Odisha news

ମୟୂରଭଞ୍ଜ ଜିଲ୍ଲାରେ କୋଭିଡ୍ ଚିକତ୍ସା ସେବା ପାଇଁ ୨୪ଟି ସ୍ୱତନ୍ତ୍ର କୋଭିଡ୍ କେୟାର ସେଣ୍ଟର ବ୍ୟବସ୍ଥା

0

ବାରିପଦା : ମୟୂରଭଞ୍ଜ ଜିଲ୍ଲାପ୍ରସାଶନ ତତ୍ୱାବଧାନରେ କୋଭିଡ୍ସେ ଚିକତ୍ସା ବା ଯୋଗାଇ ଦେବା ପାଇଁ ଜିଲ୍ଲାର ସମସ୍ତ ଉପଖଣ୍ଡ ଅନ୍ତର୍ଗତ ସହରାଞ୍ଚଳ ବ୍ଲକ ବିଭିନ୍ନ ବିଦ୍ୟାଳୟରେ ସ୍ୱତନ୍ତ୍ର ୨୪ଗୋଟି କୋଭିଡ୍ କେୟାର ସେଣ୍ଟରରେ ମୋଟ୍ ୧୩୧୬ ଗୋଟି ବେଡର ବ୍ୟବସ୍ଥା କରାଯାଇଅଛି । ସେଗୁଡିକ ହେଲା ଉଦଳା ଉପଖଣ୍ଡର କପ୍ତିପଦା ଠାରେ ୫୦ ବେଡ୍, ଗୋପବନ୍ଧୁନଗର ୫୦ ବେଡ୍, ଉଦଳା ଆଞ୍ଚଳିକ ବିଜ୍ଞାପନ ପରିଷଦ ଓ ବ୍ଲକରେ ୧୦୦ ବେଡ, ଖୁଣ୍ଟା ଠାରେ ୫୦ ବେଡ୍ ଓ କରଞ୍ଜିଆ ଉପଖଣ୍ଡର କରଞ୍ଜିଆର ତାଟୋ ଠାରେ ୫୦ ବେଡ୍, ଠାକୁରମୁଣ୍ଡା ଠାରେ ୩୮ ବେଡ୍, ଯଶିପୁର ଠାରେ ୩୬ ବେଡ୍ ଓ ଶୁକୃଳି ଠାରେ ୪୦ ବେଡ୍ର ବ୍ୟବସ୍ଥା କରାଯାଇଅଛି ।

ସେହିପରି ରାଇରଙ୍ଗପୁର ଉପଖଣ୍ଡ କୁସୁମି ଠାରେ ୫୦ ବେଡ୍ , ବିଜାତଳା ୬୦ ବେଡ୍, ଜାମଦା ବ୍ଲକ ଠାରେ ୮୦ ବେଡ୍, ବହଳଦା ବ୍ଲକ ଠାରେ ୫୦ ବେଡ୍ , ରାଇରଙ୍ଗପୁର ବ୍ଲକ ଠାରେ ୫୦ ବେଡ୍, ବିଶୋଇ ବ୍ଲକ ଠାରେ ୫୦ ବେଡ୍, ତିରିଂ ବ୍ଲକରେ ୫୦ ବେଡ୍ ଓ ରାଇରଙ୍ଗପୁର ପୌରପରିଷଦରେ ୧୧୬ ବେଡ୍ର ବ୍ୟବସ୍ଥା କରାଯାଇଥିବାବେଳେ ବାରିପଦା ଉପଖଣ୍ଡରେ ଥିବା ରାସଗୋବିନ୍ଦପୁର ବ୍ଲକ ଠାରେ ୫୦ ବେଡ୍, କୁଳିଅଣା ବ୍ଲକ ଠାରେ ୪୦ ବେଡ୍, ବାରିପଦା ବ୍ଲକରେ ୫୦ ବେଡ୍, ବାଙ୍ଗିରିପୋଷି ବ୍ଲକ ୪୦ ବେଡ୍, ଶୁଳିଆପଦା ବ୍ଲକରେ ୪୦ ବେଡ, ମୋରାଡା ବ୍ଲକରେ ୪୦ ବେଡ, ବଡସାହି ବ୍ଲକରେ ୪୦ ବେଡ୍ ଓ ବାରିପଦା ପୌରପରିଷଦ ଅଞ୍ଚଳରେ ୧୦୦ ବେଡ୍ (ଶଯ୍ୟା) ବିଶିଷ୍ଟ ସତନ୍ତ୍ର କୋଭିଡ୍ କେୟାର ସେଣ୍ଟର ସୁବିଧା କରାଯାଇଅଛି । ଏହିପରି ସମଗ୍ର ମୟୂରଭଞ୍ଜ ଜିଲ୍ଲାରେ ୨୪ଟି ସ୍ୱତନ୍ତ୍ର କୋଭିଡ୍ କେୟାର କେନ୍ଦ୍ରରେ ମୋଟ୍ ୧୩୧୬ ଗୋଟି ବେଡ୍ (ଶର୍ଯ୍ୟା)ର ବ୍ୟବସ୍ଥା କରାଯାଇଅଛି ।

Leave A Reply