Odisha news

ବକ୍ସିଂଗ ରାଣୀ ମେରିକାମ ଙ୍କ ର ଘନେଇଲା ବିବାହ ବିଛେଦ

0

ଭାରତର ମହାନ ବକ୍ସିଂଗ ରାଣୀ ମେରୀ କମ ଓ ତାଙ୍କ ସ୍ୱାମୀ କରୁଙ୍ଗ ଓନଲର  ଙ୍କ ମଧ୍ୟରେ ବୃଦ୍ଧି ପାଇଛି ତିକ୍ତତା, ସୂଚନା ଯୋଗ୍ୟ ଯେ  ଉଭୟ ଖୁବ ଶୀଘ୍ର ଅଲଗା ହେବାକୁ ଯାଉଛନ୍ତି, ମେରିକମ ବକ୍ସିଂଗ ଇତିହାସର ସବୁଠୁ ସଫଳ ଖେଳାଳୀ , ସେ ୨୦ ବର୍ଷ ପୂର୍ବେ କରୁଙ୍ଗ ଓନଲର ଙ୍କୁ ବିବାହ କରିଥିଲେ l  ହିନ୍ଦୁସ୍ଥାନ ଟାଇମ୍ସ ରିପୋର୍ଟ ଅନୁସାରେ ଉଭୟ ଙ୍କ ମଧ୍ୟରେ ୨୦୨୨ ରେ ମଣିପୁର ବିଧାସଭା ନିର୍ବାଚନ ରେ କରୁଙ୍ଗ ଓନଲର ହାରିବା ପରେ ଆରମ୍ଭ ହୋଇଥିଲା l ଏହି ସମୟ ରେ ପରିବାର ଖୁବ ବଡଧରଣର ଆର୍ଥିକ ଅସୁବିଧାର ସମୁଖୀନ ହୋଇଥିଲା l ମିଳିଥିବା ରିପୋର୍ଟ ଅନୁସାରେ ବକ୍ସର ଓ ତାଙ୍କ ଚାରି ସନ୍ତାନ ଫରିଦାବାଦ ରେ ରହୁଛନ୍ତି, ଯେବେକି ତାଙ୍କ ସ୍ୱାମୀ କିଛି ପରିବାର ସଦସ୍ୟ ଙ୍କ ସହିତ ଦିଲ୍ଲୀ ରେ ରହୁଛନ୍ତି l

ମେରିକମ ଓ କରୁଙ୍ଗ ଓନଲର ଅଲଗା ହେବା ଖବର ମଧ୍ୟରେ ଆଉ ଗୋଟିଏ ସୂଚନା ମଧ୍ୟ ହସ୍ତଗତ ହୋଇଛି ଯେ ମେରିକାମ ଜଣେ ବ୍ୟବସାୟୀ ଙ୍କ ସହିତ ସମ୍ପର୍କ ରେ ଅଛନ୍ତି, ମିଡ଼ିଆ ରିପୋର୍ଟ ଅନୁସାରେ ମେରିକାମ ନିଜ ସ୍ୱାମୀଙ୍କ ନିକଟରୁ ଅଲଗା ହେବା ପରେ ପୁନର୍ବାର ବ୍ୟବସାୟୀ ଙ୍କ ପ୍ରେମରେ ଏବଂ ସେ ଉଭୟ ମିଶି ବ୍ୟବସାୟ ମଧ୍ୟ କରୁଛନ୍ତି l

ମେରିକାମ ଙ୍କ ବିଜନେସ ପାର୍ଟନର ଓ ମେରିକାମ ଫାଉଣ୍ଡେସନ ର ଅଧ୍ୟକ୍ଷ ହିତେଶ ଚୌଧୁରୀ ଅଟନ୍ତି, କୁହାଯାଉଛି ସେ ମେରିକାମ ଙ୍କ ସହିତ ସମ୍ବନ୍ଧ ରେ ଅଛନ୍ତି, ହିତେଶ ଚୌଧୁରୀ ପେସାରେ ଜଣେ କ୍ରୀକେଟିଅର ଅଟନ୍ତି, ଯିଏକି ମେରିକାମ ଙ୍କ ବ୍ୟବସାୟ ସମ୍ଭାଳୁଛନ୍ତି l

ମେରିକାମ ଓ କରୁଙ୍ଗ ଓନଲର ଙ୍କର ପ୍ରେମକାହାଣୀ ପ୍ରିୟଙ୍କା ଚୋପ୍ରା ଓ ଦର୍ଶନ କୁମାର ଙ୍କ ଅଭିନୀତ ବାୟୋପିକ ମଧ୍ୟ ଦେଖା ଯାଇଥିଲା, ଉଭୟ ୨୦୦୦ ରେ ଡେଟିଂ ଆରମ୍ଭ କରିଥିଲେ ଏବଂ ପାଞ୍ଚବର୍ଷ ପରେ ୨୦୦୫ ରେ ବିବାହ କରିଥିଲେ, ପେସାରେ ଫୁଟବଲର କରୁଙ୍ଗ ଓନଲର ନିଜ କ୍ୟାରିଅର ରୁ ପ୍ରଥମେ ନିଜ ପତ୍ନୀ ଙ୍କ କ୍ୟାରିଅର କୁ ଗୁରୁତ୍ୱ ଦେଇଥିଲେ l  କାହିଁକି ନା ସେ ଦେଶର ଗୌରବ ହୁଅନ୍ତୁ l

Leave A Reply