Odisha news

କିମ୍ ଜଙ୍ଗ୍-ଉନ୍‌ଙ୍କ ପୁଟିନ୍‌ଙ୍କ ପାଖକୁ ଚିଠି

0

ସିଓଲ୍: ଦ୍ବିତୀୟ ବିଶ୍ବଯୁଦ୍ଧରେ ମିତ୍ରରାଷ୍ଟ୍ରଙ୍କ ବିଜୟର ୭୫ତମ ବାର୍ଷିକୀ ଅବସରରେ ରୁଷ୍‌ର ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ଙ୍କୁ ଅଭିନନ୍ଦନ ଜଣାଇ କିମ୍ ଜଙ୍ଗ୍-ଉନ୍ ଚିଠି ପଠାଇଥିବା କଥା ଉତ୍ତର କୋରିଆ କହିଛି। ଏହାଛଡ଼ା ସେ କରୋନାଭାଇରସ୍ ସଂଗ୍ରାମରେ ରୁଷ୍ର ସଫଳତା ମଧ୍ୟ କାମନା କରିଛନ୍ତି।

ଏହା ପୂର୍ବରୁ ମଧ୍ୟ ପିୟୋଙ୍ଗ୍ୟାଙ୍ଗ୍‌ର ରାଷ୍ଟ୍ରାୟତ ସମ୍ବାଦ ସରବରାହ ସଂସ୍ଥାନ ‘କୋରିଆନ୍ ସେଣ୍ଟ୍ରାଲ୍ ନିଉଜ୍ ଏଜେନ୍ସି’ କହିଥିଲା ଯେ ଚୀନ୍ କରୋନାଭାଇରସ୍ ମହାମାରୀକୁ ନିୟନ୍ତ୍ରଣ କରିଥିବାରୁ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ଙ୍କୁ ଅଭିନନ୍ଦନ ଜଣାଇ କିମ୍ ଏକ ପତ୍ର ଲେଖିଥିଲେ।

‘କୋରିଆନ୍ ସେଣ୍ଟ୍ରାଲ୍ ନିଉଜ୍ ଏଜେନ୍ସି’ କହିଛି‌, କିମ୍‌ ଲେଖିଛନ୍ତି- ଯୁଦ୍ଧରେ ମହାନ୍ ବିଜୟର ପରମ୍ପରାକୁ ଆଗେଇ ନେଇ ଶକ୍ତିଶାଳୀ ରୁଷ୍ ନିର୍ମାଣ ଓ ଅଭିନବ କରୋନାଭାଇରସ୍ ସଂକ୍ରମଣ ବିସ୍ତାର ପ୍ରତିରୋଧ ସଂଗ୍ରାମ ପାଇଁ ରୁଷ୍‌ର ରାଷ୍ଟ୍ରପତି ଓ ରୁଷ୍‌ବାସୀଙ୍କୁ ଅଭିନନ୍ଦନ।

 

 

Govt
Leave A Reply