ବାରିପଦା : ଭାରତୀୟ ପାଣିପାଗ ବିଭାଗ ଆଇଏମଡି ସତର୍କ ସୂଚନା ଅନୁଯାୟୀ ବଙ୍ଗୋପସାଗରରେ ସୃଷ୍ଟି ସାମୁଦ୍ରିକ ଘୂର୍ଣ୍ଣିଝଡ ଆମ୍ଫାନ ବାତ୍ୟା ପ୍ରଭାବ ମୁକାବିଲା ପାଇଁ ଓଡିଶାର ଉପକୂଳବର୍ତୀ ତଥା ଅନ୍ୟାନ୍ୟ ଜିଲ୍ଲା ମାନଙ୍କରେ ପ୍ରଭାବ ଆଶଙ୍କାକୁ ଦୃଷ୍ଟିରେ ରଖି ରାଜ୍ୟସରକାରଙ୍କ ପକ୍ଷରୁ ଭିଡିଓ କନଫରନ୍ସିଂ ଜରିଆରେ ଜିଲ୍ଲାପ୍ରଶାସନକୁ ସତର୍କତା ଅବଲମ୍ବନ ପୂର୍ବକ ପ୍ରସ୍ତୁତି ରହିବା ପାଇଁ ନିଦେ୍ର୍ଦଶ ଦିଆଯାଇଅଛି । ସୃଷ୍ଟ ସାମୁଦ୍ରିକ ଘୂର୍ଣ୍ଣିଝଡ ଆମ୍ଫାନ ପ୍ରଭାବରେ ଓଡିଶାର ଉପକୂଳବର୍ତ୍ତୀ ଜିଲ୍ଲା ସମେତ ଅନ୍ୟାନ୍ୟ ଜିଲ୍ଲା ସେମତ ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ମଇ ୧୯ରୁ ୨୦ ତାରିଖ ପର୍ଯ୍ୟନ୍ତ ପ୍ରବଳ ବେଗରେ ଝଡବାତ୍ୟା ପବନ ବହିବା ସହ ବର୍ଷା ହେବାର ଆଶଙ୍କା ରହିଛି ।
ଏହାକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲ୍ଲାପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭିଡିଓକନଫରନ୍ସିଂ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକରେ ଜିଲ୍ଲାର ସମସ୍ତ ଉପ-ଜିଲ୍ଲାପାଳ, ତହସିଲଦାର, ବିଡିଓ, ସିଡିଏମଓ, ଜଳ ଭଣ୍ଡାର ନିର୍ବାହୀ ଯନ୍ତ୍ରୀ ଏବଂ ସମ୍ପୃକ୍ତ ଲାଇନ୍ ବିଭାଗ ପଦାଧିକାରୀମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମ୍ଭାବ୍ୟ ବାତ୍ୟା ଅମ୍ଫାନ ମୁକାବିଲା ପାଇଁ ଜରୁରୀକାଳୀନ ବିହିତ ପଦକ୍ଷେପ ସ୍ୱରୁପ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିଦେ୍ର୍ଦଶ ଦେବା ସହ ଜିଲ୍ଲାର ସର୍ବସାଧାରଣ ଏଥିପ୍ରତି ସତର୍କତା ଅବଲମ୍ବନ ପୂର୍ବକ ସଜାଗ ରହିବା ପାଇଁ ପରାମର୍ଶ ଦିଆଯାଇ ଅଛି ।
ଜିଲ୍ଲାର ବିଶେଷକରି ନଦୀ ଉପକୂଳବର୍ତ୍ତୀ ବ୍ଲକ ଅଂଚଳ ସମେତ ଅନ୍ୟାନ୍ୟ ସମସ୍ତ ବ୍ଲକ୍ର ତଳିଆ ଅଂଚଳ ଏବଂ ଝାଟିମାଟି ଚାଳ ଛପର, ପ·ଘର, ବସ୍ତି ଅଂଚଳ ଲୋକମାନଙ୍କୁ ଚିହ୍ନଟ କରାଯାଇ ଆବଶ୍ୟକ ପଡିଲେ ନିରାପଦ ସ୍ଥାନକୁ ସ୍ଥାନାନ୍ତରଣ କରାଯିବା ଓ ଏଥିପାଇଁ ସମସ୍ତ ବ୍ଲକ, ସହରାଞ୍ଚଳରେ ଥିବା ବହୁମୁଖୀ ଆଶ୍ରୟ କେନ୍ଦ୍ର ଗୃହବିଦ୍ୟାଳୟ ଗୃହମାନଙ୍କରେ ପାନୀୟ ଜଳ, ଆଲୋକ ବ୍ୟବସ୍ଥା, ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା, ଅତ୍ୟାବଶ୍ୟକୀୟ ପିଡିଏସ୍ ସାମଗ୍ରୀ ଆଦି ସମସ୍ତ ଆନୁସଙ୍ଗିକ ସୁବିଧା ବ୍ୟବସ୍ଥା ପ୍ରସ୍ତୁତି ରଖିବା ପାଇଁ ସଂପୃକ୍ତ ବିଭାଗ ଅଧିକାରୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଯୁଦ୍ଧକାଳିନ ଭିତ୍ତିରେ ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁରୁତ୍ୱାରୋପ କରାଯାଇଛି ।
ଏଥିସହିତ ଅଗ୍ନିସମ ବାହିନୀ, ଓଡ୍ରାଫ୍, ଏନ୍ଡିଆରଏଫ୍ ଟିମ୍, ଭ୍ରାମ୍ୟମାଣ ଆମ୍ବୁଲାନସ୍ ସ୍ଥାସ୍ଥ୍ୟ ସେବା ଟିମ୍କୁ ମଧ୍ୟ ତ୍ୱରିତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯିବା ଦିଗରେ ଆବଶ୍ୟକୀୟ ଜୀବନ ରକ୍ଷାକାରୀ ସରଞ୍ଜାମ, ଉପକରଣ ସହ ପ୍ରସ୍ତୁତି ରହିବାକୁ ନିଦେ୍ର୍ଦଶ ଦିଆଯାଇଛି । ଆମ୍ଫାନ ପ୍ରଭାବିତ ଝଡବାତ୍ୟା ବର୍ଷା ସମୟରେ କରୁରୀକାଳୀନ ସୂଚନା ପ୍ରଦାନ ପାଇଁ ଜିଲ୍ଲା ଜରୁରୀ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ (କଣ୍ଟ୍ରୋଲ ରୁମ) ଖୋଲାଯାଇ ୧୭ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ କରାଯାଇଛି ।
ଏହାର ଫୋନ୍ ନମ୍ବର ୧୬୭୯୨-୨୫୨୯୪୧ / ୨୫୨୭୫୯(ଲ୍ୟାଣ୍ଡ ଲାଇନ) ଓ ୧୦୭୭ ଟୋଲ ଫ୍ରି ନମ୍ବର ଯୋଗାଯୋଗ କରି ଜରୁରୀ ଖବର ଜଣାଇ ପାରିବେ । ଝଡବାତ୍ୟା ସମୟରେ ବିଦୁତ୍ୟ ସରବରାହ ଦିଗ ପ୍ରତି ଦୃଷ୍ଟି ଦେଇ ବିହୀତ ପଦକ୍ଷେପ ଗ୍ରହଣ କରିବାକୁ ନେସ୍କୋ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ନିଦେ୍ର୍ଦଶ ଦିଆଯାଇଛି । ସର୍ବପରି ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ତରଫରୁ ସମ୍ଭାବ୍ୟ ଆମ୍ଫାନ ବାତ୍ୟାର ମୁକାବିଲା ପାଇଁ ଜିଲ୍ଲା ଆରକ୍ଷୀ ବିଭାଗ, ରାଜସ୍ୱବିଭାଗ, ପଞ୍ଚାୟତରାଜ ବିଭାଗର ବରିଷ୍ଠ ପ୍ରଶାସନିକ ପଦାଧିକାରୀ ପ୍ରମୁଖଙ୍କ ସମେତ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ବିଭାଗ, ଜିଲ୍ଲା ଜରୁରୀ ବିଭାଗ, ଉପଖଣ୍ଡ/ତହସିଲ, ବ୍ଲକ ପ୍ରଶାସନିକ ବିଭାଗ ସଂପୃକ୍ତ ଲାଇନ ବିଭାଗ ଅଧିକାରୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ ପରି·ଳନା କରିବାପାଇଁ ଗୁରୁତ୍ୱାରୋପ କରାଯାଇଥିବା ବେଳେ ଜିଲ୍ଲାର ସର୍ବସାଧାରଣ ଏଥିପ୍ରତି ସଜାଗ ରହିବା ପାଇଁ ପରାମର୍ଶ ଦିଆଯାଇଛି ।