Odisha news

ରାସନ ଦୋକାନ ଆପଣଙ୍କ ଘର ନିକଟରେ ଅଛି କି ?”ମେରା ରାସନ ଆପ” ରୁ ଜାଣନ୍ତୁ ,୫ ଲକ୍ଷ ଲୋକ ଏହାର ଉପଯୋଗ କରୁଛନ୍ତି

0

ନୂଆଦିଲ୍ଲୀ :ନୂଆ ସହରରେ ସଉଦା ଦୋକାନ ଆପଣଙ୍କ ଘର ନିକଟରେ ଅଛି ,ଆପଣ ପୂର୍ବରୁ କେତେ ସଉଦା ନେଇଛନ୍ତି ଓ ଯଦି ଆପଣଙ୍କର କିଛି ଅସୁବିଧା ଦେଖା ଯାଉଛି ତେବେ ଆପଣ ଘରେ ବସି ପଞ୍ଜିକରଣ କରି ପାରିବେ l ଏହା ଭାରତ ସରକାରଙ୍କ ଦ୍ୱାରା ଗତ ମାସରେ “ମୋର ରାସନ “ମୋବାଇଲ ଆପ ଲଞ୍ଚ କରାଯାଇଛି l ଅପ୍ରେଲ ୧୨ ତାରିଖ ପର୍ଯ୍ୟନ୍ତ ,ପାଖାପାଖି ୫ ଲକ୍ଷ ଲୋକ ଏହି ଆପକୁ ଲୋଡ଼ କରିଛନ୍ତି ଓ ଏହାର ସୁବିଧାର ଲାଭ ଉଠାଉଛନ୍ତି l

ଭାରତ ସରକାର ରାସନ କାର୍ଡ ଧାରକ ମାନଙ୍କ ପାଇଁ ମୋର ରାସନ ନାମରେ ମୋବାଇଲ ଆପ ଲଞ୍ଚ କରିଛନ୍ତି ,ଯାହାଦ୍ୱାରା କାର୍ଡ ଧାରକ ମାନେ ରାସନ କାର୍ଡ ସହିତ ରାସନ କାର୍ଡ ନିଜର ସ୍ଥିତି ,ଧାରକ ମାନଙ୍କ ପାଇଁ ନିଜର ଉପଲବ୍ଧ ସୁବିଧା ବିଷୟରେ ସମସ୍ତ ତଥ୍ୟ ମିଳୁଛି l “ମେରା ରାସନ ମୋବାଇଲ “କୁ ଆଣ୍ଡ୍ରୋଏଡ ଫୋନ ପାଇଁ ଲଞ୍ଚ କରାଯାଇଛି l ଉପୋଭୋଗକର୍ତ୍ତା ଏହାକୁ ଗୁଗୁଲ ପ୍ଲେ ଷ୍ଟୋରରୁ ଡାଉନଲୋଡ଼ କରି ପାରିବେ l ଅପ୍ରେଲ ୧୨ ତାରିଖ ମଧ୍ୟରେ ,ଦେଶ ସାରା ୫ ଲକ୍ଷ କାର୍ଡ ଧାରକ ଏହି ମୋବାଇଲ ଆପକୁ ଲୋଡ଼ କରିଛନ୍ତି l

ଏହି ମୋବାଇଲ ଆପ ପ୍ରବାସୀ ମାନଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ଅଟେ l ନୂଆ ସହରରେ କାର୍ଡ ଧାରକଙ୍କ ନିକଟରେ କେଉଁ ରାସନ ଦୋକାନ ରହିଛି ,ମାନଚିତ୍ର ଜରିଆରେ ସେହି ଦୋକାନରେ ସୁବିଧାରେ ପହଞ୍ଚି ଯିବେ l ଏହା ସହିତ ଖାଦ୍ୟ ପଦାର୍ଥ ବିଷୟରେ ମଧ୍ୟ ତଥ୍ୟ ପାଇପାରିବେ l ଏହି ଆପ ହିନ୍ଦୀ ଓ ଇଂରାଜୀ ଭାଷାରେ ଉପଲବ୍ଧ ଅଟେ l ଆପଣ ଏହି ଆପ ଜରିଆରେ ନିଜର ପ୍ରତିକ୍ରିୟା ଦେବା ସହିତ ରାସନକୁ ନେଇ ମତ ମଧ୍ୟ ଦେଇପାରିବେ l ଯାହାକୁ ସାର୍ବଜନିକ ମନ୍ତ୍ରଣାଳୟ ଦ୍ୱାରା ଧ୍ୟାନ ରଖାଯିବ l ଦେଶରେ ୬୯ କୋଟି ଲୋକ ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ନିୟମ ଅନୁସାରେ ଏନ ଏଫ ଏସ ଏ ର ଲାଭ ଉଠାଇ ପାରିବେ l ଗୋଟିଏ ଦେଶ ଗୋଟିଏ ରାସନ କାର୍ଡ ଅଧିନିୟମ ଅନୁସାରେ ,”ମେରା ରାସନ ମୋବାଇଲ ଆପ “ଲଞ୍ଚ କରାଯାଇଛି ,ଯାହା କାର୍ଡ ଧାରକ ମାନଙ୍କ ପାଇଁ ଲାଭଦାୟକ ହେବ l

Ad2
Leave A Reply