Odisha news

ଡୋନାଲଡ ଟ୍ରମ୍ପ ଙ୍କ ଟେରୀଫ ମନେପକାଇ ଦେଉଛି ୧୯୨୯ ର ସେହି କଳା ମଙ୍ଗଳବାର କୁ

0
ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଅପ୍ରେଲ ୨ତାରିଖ ରେ ସାରା ବିଶ୍ୱ ପାଇଁ ଗୋଟିଏ ନୂଆ ବିପଦ ଆଣି ଦେଇଛନ୍ତି, ଟ୍ରମ୍ପ ୧୮୦ ରୁ ଉର୍ଧ୍ଵ ଦେଶ ଙ୍କ ଉପରେ ଡିଡ଼କଟେଡ଼ ରେସିପୋକଲ ଟେରୀଫ ଲଗାଇ ଦେଇଛନ୍ତି, ଏହାଦ୍ୱାରା କେବଳ ଆମେରିଖ ନୁହେଁ ଏସିଆ ସେୟାର ମାର୍କେଟ ରୁ ନେଇ ୟୁରୋପ ସେୟାର ମରିକେଟ ଅତି ଖରାପ ଭାବରେ ପ୍ରଭାବିତ ହେଉଛି, ଦୁନିଆର ସମସ୍ତ ସେୟାର ମାର୍କେଟ ରେ ତ୍ରାହି ମାମ ବୋଲି ଭାଳେଣୀ ପଡିଛି l ଦୁନିଆର ମଜବୁତ ଅର୍ଥବ୍ୟବସ୍ଥା ମାନ୍ଦା ହୋଇଯାଇଛି l ଏପରି ସ୍ଥିତିରେ ଲୋକେ ୧୯୨୯ ର ମହା ମାନ୍ଦା କୁ ମନେପକାଇ ଭୟଭୀତ ହେଉଛନ୍ତି l

ଟ୍ରମ୍ପ ଟାରିଫ ସେହି ଅଶୁଭ ମଙ୍ଗଳବାର କୁ ମନେପକାଇ ଦେଇଛି, ଯାହାକି ସାରା ବିଶ୍ୱକୁ ଦୁର୍ବଳ କରି ପକାଇଥିଲା l ତେବେ ଆସନ୍ତୁ ଜାଣିବା ୯୬ ବର୍ଷ ପୂର୍ବରୁ ସାରା ବିଶ୍ୱର ଅର୍ଥ ବ୍ୟବସ୍ଥାକୁ ଦୁର୍ବଳ କରିଦେଇଥିଲା l ଯାହାକୁ ନେଇ ଆଜିମଧ୍ୟ ବ୍ୟବସାୟୀ ଚିନ୍ତିତ ରହୁଛନ୍ତି l

ଯଦି ଆମ ମାନଙ୍କ ମଧ୍ୟରୁ ଯଦି କାହାକୁ ପଚରାଯିବ କି ଗୋଟିଏ ସୁଖମୟ ଜୀବନ ପାଇଁ କେଉଁଠିକୁ ଯିବେ, ତେବେ ସମସ୍ତଙ୍କ ମନରେ ଆମେରିକା ର କୌଣସି ଡ୍ରିମ ଫୋର୍ଟ  ସାମ୍ନାକୁ ଆସିବ, ଆମେରିକା ଅର୍ଥାତ ଦୁନିଆର ଅଙ୍କଲ ସ୍ୟାମ ଙ୍କର ପ୍ରାଚୁର୍ଯ୍ୟ ର କାହାଣୀ କିଛି ନୂଆ ନୁହେଁ, ଆଜକୁ ପ୍ରାୟ ଗୋଟିଏ ଶତାବ୍ଦୀ ପୂର୍ବରୁ ଅର୍ଥାତ ୧୯୨୮ ରେ ଆମେରିକାର ସେ ସମୟ ରାଷ୍ଟ୍ରପତି ହାବର୍ଟ ହୂବର ଘୋଷଣା କରିଥିଲେ କି ଆଜି ଆମେ ଆମେରିକା ଇତିହାସରେ ପ୍ରଥମ ଥର ପାଇଁ ଗରିବୀ ଉପରେ ବିଜୟ ପାଇବାର ଶେଷ ପର୍ଯ୍ୟାୟ ରେ ଅଛୁ ‘ , ଅନେକ ଆମେରିକୀୟ ନାଗରିକ ତାଙ୍କ ସହିତ ସହମତ ଥିଲେ, ବେରୋଜଗାରୀ ଦର ମାତ୍ର ୪ ପ୍ରତିଶତ ଥିଲା, ଅର୍ଥାତ ୧୦୦ ରୁ ୯୬ ପ୍ରତିଶତ ଲୋକେ ରୋଜଗାର କ୍ଷମ ହୋଇସାରିଥିଲେ l

