Odisha news

ସଡକ ଦୃର୍ଘଟଣାରେ୨ ମୃତ ଓ ୧ଗୁରୁତର,ଥାନା ଅଧିକାରୀଙ୍କ ମାନବିକତାକୁ ପ୍ରଶଂସା

0

ମାର୍ଶାଘାଇ ୦୩/୦୨ ଚଣ୍ଡିଖୋଲ-ପାରାଦୀପ ୫ ନଂ(କ)ଜାତୀୟ ରାଜପଥର ମାର୍ଶାଘାଇ ଥାନା ଅନ୍ତର୍ଗତ ଟିକରପଙ୍ଗା ଛକ ନିକଟରେ ଘଟିଛି ଏକ ମର୍ମନ୍ତୁତ ସଡକ ଦୃର୍ଘଟଣା । ସୋମବାର ମଧ୍ୟାହ୍ନ ପ୍ରାୟ ୧୨.୪୫ ମିନିଟ୍ ସମୟରେ ଏକ ଆଇରନ ଟ୍ରକ୍ ଗୋଟିଏ ବାଇକୁ ପଛ ପଟୁ ଧକ୍କା ଦେବା ଫଳରେ ୨ ଜଣଙ୍କର ମୃତୁ୍ୟ ଘଟିଥିବା ବେଳେ ୧ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ରାଜେନ୍ଦ୍ର ଜେନାଙ୍କ ମୃତୁ୍ୟ ହୋଇଥିବା ବେଳେ ତାଙ୍କ ଭାଣିଜି ଶୁଭଲକ୍ଷ୍ମୀ ଚିକିତ୍ସାଧିନ ଅବସ୍ଥାରେ କଟକରେ ମୃତ୍ୟୁ ହୋଇଥିବା ବୋଲି ପୋଲିସ ସୁତ୍ରରୁ ସୂଚନା ମିଳିଛି । ଜାତିୟ ରାଜପଥରେ ଦୃର୍ଘର୍ଟଣା ଘଟିବା ପରେ ମାର୍ଶାଘାଇ ଥାନା ଅଧିକାରୀ କାଳନ୍ଦି ବେହେରା ଆହତ ମାନଙ୍କୁ ଉଦ୍ଧାର କରିବା ଓ ସେମାନଙ୍କୁ ନିଜେ ଯେପରି ଷ୍ଟ୍ରେଚରରେ ନେଇ ି ଚିକିତ୍ସା ବ୍ୟବସ୍ଥା କରାଇ ି ମାନବିକତାର ପରିଚୟ ଦେଇଛନ୍ତି ତାହାକୁ ବିଭିନ୍ନ ମହଳରେ ପ୍ରଶଂସା କରାଯାଉଛି । ସୂଚନା ଅନୁଯାଇ,ମହାକାଳପଡା ବ୍ଲକ ବିଜୟନଗର ଗ୍ରାମର ସାହାବାଜପୁର ଗ୍ରାମର ରାଜେନ୍ଦ୍ର ଜେନା (୨୭)ତାଙ୍କ ଭଉଣୀ ଗାୟତ୍ରୀ ମହାପାତ୍ର(୨୩) ଓ ୨ ବର୍ଷର ଭାଣୀଜି ଶୁଭଲକ୍ଷ୍ମୀ ଏକ ବାଇକ୍ ରେ ପାରାଦୀପ ନୂଆଗଡକୁ ଯାଉଥିଲେ । ଟିକରପଙ୍ଗା ଛକ ନିକଟରେ ଏକ ଲୁହାପଥର ବୋଝେଇ ଦଶ ଚକିଆ ଟ୍ରକ୍ ନଂ ଓଆର ୦୪ ଏଚ୍ ୬୫୪୯ ପଛପଟରୁ ଧକ୍କା ଦେଇଥିଲା । ଫଳରେ ଉଭୟ ବାଇକରୁ ଛିଟିକି ତଳେ ପଡିଯାଇଥିଲେ । ଘଟଣା ସ୍ଥଳରେ ରାଜେନ୍ଦ୍ର ଜେନାଙ୍କର ମୃତୁ୍ୟ ଘଟିଥିଲା । ଗୁରୁତର ଆହତ ଭଉଣୀ ଗାୟତ୍ରୀ ଓ ଭାଣୀଜି ଶୁଭଲକ୍ଷ୍ମୀଙ୍କୁ ପାରାଦୀପ ଅଠରବାଙ୍କୀ ସ୍ଥିତ ବିଜୁ ମେମୋରିଆଲ ଡାକ୍ତର ଖାନାକୁ ପଠା ଯାଇଥିଲା । ଉଭୟଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡ଼ିଛି । ତେବେ ଦୁର୍ଘଟଣା ସ୍ଥଳରେ ଶତାଧିକ ଲୋକେ ଥିଲେ ମଧ୍ୟ କେହି ରାସ୍ତାରେ ପଡିଥିବା ରାଜେନ୍ଦ୍ରଙ୍କୁ ୧୦୮ ଆମ୍ବୁଲାନ୍ସରେ ଡାକ୍ତରଖାନାକୁ ପଠାଇ ବାକୁ ଆଗକୁ ଆସିନଥିଲେ । ବରଂ ନିଜ ନିଜ ମୋବାଇଲ୍ ରେ ଘଟଣା ସ୍ଥଳର ଚିତ୍ର ଉତୋଳନ କରିବାରେ ବ୍ୟସ୍ତ ରହିଥିଲେ । ଥାନା ଅଧିକାରୀ କାଳନ୍ଦୀ ବେହେରା ଓ ଥାନାର ଏସ୍ଆଇ ଦେବାଶିଷ ପଣ୍ଡା ମୃତ ରାଜେନ୍ଦ୍ରଙ୍କୁ ଷ୍ଟେଚରରେ ବୋହି ନେଇ ଆମ୍ବୁଲାନ୍ସରେ କେନ୍ଦ୍ରାପଡା ଡାକ୍ତରଖାନାକୁ ପଠାଇଥିଲେ । ଏଥିପାଇିଁ ବହୁଲୋକେ ଦୁଇ ପୁଲିସ ଅଧିକାରୀଙ୍କୁ ପ୍ରଶଂସା ମଧ୍ୟ କରୁଥିବା ଦେଖିବାକୁ ମିଳିଛି । ତେବେ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ ହୋଇଥିବା ଦୁଇ ଗୁରୁତରଙ୍କ ମଧ୍ୟରୁ ମୃତ ରାଜେନ୍ଦ୍ରଙ୍କ ଭାଣୀଜି ଶୁଭଲକ୍ଷ୍ମୀ ମୃତୁ୍ୟ ବରଣ କରିଥିବା ପରିବାର ଲୋକଙ୍କ ପକ୍ଷରୁ ସୂଚନା ମିଳିଛି । ଭଉଣୀ ଗାୟତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି । ଜିଲ୍ଲା ରେଡକ୍ରସ୍ ପାଣ୍ଠିରୁ ମୃତ ରାଜେନ୍ଦ୍ରଙ୍କ ପରିବାରକୁ ୧୦ ହଜାରଟଙ୍କାର ସହାୟତା ମିଳିଥିବା ଜଣାପଡିଛି । ଟ୍ରକ୍ ଡ଼୍ରାଇଭର ଘଟଣା ସ୍ଥଳରୁ ଫେରାର ଥିବା ପୋଲିସ ସୁତ୍ରରୁ ପ୍ରକାଶ । ଏନେଇ ମାର୍ଶାଘାଇ ଥାନା କେଶ୍ ନଂ ୨୫/୨୦ ରେ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରହିଥିବା ତଦନ୍ତକାରୀ ଅଫିସର ଏସ୍ଆଇ ଦେବାଶିଷ ପଣ୍ଡାଙ୍କ ଠାରୁ ପ୍ରକାଶ ।

Leave A Reply