Odisha news

ଅଜିତ ଯୋଗୀ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ହୃଦ୍‌ଘାତରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି

0

ରାୟପୁର: ହୃଦ୍‌ଘାତରେ ଆକ୍ରାନ୍ତ ହେବା ଯୋଗୁଁ ଆଜି ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କୁ ନରୈନା ହସ୍‌ପିଟାଲ୍‌କୁ ନିଆଯାଇଥିବା କଥା ତାଙ୍କ ପୁଅ ଅମିତ ଯୋଗୀ କହିଛନ୍ତି। ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା କଥା ଅମିତ କହିଛନ୍ତି। ୭୪ ବର୍ଷୟ ‌ଅଜିତ ଘର ବଗିଚାରେ ପଡ଼ିଯାଇଥିଲେ।

ଚିକିତ୍ସା ଫଳପ୍ରଦ ହେଉଥିବା କଥା ଡାକ୍ତରମାନେ କହୁଛନ୍ତି। ମେଡିକାଲ୍ ବୁଲେଟିନ୍ ଅନୁସାରେ, ସେ ଅପରାହ୍ଣ ୧୨: ୩୦ରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତାଙ୍କର ଶ୍ବାସକ୍ରିୟା ଧାରା ଅନିୟମିତ ଭାବେ ଚାଲୁଥିବାରୁ ତାଙ୍କୁ ‌ଭେଣ୍ଟିଲେଟର୍‌ରେ ରଖାଯାଇଛି।

Leave A Reply