Odisha news

ବାଙ୍କୀ : ଅଦିନିଆ ବର୍ଷା ଓ କୁଆପଥର ମାଡ଼ରେ ବାଇଗଣ ଫସଲ ନଷ୍ଟ

0

ବାଙ୍କୀ : କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଉଭୟେ କେନ୍ଦ୍ର ଓ ରାଜ୍ୟ ସରକାର ଲକଡ଼ାଉନ ଘୋଷଣା ପରେ ପରିବା ·ଷୀମାନେ କଟକ ଓ ଭୁବନେଶ୍ୱର ବିକ୍ରି କରିବାକୁ ନଯାଇ ପୋଲିସ ଭୟରେ ଗାଁ ଗାଁ ବୁଲି ବିକ୍ରି କରିଥିବାବେଳେ ଶଗମାଛ ଦରରେ ବିକ୍ରି କରିବା ସହିତ ବହୁ ପରିବା ପଚିସଢ଼ି ନଷ୍ଟ ହୋଇଯାଇଛି ଯାହାକୁ ନେଇ ଚିନ୍ତାରେ ·ଷୀ ଥିବାବେଳେ ଗତକାଲି ସନ୍ଧ୍ୟାରେ ପ୍ରବଳ ବର୍ଷା ଓ କୁଆପଥର ମାଡ଼ରେ ବାଇଗଣ ସବୁ ଗଛରୁ ପଡ଼ି ନଷ୍ଟ ହୋଇଯାଇଥିବାର ଦେଖାଯାଇଛି ।

ବାଙ୍କୀ ବ୍ଲକରେ ପଶ୍ଚିମ ବାଙ୍କୀର ନାଟେରୀ, କୁରୁମପଡ଼ା,ପୋଡ଼ାପାଟଣା,ଖଜୁରୀପଦା, କରଡ଼ାପଲ୍ଲୀ, ସାତଖଣ୍ଡ, ରଜୀବ ଅଞ୍ଚଳରେ ଶହ ଶହ ଏକର ଜମିରେ ବାଇଗଣ ·ଷ କରାଯାଇଛି । ବାଇଗଣ ଫଳ ଠିକ ଭାବେ ହେଉଥିବାରୁ ଶସ୍ତାରେ ·ଷୀ ବିକ୍ରି କରିଦେଉଥିବା ବେଳେ କୁଆପଥର ମାଡ଼ରେ ସବୁ ବାଇଗଣ କଷି ଗଛରୁ ଛିଣ୍ଡି ତଳେ ପଡ଼ିଥିବାରୁ ·ଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି ।

କିଭଳି ଭବିଷ୍ୟତରେ ବାଇଗଣ ତୋଳିବେ ତାକୁ ନେଇ ଚିନ୍ତାରେ । ଉଦ୍ୟାନ ବିଭାଗ ସଂପୃକ୍ତ ଅଞ୍ଚଳକୁ ଆସି ତଦନ୍ତ କରି ଅଦିନିଆ ବର୍ଷା ଓ ତୁହାକୁ ତୁହା କୁଆପଥର ମାଡ଼ରେ କ୍ଷତିଗ୍ରସ୍ତ ହୋଇଥିବା ବାଇଗଣ ଫସଲ ଦେଖି ·ଷୀଙ୍କୁ ସହାୟତାର ହାତ ବଢ଼ାଇବାକୁ ·ଷୀମାନଙ୍କ ପକ୍ଷରୁ ଦାବି ହେଉଛି ।

Leave A Reply