ଫୁଲବାଣୀ : ପ୍ରବାସୀ ଯୁବତୀଙ୍କ ସହ ବିଭିନ୍ନ ପୋଜ୍ ଦେଇ ଫଟୋ ଉଠାଇ ଅପଲୋଡ୍ କରିବା ଭାରି ପଡିଲା କ୍ୱାରେଂଟାଇନ ସେଂଟର ଦାୟୀତ୍ୱରେ ଥିବା ୨ ଜଣ ସରକାରୀ କର୍ମଚାରୀଙ୍କୁ । ଏ ସଂପର୍କରେ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏ ସଂପର୍କରେ ‘ପ୍ରଗତିବାଦୀ’ ସମେତ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପ୍ରଶାସନ ଏହି ଦୁଇ କର୍ମଚାରୀଙ୍କୁ କାର୍ଯ୍ୟରୁ ହଟାଇ ଦେଇଛି । ବିଡିଓ ତଦନ୍ତ କରୁଛନ୍ତି, ତଦନ୍ତ ପରେ ହେବ କାର୍ଯ୍ୟାନୁଷ୍ଠାନ । କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକର କୁଡୁତୁଲି ସରକାରୀ ବାଳିକା ହାଇସ୍କୁଲରେ ହୋଇଥିବା ସଙ୍ଗରୋଧ କେନ୍ଦ୍ରକୁ ଜଣେ ପ୍ରବାସୀ ଯୁବତୀ ଆସି ରହିଥିଲେ । ହେଲେ ଦାୟୀତ୍ୱରେ ଥିବା ଦୁଇଜଣ କର୍ମଚାରୀ ଏହି ଯୁବତୀଙ୍କ ସହ ବିନା ମାସ୍କ ଓ ସାମାଜିକ ଦୂରତା ନରଖି ବିଭିନ୍ନ ପୋଜ୍ରେ ସେଲଫି ନେଇଥିଲେ । ଆଉ ତାକୁ ଫେସବୁକ୍ରେ ଅପଲୋଡ କରିଥିଲେ ଆଉ ବାହାବା ନେଉଥିଲେ । ଯାହା ତାଙ୍କୁ ଆଜି ମହଙ୍ଗା ପଡିଛି । କ.ନୂଆଗାଁ ବିଡିଓ ଏହାର ତଦନ୍ତ କରୁଛନ୍ତି । ତଦନ୍ତ ପରେ ହେବ କାର୍ଯ୍ୟାନୁଷ୍ଠାନ ବୋଲି କହିଛନ୍ତି ତଦନ୍ତକାରୀ ଅଧିକାରୀ ଏପଟେ ଏହି ଦୁଇ ଅଧିକାରୀଙ୍କୁ ଟିଏମସି ପରିଚାଳନାରୁ ହଟାଇ ସେହି ସ୍ଥାନରେ ୨ ଜଣ ମହିଳା ଅଧିକାରୀଙ୍କୁ ନିଯୁକ୍ତି ଦେଇଛନ୍ତି ।