ଜେଜ ମ୍ୟୁଜିକ ର ଚଳନ ଥିଲା, ରେଡ଼ିଓ ଖୁବ ବିକ୍ରି ହେଉଥିଲା, ବିଜୁଳୀ ଓ ଟେଲିଫୋନ ତାର ଦ୍ରୁତ ଗତିରେ ଟଣା ହେଉଥିଲା, କ୍ରେଡିଟ ରେ ସପିଙ୍ଗ ସୁବିଧା ଥିଲା, ଚାରିଚକିଆ ଏତେ ଶସ୍ତା ହୋଇଯାଇଥିଲା ମଧ୍ୟବିତ୍ତ ଶ୍ରେଣୀ ମଧ୍ୟ ସହଜ ରେ କିଣିପାରିବେ l ଫ୍ଲୋରିଡ଼ା ଓ ଭଳି ସହରରେ ଦ୍ରୁତ ଗତିରେ ଘର ବିକ୍ରୀ ଚାଲିଥିଲା, ସେୟାର ରେ ନିବେଶ ପାଇଁ ସମସ୍ତେ ଲାଳାୟିତ ଥିଲେ, ଯାହା ପାଖରେ ମଧ୍ୟ ପଇସା ନଥିଲା ସେ ମଧ୍ୟ ବ୍ୟାଙ୍କ ରୁ ଲୋନ ନେଇ ସେୟାର ମାର୍କେଟ ରେ ଲଗାଉଥିଲା l

ହଠାତ ଏହାର ମାତ୍ର ଗୋଟିଏ ବର୍ଷ ପରେ ନ୍ୟୁୟର୍କ ସେୟାର ବାଜାର ଭାଙ୍ଗିଗଲା, ସେୟାର ମାର୍କେଟ ବନ୍ଦ ହୋଇଗଲା, ବ୍ୟାଙ୍କ ସବୁ ବର୍ବାଦ ହୋଇଗଲା, କୋଟିପତି ବୁଡି ଗଲେ, ଆଉ ସାଧାରଣ ନାଗରିକ ନିଜର ସମ୍ପୂର୍ଣ ପୁଞ୍ଜି କୁ ଧୂଳିସାତ କରିଦେଲେ l  ଲୋକେ ଚାକିରୀ ହରାଇ ବେକାର ହେଲେ, ଏବଂ ଏହାପରେ ପ୍ରତ୍ୟେକ ୪ ଆମେରିକୀୟ ଙ୍କ ମଧ୍ୟରୁ ଜଣେ ବେକାର ଥିଲା l ଏହାପରେ ଆର୍ଥିକ ସଙ୍କଟ ଆମେରିକା ରୁ ଆଗକୁ ଯାଇ ସାରା ଦୁନିଆରେ ବ୍ୟାପିଗଲା l ଯାହାକୁ ସାରା ବିଶ୍ୱ ଗ୍ରେଟ ଡିପ୍ରେସନ ନାମରେ ଜାଣିଥିଲା l

ଏବଂ ଏହିଦିନ ଥିଲା ମଙ୍ଗଳବାର ଅକ୍ଟୋବର ୨୯ ତାରିଖ ୧୯୨୯ , ଏହିଦିନ ଟି ବ୍ଲାକ ଟିୟୁଜ ଡେ ବା କଳା ମଙ୍ଗଳବାର ଭାବରେ ପରିଚିତ ହୋଇଥିଲା l ଏହି ସମ୍ପୂର୍ଣ ଘଟଣା ଗୋଟିଏ ସପ୍ତାହ ପୂର୍ବରୁ ଅକ୍ଟୋବର ୨୪ ରୁ ଆରମ୍ଭ ହୋଇଯାଇଥିଲା, କିଛି ବଡ଼ ବଡ଼ ବ୍ୟବସାୟୀ ସେୟାର କିଣି ଲୋକଙ୍କୁ କହିବାରେ ଲାଗିଲେ କି କିଛିବି ଅସୁବିଧା ନାହିଁ , କିନ୍ତୁ ଅଚାନକ ୨୯ ଅକ୍ଟୋବର ମଙ୍ଗଳବାର ଦିନ ସେୟାର ମାର୍କେଟ ସମ୍ପୂର୍ଣ କ୍ରାସ କରିଗଲା l

ଏହାପରେ ଆମେରିକାରେ ବ୍ୟାଙ୍କ ଗୁଡିକ ଧରାଶାୟୀ ହୋଇଗଲେ, ସମ୍ପୂର୍ଣ ବିଶ୍ୱ ଆର୍ଥିକ ସଙ୍କଟ ଦେଇ ଗତି କଲା, ଲୋକଙ୍କ ଆୟ ହ୍ରାସ ହେଲା ବେରୋଜଗାରୀ ବୃଦ୍ଧି ହେଲା, ଯାହା ସାରା ବିଶ୍ୱର ଅର୍ଥ ବ୍ୟବସ୍ଥାର ମାନଦଣ୍ଡ କୁ ଭାଙ୍ଗି ଦେଇଥିଲା l

Leave A Reply