Odisha news

୨୦ରୁ ଆରମ୍ଭ ହେବ ମାଟ୍ରିକ୍‌ ଖାତାଦେଖା : ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା

0

ଭୁବନେଶ୍ୱର: ମେ’ ୨୦ରୁ ଆରମ୍ଭ ହେବ ମାଟ୍ରିକ୍‌ ଖାତାଦେଖା। ଏନେଇ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି।୬୦ଟି କ୍ରେନ୍ଦ୍ରରେ ପରୀକ୍ଷା ଖାତା ଦେଖାଯିବ। ମେ’୧୯ ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ଯୋଗଦେବେ ମୂଲ୍ୟାୟନକାରୀ। ମନ୍ତ୍ରୀ ସମୀର ଦାଶଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି। ସାମାଜିକ ଦୂରତା ରକ୍ଷା କରି ଖାତା ମୂଲ୍ୟାୟନ କରିବା ଉପରେ ପ୍ରାଧାନ୍ୟ ଦିଆଯାଇଛି। ଏହାସହ ଏଥିରେ ନିୟୋଜିତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଯେମିତି କରୋନା ସଂକ୍ରମଣରୁ ରକ୍ଷା କରାଯିବ, ତାହା ଉପରେ ବିଶେଷ ଭାବେ ଆଲୋଚନା ହୋଇଛି।

ମୂଲ୍ୟାୟନ କେନ୍ଦ୍ରରେ କୋଭିଡ୍ ଗାଇଡ୍‌ଲାଇନ୍‌ ଅନୁପାଳନ ହେବାସହ ଖାତାଦେଖାରେ ନିୟୋଜିତ ମୂଲ୍ୟାୟନକାରୀଙ୍କୁ ପ୍ରୋତ୍ସାହନ ରାଶି ମିଳିବ। ତେବେ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ରେ ମୂଲ୍ୟାୟନ ହେବ ନା ନାହିଁ ସେନେଇ ବୋର୍ଡ କର୍ତ୍ତୃପକ୍ଷ ଜିଲ୍ଲା ପ୍ରଶାସନଙ୍କ ସହ କଥା ହୋଇ ଚୂଡ଼ାନ୍ତ ନିଷ୍ପତ୍ତି ନେବେ।
ଜୁଲାଇ ଶେଷ ବେଳକୁ ରେଜଲ୍ଟ ପ୍ରକାଶ ପାଇବ ବୋଲି ଜଣାପଡ଼ିଛି।

ଫେବୃଆରୀ ୧୯ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨ରେ ଶେଷ ହୋଇଥିଲା। ମାର୍ଚ୍ଚ ୧୮ରୁ ଖାତା ଦେଖା ମଧ୍ୟ ଆରମ୍ଭ ହୋଇଥିଲା। ହେଲେ କରୋନା ପାଇଁ ମାତ୍ର ଦୁଇ ଦିନ ପରେ ଏହାକୁ ସ୍ଥଗିତ ରଖିଥିଲେ ସରକାର। ଚଳିତ ବର୍ଷ ସାଢ଼େ ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ମାଟ୍ରିକ୍‌ ପରୀକ୍ଷା ଦେଇଛନ୍ତି।

Leave A Reply