Odisha news

ସଙ୍ଗରୋଧରେ ଥିବା ପ୍ରବାସୀ ଯୁବତୀଙ୍କୁ ଛେଣ୍ଡିପଦା ବି.ଡି.ଓଙ୍କ ଆଶାଳୀନ ବ୍ୟବହାର : କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ

0

ଅନୁଗୁଳ: ବାଲେଶ୍ୱର ଜିଲ୍ଲାରେ ଜନୈକା ମହିଳା ବି.ଡି.ଓ ସରକାରୀ ସଙ୍ଗରୋଧରେ ଥିବା ପ୍ରବାସୀ ଓଡିଆଙ୍କୁ ଧମକ ଚମକ ଦେବା ଘଟଣାର ୨୪ ଘଟାଂ ନପୁରୁଣୁ ଅନୁଗୁଳ ଜିଲ୍ଲା ଅନ୍ତର୍ଗତ ଛେଣ୍ଡିପଦା ବ୍ଲକର ବି.ଡି.ଓ ସୁନିଲ କୁମାର କେର୍କେଟା ସଙ୍ଗରୋଧରେ ଥିବା ଯୁବତୀ ମାନଙ୍କୁ ଆଶାଳୀନ ଭାଷାରେ ଗାଳି ଗୁଲଜ କରିବା ଘଟଣାର ଏକ ଅଡିଓ ଭାଇରାଲ ହେବା ପରେ ସମଗ୍ର ଜିଲ୍ଲାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ଘଟଣାରୁ ପ୍ରକାଶ ଯେ, କିଛି ପ୍ରବାସୀ ଓଡିଆ ବୁଧବାର ଦିନ ପୂର୍ବାହ୍ନରେ ରାଜ୍ୟ ବାହାରୁ ଆସି ଭୁବନେଶ୍ୱର ଷ୍ଟେସନରେ ପହଁଚିଂଥିଲେ । ପୂର୍ବାହ୍ନରେ ଉକ୍ତ ପ୍ରବାସୀ ଶ୍ରମିକ ମାନେ ଭୁବନେଶ୍ୱର ଷ୍ଟେସନରେ ପହଁଚିଂଥିଲେ ମଧ୍ୟ ବୁଧବାର ସନ୍ଧ୍ୟାରେ ଛେଣ୍ଡିପଦା ବି.ଡି.ଓ ବସ ଯୋଗେ ସେମାନଙ୍କୁ ଛେଣ୍ଡିପଦା ବ୍ଲକର ବରପଦା ପଚାଂୟତରେ ଥିବା ସଙ୍ଗରୋଧ କେନ୍ଦ୍ରକୁ ଆଣିଥିଲେ ।

ସେହି ଶ୍ରମିକ ମାନଙ୍କ ଭିତରେ କିଛି ଯୁବତୀ ମଧ୍ୟ ଥିଲେ । ଉକ୍ତ ଯୁବତୀ ଶ୍ରମିକ ମାନେ ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବଳରାମପ୍ରସାଦ ଓ ବଉଳିଗଡ଼ ଗ୍ରାମର ହୋଇଥିବା ବେଳେ ସେମାନଙ୍କୁ ଛେଣ୍ଡିପଦା ବି.ଡି.ଓ ଛେଣ୍ଡିପଦା ବ୍ଲକର ବରପଦା ସଙ୍ଗରୋଧ କେନ୍ଦ୍ରରେ ରହିବା ପାଇଁ ପଠାଇଥିଲେ ।

କିନ୍ତୁ ଉକ୍ତ ଯୁବତୀ ମାନେ ବରପଦା ସଙ୍ଗରୋଧ କେନ୍ଦ୍ରଠାରେ ସେମାନଙ୍କୁ କେହି ଖରାପ ଇଙ୍ଗିତ କରିଥିବା ନେଇ ଉକ୍ତ ଯୁବତୀ ମାନେ ଛେଣ୍ଡିପଦା ବି.ଡି.ଓ ଶ୍ରୀ କେର୍କେଟାଙ୍କୁ ଫୋନ ଯୋଗେ ଜଣାଇôଶ ସହ ସେମାନଙ୍କୁ ନିଜ ଗ୍ରାମରେ ଥିବା ସଙ୍ଗରୋଧ କେନ୍ଦ୍ରରେ ରଖାଯାଉ ନଚେତ୍ ଗାଡିରୁ ଓହ୍ଲାଇବୁ ନାହିଁ ବୋଲି ବି.ଡି.ଓଙ୍କୁ ଫୋନ ଯୋଗେ କହିଥିଲେ । ଏଥିରେ ବି.ଡି.ଓ ଉତକ୍ଷିପ୍ତ ହୋଇ ତୁମେ ମାନେଶଳା ଚାଲି ଚାଲି ଚାଲିଯାଅ କହିବା ସହ ଆଶାଳୀନ ଭାଷା ବ୍ୟବହାର କରିଥିଲେ । ବି.ଡି.ଓଙ୍କ ଏଭଳି ଆଶାଳୀନ ବ୍ୟବହାରରେ ଉକ୍ତ ଯୁବତୀ ମାନେ ମର୍ମାହାତ ହୋଇ କାନ୍ଦିବା ସହ ବି.ଡି.ଓ କରିଥିବା ଆଶାଳୀନ ଭାଷାର ଅଡିଓ ଟେପକୁ ସମସ୍ତ ସାମ୍ବାଦିକ ଓ ବୁଦ୍ଧିଜୀବୀଙ୍କୁ ପଠାଇଥିଲେ ।

ଏହି ଅଡିଓ ଟେପ ଭାଇରାଲ ହେବା ପରେ ସମଗ୍ର ଅନୁଗୁଳ ଜିଲ୍ଲା ଜନସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏ ସମ୍ପର୍କରେ ଆମ ପ୍ରତିନିଧି ବି.ଡି.ଓଙ୍କୁ ପଚାରିବାରୁ ସେ କହିଥିଲେ ଯେ, ଯୁକ୍ତିତର୍କ ସମୟରେ ଭୁଲ ବଶତଃ କିଛି କହିଦେଇଛି ବୋଲି କହିବା ସହ ଗୁରୁବାର ଦିନ ମଧ୍ୟାହ୍ନରେ ସମ୍ପୃକ୍ତ ଯୁବତୀ ମାନଙ୍କୁ ତାଙ୍କ ଗ୍ରାମରେ ଥିବା ସଙ୍ଗରୋଧ କେନ୍ଦ୍ରକୁ ପଠାଇ ଦିଆଯାଇଛି ବୋଲି ପ୍ରକାଶ କରିଥିଲେ । ସୂଚନା ଯୋଗ୍ୟ ଯେ, ଯୁବତୀ ମାନଙ୍କୁ ବି.ଡି.ଓ ଏଭଳି ଆଶାଳୀନ ଭାଷା କହିବା ଏକ ଦଣ୍ଡନୀୟ ଅପରାଧ । ଏଣୁ ଜିଲ୍ଲାପାଳ ଏହାର ତଦନ୍ତ କରି ବି.ଡିଓଙ୍କୁ ଉଚିତ୍ ଦଣ୍ଡ ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି ।

Leave A Reply