Odisha news

କଳିଙ୍ଗ ଘାଟି ର କରୁଣା କାହାଣୀ : ଆଉ ଦେଢ଼ ଘଣ୍ଟା ପରେ ପହଞ୍ଚି ଥାନ୍ତେ ଜନ୍ମ ମାଟିକୁ, ଚାପି ହୋଇ ଗଲା ୨ ଜୀବନ

0

ବୁଗୁଡ଼ା – ୦୩/୦୫/ଆଉ ମାତ୍ର ଦେଢ ଘଣ୍ଟା ପରେ କରୋନା ଭୟରେ ସୁଦୂର ସୁରାଟରୁ ବସ ଯୋଗେ ଫେରୁଥିବା ବୁଗୁଡା ର ୨ ଶ୍ରମିକଙ୍କ ଦୁର୍ଘଟଣା ଜନିତ ମୃତ୍ୟୁ ଏ ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଛି।

ଗତ ଶନିବାର ରାତି ସାଢେ ଆଠଟା ବେଳେ କଳିଙ୍ଗା ଘାଟି ଅନ୍ଧାରୀ କୋଟ ଠାରେ ହୋଇଥିବା ଦୁର୍ଘଟଣାରେ ବୁଗୁଡ଼ା ସହର ମଧ୍ୟସ୍ଥ ବଲରାମ ସେଠୀ ଙ୍କ ପୁତ୍ର ସନ୍ତୋଷ କୁମାର ସେଠୀ (୩୮) ଓ ବୁଗୁଡ଼ା କଲେଜ ନିକଟବର୍ତ୍ତୀ ବରଡିପପଲ୍ଲୀ ନିବାସୀ ଚିତ୍ତରଂଞ୍ଜନ ସେଠୀ (୪୫)ଙ୍କ ର ଶୋଚନୀୟ ମୃତ୍ୟୁ ହୋଇଯାଇଛି। ଚିତ୍ତରଂଞ୍ଜନ ବସ୍ ଗେଟ୍ ମୁହଁରେ ପାଣି ପିଉଥିବା ସମୟରେ ବସ୍ ଟି ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହେବାରୁ ଚିତ୍ତରଂଞ୍ଜନଙ୍କ ଗୋଡର ଉପର ଭାଗ ଠାରୁ ପେଟ ପର୍ଯ୍ୟନ୍ତ ଚାପି ହୋଇଯିବାରୁ ଘଟଣାସ୍ଥଳରେ ହିଁ ମୃତ୍ଯୁବରଣ କରିଥିଲା ବେଳେ ସନ୍ତୋଷ ଙ୍କ ପେଟରେ ଏକ ଲୁହା ରଡ଼ ଗଳିଯାଇ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ହୋଇ ହସ୍ପିଟାଲକୁ ଅଣାଯିବ ଅବସ୍ଥାରେ ହିଁ ମୃତ୍ଯୁ ବରଣ କରିଥିଲେ l

ସନ୍ତୋଷଙ୍କ ବିଧବାପତ୍ନୀ ଓ ଗୋଟିଏ ପୁତ୍ର ଓ ଗୋଟିଏ କନ୍ୟା ବୁଗୁଡ଼ା ବଳଦେବ ମନ୍ଦିର ନିକଟସ୍ଥ ବାସଭବନରେ ବସବାସ କରୁଛନ୍ତି l ତେଣେ ଚିତ୍ତରଂଞ୍ଜନ ଙ୍କ ପତ୍ନୀ ଓ ଏକ ମାତ୍ର କନ୍ୟା ବରଡିପଲ୍ଲୀ ବାସଭବନରେ ରହୁଥିବା ବେଳେ ତାହାଙ୍କ ୨  ପୁତ୍ର ମଧ୍ଯ ସୁରାଟରୁ ତାଙ୍କ ସଢୁ ସେହି ଗାଡିରେ ଫେରୁଥିଲେ, ତାହାଲେ ତାଙ୍କସଢୁ, ପିଉସୀ, ପୁତୁରା ପ୍ରଭୃତି ମଧ୍ଯ ସହଯାତ୍ରୀ ଥିଲେ l

Har Ghar Tiranga

Leave A Reply