୍ରହ କରାଯାଇ ସାଲେପୁର ଅଭିମୁଖେ ଅଣାଯାଇଥିଲା । ସାଲେପୁର କଲେଜରେ ହୋଇଥିବା ନୋଡ଼ାଲ ସେଣ୍ଟରରେ ସାଲେପୁର ବିଡ଼ିଓ ଦେବରାଜ ସେଠୀ, ତହସିଲଦାର ଦିବ୍ୟଜ୍ୟୋତି ଦେଓ ଓ ସାଲେପୁର ଆଇ.ଆଇ.ସି. ଦେବେନ୍ଦ୍ର କୁମାର ମଲ୍ଲିକଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ୬ଜଣଙ୍କ ନାମ ପଂଜିକରଣ କରାଯାଇ ସେମାନଙ୍କୁ ୧୪ଦିନ ପାଇଁ ମାଳ ପଞ୍ଚାୟତ ହାଇସ୍କୁଲ ପରିସରରେ ହୋଇଥିବା କ୍ୱାରେଣ୍ଟାଇନ୍ ସେଣ୍ଟରରେ ରଖାଯାଇଥିବା ଜଣାଯାଇଛି । ପ୍ରକାଶ ଥାଉକି ମାଳଶାସନ ପଞ୍ଚାୟତର ୩ଜଣ, ତେନ୍ତୋଳ, ନରଦା ଓ ମିର୍ଜାପୁରର ଜଣେ ଲେଖା ବ୍ୟକ୍ତି ଥିବା ସାଲେପୁର ବିଡ଼ିଓ ଦେବରାଜ ସେଠୀ ପ୍ରକାଶ କରିଛନ୍ତି ।

Leave A Reply