ରାୟଗଡା (Rabindra Patkhandal)– ସଙ୍ଗରୋଧ କେନ୍ଦ୍ରକୁ ପ୍ରବଳ ବିରୋଧ କରାଯାଉଛି ଯେ ଗାଁ ନିକଟରେ ଥିବା ଏହି ସରକାରୀ କୋଠା ଗୁଡ଼ିକୁରେ ନକରାଇଦେବାକୁ ଲୋକମାନେ ଅଢିବସିଛନ୍ତି । ଘର ବାହୁଡ଼ା ପ୍ରବାସୀ ଓଡ଼ିଆମାନେ ଆସିଲେ କାଳେ ସେମାନଙ୍କ ଦେହରେ କରୋନା ଭୂତାଣୁ ଆସିଯିବ ବୋଳି ରାୟଗଡା ସଦର ବ୍ଲକ ହାଲୁଆ ପଂଚାୟତର କୋଡାପାଡି ଗ୍ରାମର ଲୋକେ ପ୍ରବଳ ବିରୋଧ କରୁଥିବା ନଜର ଆସିଥିବା ବେଳେ ଏଭଳି ଅନେକ ସ୍ୱର ଜିଲ୍ଲାରୁ ସୁଣିବାକୁ ମିଳୁଛି । ତେବେ ସତରେ କଣ ପ୍ରବାସୀ ଓଡ଼ିଆଙ୍କ ସହ ବିପଦ ମାଢି ଆସୁଛି କି? ଏହା ଜିଲ୍ଲାବାସୀଙ୍କ ମନରେ ଆନେ୍ଦାଳିତ କରୁଛି ।
ସରକାରଙ୍କ ନିଦେ୍ର୍ଧଶ ପ୍ରକାରେ ଜିଲ୍ଲାରେ ଏଯାବତ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା ପ୍ରାୟ ୧୦ ହଜାର ପ୍ରବାସୀଙ୍କ ପଞ୍ଜିକୃତ ହୋଇଛି । ଏହା ବାଦେ ବେସରକୀ ସୂତ୍ରରୁ ଜଣାପଢିଛିଯେ ରାୟଗଡ଼ା ଜିଲ୍ଲାର ପ୍ରାୟ ୪୦ ହଜାର ଶ୍ରମିକ ଦାଦନ ଖଟିବାକୁ ଦେଶର ରେଡ଼ ଜୋନ କହୁଥିବା ରାଜ୍ୟ ଆନ୍ଧ୍ର ପ୍ରଦେଶ , ତେଲେଙ୍ଗାନା ଏବଂ କେରଳ ଭୋଳି ରାଜ୍ୟକୁ ଯାଇଛନ୍ତି । ସେମାନେ ଫେରିବା ପାଇଁ ସମସ୍ତ ପ୍ରସ୍ତୁତି ସରକାର କରୁଥିବା ବେଳେ ଜିଲ୍ଲା ପ୍ରଶାସନ ମଧ୍ୟ ଘରଘର ବୁଲି ସେମାନଙ୍କର ତଥ୍ୟ ସଂଗ୍ରହ କରିବାରେ ଲାଗିପଡ଼ିଛି ।
ତେବେ ଗୋଟିଏ କଲୋନରା ବ୍ଲକକୁ ଉଦାହରଣରେ ନିଆଗଲେ କାଟିକଣା ପଞ୍ଚାୟତରେ ୨ ଶହ କଲୋନରା ସଦର ପଞ୍ଚାୟତରେ ୧ଶହ ୫୭, ବାଙ୍କିଲିରେ ୮୩ ଜଣ ଏବଂ ସୁରୀ ପଞ୍ଚାୟତରେ ୧ ଶହ ୭୮ ଜଣ ଏଭଳି କଲୋନରା ବ୍ଲକରେ ପ୍ରାୟ ୬ଶହରୁ ୭ ଶହ ଜଣଙ୍କର ତଥ୍ୟ ସଂଗ୍ରହ କରାଯାଛି । ଏଭଳି ରାୟଗଡ଼ା ଜିଲ୍ଲାରୁ କାଶିପୁର, ଚନ୍ଦ୍ରପୁର, ପଦ୍ମପୁର, କଲ୍ୟାଣସଂହପୁର ଏବଂ ମୁନିଗୁଡ଼ାରୁ ଦାଦନର ସୁଅ ଦକ୍ଷିଣ ଭାରତକୁ ପ୍ରବଳ ମାତ୍ରାରେ ଛୁଟିଥିବା ବିଗତ ଦିନରେ ଅନେକ ଉଦାହରଣ ରହିଛି ।
ତେବେ ସେମାନଙ୍କର ସଂଖ୍ୟା ପ୍ରାୟ ୪୦ ହଜାରରୁ ୪୫ ହଜାର ହେବବୋଳି ବିଭିନ୍ନ ବେସରକାରୀ ସଂଘଠନ ଗୁଡ଼ିକ ମତପ୍ରକାଶ କରୁଛନ୍ତି ।ଯଦି ସେମାନେ ଫେରିବେ ନିଜ ଅଞ୍ଚଳକୁ ରହିବେ କେଉଁଠି ଏହା ଏକ ବଡ଼ ପ୍ରଶ୍ନବାଚି ସୃଷ୍ଟିହେଇଛି । କାରଣ ରାୟଗଡ଼ା ଜିଲ୍ଲାରେ ପୂର୍ବରୁ ୧୭୧ ପଞ୍ଚାୟତ ଥିବାବେଳେ ଜନସଂଖ୍ୟା ଦୃଷ୍ଟିରୁ ଏହାକୁ ବଡ଼ାଇ ୧୮୨ଟି ପଞ୍ଚାୟତ କରାଯାଇଛି । ତେବେ ଏହି ନୂତନ ଭାବେ ବଡ଼ିଥିବା ୧୧ଟି ପଞ୍ଚାୟତରେ ନିଜସ୍ୱ ଭିତ୍ତିଭୂମି ନାହିଁ । ତେବେ ସେହି ଗ୍ରାମ ପଞ୍ଚାୟତର ଲୋକମାନେ କେଉଁଠି ରହିବେ ତହାକୁ ନେଇ ବଡ଼ ପ୍ରଶ୍ନବାଚି ସୃଷ୍ଟିହୋଉଛି । ନିଜ ଗାଁର ଲୋକଙ୍କୁ ନିଜ ଗାଁରେ ପୁରାଇ ଦେଉନଥିବା ବେଳେ ଅନ୍ୟ ପଞ୍ଚାୟତର ଲୋକଙ୍କୁ ଆମ ପଞ୍ଚାୟତରେ ପୁରାଇ ଦେବୁ ନାହିଁ ବୋଲି ବିଭିନ୍ନ ଅଞ୍ଚଳରୁ ସ୍ୱର ଶୁଭିବାକୁ ମିଳିଛି ।
ତେବେ ଏଭଳି କ୍ଷେତ୍ରରେ ରାୟଗଡ଼ା ଜିଲ୍ଲାକୁ ପ୍ରବାସୀ ବା ଘରବାହୁଡାରେ ଆସୁଥିବା ଶ୍ରମିକମାନେ କିଭଳି ସ୍ଥିତିରେ କ୍ୱାରେଣ୍ଟାଇନ କଟାଇବେ ଏବଂ ସୁସ୍ଥହୋଇ ଗାଁକୁ ଫେରିଲା ପରେ ତାଙ୍କୁ ସହଜରେ ଗ୍ରହଣ କରିବେ ତାହା ଏକ ବଡ଼ ପ୍ରଶ୍ନବାଚି ସୃଷ୍ଟି ହୋଇଛି ।ଏହାକୁ ନେଇ ବିଭିନ୍ନ ମହଲରେ ଚିନ୍ତା ପ୍ରକୋଟ ହୋଇଛି ଯେ ଏମାନେ କଣ ବିପଦ ନେଇ ଆସୁଛନ୍ତି କି ?