ବାରିପଦା : ବାରିପଦା ଟାଉନଥାନା ଅନ୍ତର୍ଗତ ଷ୍ଟେସନ ବଜାର ନିକଟରେ ରବିବାର ଅପରାହ୍ନରେ ଜଣେ ଯୁବକଙ୍କ ଛୁରାମାଡରେ ଜଣେ ଯୁବକ ଗୁରୁତର ହେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣାରୁ ପ୍ରକାଶ ଯେ, ୱାର୍ଡ ନମ୍ବର ୨୦ ଶୁନଗଡିଆ ଅଞ୍ଚଳର ଟେଣ୍ଟ ମୁଖୀ ନିଜ ସ୍ତ୍ରୀଙ୍କ ସହ ବାରିପଦ ହାଟକୁ ଜିନିଷପତ୍ର କିଣାକିଣି କରିବା ପାଇଁ ଯାଇଥିବା ବେଳେ ଅମଜାତ ଖାନ୍ ନାମକ ଜଣେ ଯୁବକଙ୍କ ସହ କୌଣସି କାରଣକୁ ନେଇ ଯୁକ୍ତିତର୍କ ହୋଇଥିଲା । ଏଥିରେ ଅମଜାତ ଉତକ୍ଷିପ୍ତ ହୋଇ ଟେଣ୍ଟଙ୍କୁ ଏକ ଛୁରୀରେ ମରଣାତ୍ମକ ଆକ୍ରମଣ କରି ଲହୁଲୁହାଣ କରିବା ସହ ଘଟଣାସ୍ଥଳରୁ ଛୁ ମାରିଥିଲେ । ଘଟଣାସ୍ଥଳରେ ବାରିପଦା ଟାଉନପୋଲିସ ପହଞ୍ଚି ଆହତ ଯୁବକଙ୍କୁ ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିସôା ପାଇଁ ଭର୍ତ୍ତି କରିଥିଲେ । ଅନ୍ୟପକ୍ଷରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଛାନବିନ୍ନ କରୁଥିବା ଜଣାଯାଇଛି ।